ଲକ୍‌ଡାଉନ୍‌ ସମୟରେ ୮୦ବର୍ଷର ବୃଦ୍ଧ ମାଗଣାରେ ବୋହୁଛନ୍ତି ପ୍ରବାସୀ ଶ୍ରମିକଙ୍କ ଜିନିଷ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍‌ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ସଙ୍କଟ ସମୟରେ ପ୍ରବାସୀ ଶ୍ରମିକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ଲୋକଙ୍କ ସାହାଯ୍ୟ ପାଇଁ କିଛିଲୋକ ଆଗେଇ ଆସିଛନ୍ତି। ଏହି କ୍ରମରେ ଅଭିନେତା ସୋନୁ ସୁଦଙ୍କ ନାମ ପ୍ରଥମେ ସାମ୍ନାକୁ ଆସୁଥିଲା ବେଳେ ଲକ୍ଷ୍ମୌ ରେଳ ଷ୍ଟେସନ୍‌ରେ ଜଣେ ୮୦ବର୍ଷୀୟ ବୃଦ୍ଧ ବି ମାଗଣାରେ ପ୍ରବାସୀ ଶ୍ରମିକଙ୍କୁ ସେବା ଯୋଗାଇ ଚର୍ଚ୍ଚାରେ ରହିଛନ୍ତି।

ଏଭଳି ପରିଣତ ବୟସରେ ମୁଜିବୁଲ୍ଲାହ ପ୍ରତିଦିନ ୮ରୁ ୧୦ଘଣ୍ଟା ରେଳ ଷ୍ଟେସନ୍‌ରେ ରହି ପ୍ରବାସୀ ଶ୍ରମିକଙ୍କ ଜିନିଷପତ୍ରକୁ ମାଗଣାରେ ବୋହୁଛନ୍ତି। କେବଳ ଏତିକି ନୁହେଁ ସେ ରେଳଯାତ୍ରୀଙ୍କ ପାଇଁ ଖାଦ୍ୟ ଓ ପାଣିର ବ୍ୟବସ୍ଥା ବି କରି ଦେଉଛନ୍ତି।

 

ତେବେ ଏଭଳି କାମକୁ ନେଇ ମୁଜିବୁଲ୍ଲାହ କହନ୍ତି, ‘ପ୍ରବାସୀମାନେ କିପରି ସୁବିଧାରେ ନିଜ ଘରେ ପହଞ୍ଚି ଯାଆନ୍ତୁ ଏହାହିଁ ଇଶ୍ୱରଙ୍କ ନିକଟରେ ମୋର ପ୍ରାର୍ଥନା । ପରିସ୍ଥିତି ସ୍ୱଭାବିକ ହୋଇଗଲେ ତ ପୁଣି ପୂର୍ବ ଭଳି ଯାତ୍ରୀଙ୍କ ଜିନିଷ ବୋହି ଟଙ୍କା ରୋଜଗାର କରି ପାରିବି। କିନ୍ତୁ ଏଭଳି ପରିସ୍ଥିତିରେ ଲୋକଙ୍କ ସାହାଯ୍ୟ କରିବା ମୋର ପ୍ରଥମ କର୍ତ୍ତବ୍ୟ ରହିଛି।’

80-year-old coolie at Lucknow station helps migrants for free ...

କ୍ରିକେଟର ମହମ୍ମଦ କୈଫ୍‌ ମୁଜିବୁଲ୍ଲାହଙ୍କର ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି, ମାନବିକତାର କୌଣସି ବୟସ ନଥାଏ। ଲକ୍ଷ୍ମୌର ଚାରବାଗ ଷ୍ଟେସନ୍‌ରେ ୮୦ବର୍ଷୀୟ ମୁଜିବୁଲ୍ଲାହ ପେସାରେ ଜଣେ କୁଲି। ସେ ପ୍ରବାସୀ ଶ୍ରମିକଙ୍କୁ ସମ୍ମାନ କରିବା ସହ ମାଗଣାରେ ତାଙ୍କୁ ସେବା ଯୋଗାଉଛନ୍ତି। ଏଭଳି ସଙ୍କଟ ସମୟରେ କୁଲିଙ୍କ ନିଃସ୍ୱାର୍ଥପର କାମ ଏକ ପ୍ରେରଣା।

ସମ୍ବନ୍ଧିତ ଖବର