ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣ ଆରମ୍ଭ ପରେ ପ୍ରାୟ ସମସ୍ତ ପ୍ରବାସୀ ଭାରତୀୟ ୟୁକ୍ରେନ୍ ଛାଡ଼ି ସ୍ବଦେଶ ଚାଲିଆସିଥିବା ବେଳେ ଆନ୍ଧ୍ର ପ୍ରଦେଶର ମୂଳବାସିନ୍ଦା ଡାକ୍ତର ଗିରିକୁମାର ପାଟିଲ ନିଜର ଦୁଇ ପୋଷା ବାଘଙ୍କୁ ଛାଡ଼ି କୁଆଡ଼େ ଯିବେ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ। ଚିଡ଼ିଆଖାନା କର୍ତ୍ତୃପକ୍ଷ ମଧ୍ୟ ସେହି ଦୁଇ ଜନ୍ତୁଙ୍କୁ ରଖିବାକୁ ମନା କରିଦେଇଥିଲେ। ତେଣୁ ସେ ଏବେ ୮୦ ଲକ୍ଷ ଟଙ୍କା ବିନିଯୋଗ କରି ବାଘଙ୍କ ସମସ୍ତ ଆବଶ୍ୟକ ସୁବିଧା ଥିବା ଏକ ଆଶ୍ରୟସ୍ଥଳୀ ନିର୍ମାଣ କରାଉଛନ୍ତି। ଏହା ସେମାନଙ୍କୁ ବୋମାମାଡ଼ରୁ ସୁରକ୍ଷା ଦେବ। ଏଥିପାଇଁ ତାଙ୍କୁ ନିଜର ସମସ୍ତ ସ୍ଥାବର ସମ୍ପତ୍ତି ଓ କାର୍ ବିକ୍ରି କରିବାକୁ ପଡ଼ିଛି। ଏହି ନିର୍ମାଣ କାର୍ଯ୍ୟ ସରିବା ପରେ ଗିରିକୁମାର ଭାରତ ପ୍ରତ୍ୟାବର୍ତ୍ତନ କରିବେ। ପ୍ରାୟ ଦୁଇ ବର୍ଷ ତଳେ ସେ କିଭ୍ ଚିଡ଼ିଆଖାନାରୁ ଗୋଟିଏ କଲରାପତରିଆ ବାଘ ଓ ଗୋଟିଏ ଜାଗୁଆର୍କୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ। ଦୁଇ ମାସ ହେଲା ଘମାଘୋଟ ଆକ୍ରମଣ ଭିତରେ ସେ ପ୍ରତିଦିନ ବିପଦକୁ ଆହ୍ବାନ କରି ଘରୁ ପାଦ କାଢ଼ନ୍ତି ଓ ବଜାରରୁ ତାଙ୍କ ଦୁଇ ପ୍ରିୟ ଜନ୍ତୁଙ୍କ ପାଇଁ ଖାଦ୍ୟ ଯୋଗାଡ଼ କରନ୍ତି। ସେ ଭାରତ ପହଞ୍ଚିବା ପରେ କର୍ତ୍ତୃପକ୍ଷଙ୍କ ସାହାଯ୍ୟ ଲୋଡ଼ି ଦୁଇ ପୋଷା ବାଘଙ୍କୁ ଭାରତ ଫେରାଇଆଣିବାକୁ ସବୁପ୍ରକାର ଉଦ୍ୟମ କରିବେ ବୋଲି ପ୍ରକାଶ କରିଛନ୍ତି।
ପୋଷା ବାଘଙ୍କ ସୁରକ୍ଷା ପାଇଁ ୮୦ ଲକ୍ଷର ଆଶ୍ରୟସ୍ଥଳୀ
/sambad/media/post_attachments/wp-content/uploads/2022/05/d654654gda1g32d123dadggd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)