ଜୟପୁର : ଆଜିକାଲି ଯେଉଁମାନେ ସନ୍ତାନହୀନତାର ସମସ୍ୟା ଦେଇ ଗତି କରୁଛନ୍ତି, ସେମାନଙ୍କ ପାଇଁ ବରଦାନ ପାଲଟିଛି ଇନ୍ ଭିଟ୍ରୋ ଫର୍ଟିଲାଇଜେସନ୍(ଆଇଭିଏଫ୍)ପ୍ରଣାଳୀ । ଆଇଭିଏଫ୍ ମାଧ୍ୟମରେ ଅନେକ ମହିଳା ମା’ ହେବାର ସୌଭାଗ୍ୟ ଅର୍ଜନ କରୁଛନ୍ତି । ପୂର୍ବରୁ ଏହି ପ୍ରଣାଳୀଟି ଆସି ନ ଥିବାରୁ ଅନେକ ମହିଳାଙ୍କ ମା’ ହେବାର ସ୍ୱପ୍ନ ଅଧୁରା ରହି ଯାଉଥିଲା । କିନ୍ତୁ ଏହି ପ୍ରଣାଳୀ ଆସିବା ପରଠାରୁ ଅନେକ ବୃଦ୍ଧା ଏହା ଜରିଆରେ ମା’ ବନୁଛନ୍ତି । ଏବେ ସେଭଳି ଏକ ଘଟଣା ରାଜସ୍ଥାନରେ ଦେଖିବାକୁ ମିଳିଛି ।
ଆଇଭିଏଫ୍ ଜରିଆରେ ୭୫ବର୍ଷୀୟା ବୃଦ୍ଧା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ତେବେ ୬ମାସ ଗର୍ଭଧାରଣ କରିବା ପରେ ମହିଳାଙ୍କ ପ୍ରସବ କରାଯାଇଛି । ଗର୍ଭରେ ଶିଶୁଟିକୁ ସମସ୍ୟା ହେଉଥିବା ସହ ବୃଦ୍ଧାଙ୍କ ଜୀବନ ପ୍ରତି ବିପଦ ଥିବା ଜାଣି ଡାକ୍ତର ତୁରନ୍ତ ପ୍ରସବ କରାଇଥିଲେ । ଅସ୍ତ୍ରୋପଚାର କରାଯାଇ ଶିଶୁଟିକୁ ବାହାର କରାଯାଇଥିବା ବେଳେ ଏବେ ଦୁହେଁ ସୁସ୍ଥ ଥିବା ଜଣାପଡ଼ିଛି ।
/sambad/media/post_attachments/6f8d30835973b2ec0b1df859b1329919b4e109fb8b1fd31a8d2270f9feb6eb87.jpg)
ସୂଚନା ମୁତାବକ, ବୃଦ୍ଧାଙ୍କର ବିବାହ ପରେ କୌଣସି ସନ୍ତାନ ନ ହେବାରୁ ସେ ନିଜର ଜଣେ ସଂପର୍କୀୟଙ୍କ ପୁଅକୁ ପୁଅ କରିଥିଲେ । କିନ୍ତୁ ତାଙ୍କ ନଣଦ ତାଙ୍କୁ ସବୁବେଳେ ଏ ନେଇ ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲେ । କିଛି ବର୍ଷ ପରେ ସେ ଆଇଭିଏଫ୍ ପ୍ରଣାଳୀ ବିଷୟରେ ଜାଣି ନିଜର ସନ୍ତାନ ଜନ୍ମ କରିବେ ବୋଲି ନିଷ୍ପତ୍ତି ନେଇଥିଲେ ।