ନୂଆଦିଲ୍ଲୀ: : ମୃତ୍ୟୁର ଖୁବ ପାଖରେ ଥାଇ ବି ମରିନି ଶିଖିବାର ଇଚ୍ଛା। କର୍କଟ ଭଳି ରୋଗରେ ପୀଡ଼ିତ ଥାଇ ବି କମିନି ମନୋବଳ। ଶିଖିବାର କୌଣସି ବୟସ ନଥାଏ ବୋଲି ପ୍ରମାଣ କରିଛନ୍ତି ଜଣେ ୭୭ବର୍ଷୀୟ କର୍କଟ ରୋଗୀ। ପ୍ରୋଷ୍ଟେଟ କର୍କଟ ରୋଗରେ ପୀଡ଼ିତ ଥିବା ଏହି ବୃଦ୍ଧଙ୍କ ଶରୀରରେ ବୟସ ପାଇଁ ଏବଂ କର୍କଟ ରୋଗ ପାଇଁ ଶାରୀରିକ ଶକ୍ତି ନଥିଲେ ବି ନିଜ ମନୋବଳ ପାଇଁ ସେ ଆଜି ଟ୍ବିଟରରେ ଭାଇରାଲ ହେବାରେ ଲାଗିଛନ୍ତି।
My father is 77 years old and has stage 4 prostate cancer. He decided to learn how to ice skate a few years ago, and just did this performance with his teacher.
For anyone that thinks it’s too late to try something new… ❤️ pic.twitter.com/0SZ3FmbNGE
— Rebekah Bastian (@rebekah_bastian) December 9, 2021
ଟ୍ବିଟରରେ ତାଙ୍କ ଝିଅ ତାଙ୍କର ସ୍କେଟିଂ କରୁଥିବାର ଭିଡିଓ ଟ୍ବିଟ କରିବା ପରେ ଏବେ ତାହା ଭାଇରାଲ ହେବାରେ ଲାଗିଛି। ଭିଡିଓ ଟ୍ବିଟ କରିବା ସହ ରେବେକା ବସ୍ତିଆନ୍ ଲେଖିଛନ୍ତି ଯେ, ମୋ ବାପା ୭୭ବର୍ଷ ବୟସରେ ପ୍ରୋଷ୍ଟେଟ କ୍ୟାନସରର ଚତୁର୍ଥ ପର୍ଯ୍ୟାୟରେ ରହିଛନ୍ତି। କିଛି ବର୍ଷ ତଳେ କର୍କଟ ରୋଗୀ ହୋଇ ବି ସେ ବରଫରେ ସ୍କେଟିଂ କରିବା ପାଇଁ ପ୍ରଶିକ୍ଷଣ ନେବାକୁ ସ୍ଥିର କଲେ। ଏବେ ଭଲ ଭାବରେ ଶିଖିବା ପରେ ସେ ତାଙ୍କ ଶିକ୍ଷକଙ୍କ ସହିତ ବରଫରେ ସ୍କେଟିଂ କରିଛନ୍ତି। ଏହି ଭିଡିଓଟି ଏବେ ଭାଇରାଲ ହେଉଥିବା ବେଳେ ଲୋକେ ଟ୍ବିଟରରେ ଭିଡିଓକୁ ପସନ୍ଦ କରୁଥିବା ଦେଖାଯାଇଛି।