୧ ଟଙ୍କାରେ ଇଡ୍‌ଲୀ, ସମ୍ବର ଓ ଚଟ୍‌ନୀ ବିକୁଛନ୍ତି ୮୦ବର୍ଷୀୟା ବୃଦ୍ଧା, ଏହି କାରଣ ପାଇଁ ଆଜି ପର୍ଯ୍ୟନ୍ତ ବଢ଼ାଇ ନାହାନ୍ତି ଦାମ୍‌

ନୂଆଦିଲ୍ଲୀ : ବଦିଭେଲମ୍‌ପାଲ୍ୟମରେ ଜଣେ ୮୦ବର୍ଷୀୟା ବୃଦ୍ଧା ୧ଟଙ୍କାରେ ଇଡ୍‌ଲୀ, ସମ୍ବର ଓ ଚଟନୀ ବିକୁଥିବା ଜଣାପଡ଼ିଛି । ଗତ ୩ ବର୍ଷ ହେଲାଣି ସେ ଏହି କାମ କରି ଆସୁଛନ୍ତି । ଏକ ଯୌଥ ପରିବାରରେ ଜନ୍ମ ନେଇଥିବା କେ. କମାଲାଥଲଙ୍କୁ ଆରମ୍ଭରୁ ହିଁ ଅଧିକ ଲୋକଙ୍କ ପାଇଁ ଖାଇବା ତିଆରି କରିବାର ଅଭ୍ୟାସ ଥିଲା । ଏହାକୁ ସେ  ନିଜର ରୋଜଗାରର ମାଧ୍ୟମ କରିଛନ୍ତି । ପୂର୍ବରୁ ସେ ୫୦ପଇସା ନେଉଥିବା ବେଳେ ଏବେ ୧ଟଙ୍କାରେ ଇଡ୍‌ଲୀ, ସମ୍ବର ଓ ଚଟନୀ ବିକ୍ରି କରୁଛନ୍ତି ।

ପ୍ରତିଦିନ  କେ. କମାଲାଥଲଙ୍କୁ ଇଡ୍‌ଲୀ ତିଆରିର ପୂର୍ବ ପ୍ରସ୍ତୁତି ପାଇଁ ୪ଘଣ୍ଟା ସମୟ ଲାଗିଥାଏ । ସକାଳୁ ସକାଳୁ ଲୋକମାନଙ୍କୁ ସୁଆଦିଆ ଇଡ୍‌ଲୀ  କରି ଦେବା ପାଇଁ ସେ ନିଜର ଦୋକାନ ଖୋଲିଥାନ୍ତି । ପ୍ରତିଦିନ ସେ ୧,୦୦୦ଇଡ୍‌ଲୀ ବିକ୍ରି କରିଥାନ୍ତି ବୋଲି ଜଣାପଡ଼ିଛି ।

ତେବେ ଆଜି କାଲିକା ସମୟରେ ୧ଟଙ୍କାରେ କ’ଣ ପାଇଁ ସେ ଲୋକମାନଙ୍କୁ ଇଡ୍‌ଲୀ, ସମ୍ବର ଓ ଚଟନୀ ଦେଉଛନ୍ତି, ସେ ନେଇ ପ୍ରଶ୍ନ କରାଯିବା ପରେ ସେ କହିଥିଲେ, “ବଦିଭେଲମ୍‌ପାଲ୍ୟମରେ କିଛି ଲୋକ ଏଭଳି ଅଛନ୍ତି, ଯେଉଁମାନେ ପ୍ଲେଟ୍‌ ପିଛା ୧୫-୨୦ଟଙ୍କା ଦେଇ ଖାଇବାକୁ ସକ୍ଷମ ନୁହନ୍ତି । ମୁଁ ଏହାକୁ ଟଙ୍କା ଆୟ କରିବା ପାଇଁ ନୁହେଁ ଗରିବ ଓ ଭୋକିଲା ରହୁଥିବା ଲୋକଙ୍କ ପାଇଁ କରୁଛି।”

ସମ୍ବନ୍ଧିତ ଖବର