ନୂଆଦିଲ୍ଲୀ: କାହା ଭାଗ୍ୟରେ କ’ଣ ଲେଖା ହୋଇଥାଏ ତାହା ସେଇ ବିଧାତାଙ୍କୁ ହିଁ ଜଣା। କିଏ ଭଲରେ ରହିବାକୁ ମୃତ୍ୟୁ ପର୍ଯ୍ୟନ୍ତ କଠିନ ପରିଶ୍ରମ କରୁଛି ତ ଆଉ କିଏ ଜନ୍ମରୁ ମାନ ସମ୍ମାନ ପାଇବା ସହିତ ଲକ୍ଷାଧିକ ଟଙ୍କା ରୋଜଗାର କରି ପାରୁଛନ୍ତି।
ନିକଟରେ ୮ ମାସର ଜଣେ ଶିଶୁକନ୍ୟାଙ୍କ ରୋଜଗାରକୁ ନେଇ ଚର୍ଚ୍ଚା ଜୋର ଧରିଛି। ଯାହାଙ୍କ ନାମ ହେଉଛି ଏମଜେ। ଏମଜେଙ୍କ ମା’ ହେଉଛନ୍ତି ଜଣେ ନର୍ସ । ନର୍ସ ସାରା ଲୁଟଜକର ପିଲାଟି ବେଳରୁ ଗ୍ଲାମକୁ ଭଲ ପାଇ ଆସିଛନ୍ତି। ବିବାହ ପରେ ଯେତେବେଳେ ନର୍ସଙ୍କ କନ୍ୟା ସନ୍ତାନ ଜନ୍ମ ହୋଇଥିଲା ସେ ଖୁବ ଖୁସି ହୋଇଯାଇଥିଲେ।
ଝିଅ ଜନ୍ମ ହେଉହେଉ ସେ ତାକୁ ଗ୍ଲାମର ଦୁନିଆରେ ପ୍ରବେଶ କରାଇଥିଲେ। ଏମଜେଙ୍କୁ ମାତ୍ର ଅଢ଼େଇ ମାସ ବୟସ ହୋଇଥିଲା ବେଳେ ମା’ ସାରା ଲୁଟଜକର ଝିଅର ଫଟୋ ମଡେଲିଂ ଏଜେନ୍ସିକୁ ପଠାଇଥିଲେ। ଏପରି ଭାବେ ସେ ଏମଜେଙ୍କ ଫଟୋକୁ କ୍ରମାଗତ ଭାବେ ପଠାଇ ଚାଲିଥିଲେ ଚାଲିଛନ୍ତି ମଧ୍ୟ।
ଏମଜେକୁ ୮ମାସ ହୋଇଥିବା ବେଳେ ତାଙ୍କର ଏକ ଫଟୋ ଆମେରିକାର ଦୁଇଟି ପ୍ରମୁଖ କମ୍ପାନି ଓ୍ବାଲମାର୍ଟ ଏବଂ କଷ୍ଟକୋର ଅଭିଯାନ ପାଇଁ ମନୋନୀତ ହୋଇଥିଲା। ମନୋନୀତ ହେବାପରେ ଏମଜେଙ୍କୁ ୩.୫ ଲକ୍ଷ ଟଙ୍କା ପାରିଶ୍ରମିକ ବାବଦକୁ ଦିଆଯାଇଥିଲା। । ଏହାପର ଠାରୁ ୮ମାସର ଶିଶୁ ଗୋଟିଏ ପରେ ଗୋଟିଏ ସଫଳତା ପାହାଚ ଚଢ଼ିଚଢ଼ି ଚାଲିଛନ୍ତି। କେବଳ ଏତିକି ନୁହେଁ ଟିକ୍ଟକ୍ରେ ତାଙ୍କର ହଜାର ହଜାର ଫଲୋଅର୍ସ ମଧ୍ୟ ଅଛନ୍ତି।