ନୂଆଦିଲ୍ଲୀ: ବିଗତ ୬୦ ବର୍ଷ ହେବ ଭିଏତ୍‌ନାମର ଜଣେ ୮୦ ବର୍ଷିୟ ବ୍ୟକ୍ତି ଆଦୌ ଶୋଇ ନ ଥିବା କଥା ‘ଟାଇମ୍‌ସ୍‌ ନାଓଁ’ ରିପୋର୍ଟ କରିଛି।

Advertisment

ପ୍ରାପ୍ତ ସୂଚନା ଅନୁସାରେ, ଥାଇ ନ୍ୟୋକ୍‌ ନାମକ ସେ ବ୍ୟକ୍ତି ପିଲା ଦିନେ ଥରେ ଜ୍ବରରେ ପଡ଼ିଥିଲେ ଏବଂ ସେ ଜ୍ବର ପରଠାରୁ ତାଙ୍କୁ ଶୋଇବାରେ ଅସୁବିଧା ହେଉଛି। ନ୍ୟୋକ୍‌ କେବେ ଶୋଇଥିବାର ତାଙ୍କ ପରିବାର ଲୋକେ କିଂବା ପଡ଼ିଶା ଦେଖି ନାହାନ୍ତି। ଅନେକ ବିଶେଷଜ୍ଞ ଡାକ୍ତର ମଧ୍ୟ ତାଙ୍କର ଏ ଅବସ୍ଥା ଉପରେ ପରୀକ୍ଷାନିରୀକ୍ଷା କରିଛି କିନ୍ତୁ, ସେ ଶୋଉ ନ ଥିବାର କାରଣ କହିପାରୁ ନାହାନ୍ତି। ନ୍ୟୋକ୍‌ ‘ଚିର-ନିଦ୍ରାହୀନତା’ରେ ଆକ୍ରାନ୍ତ ବୋଲି କେତେକ ବିଶେଷଜ୍ଞ କହୁଛନ୍ତି।

publive-image Image Courtesy of Times Now

କିନ୍ତୁ, ଶୋଉ ନ ଥିବା ଯୋଗୁଁ  ୮୦ ବର୍ଷିୟ ନ୍ୟୋକ୍‌ଙ୍କର କୌଣସି ସ୍ବାସ୍ଥ୍ୟଗତ ସମସ୍ୟା ଉପୁଜି ନାହିଁ। ଭିଏତ୍‌ନାମ ସଂଗ୍ରାମ ସମୟରେ ତାଙ୍କର ଗୋଟାଏ ହାତ ନଷ୍ଟ ହୋଇଯାଇଛି। ସେ କହନ୍ତି ଯେ, ‘ସବୁଜ ଚା’ ଓ ‘ହାଣ୍ଡିଆ’ ପିଇ ସେ ପ୍ରଚୁର ଶକ୍ତି ପାଆନ୍ତି।

Media reports suggest that Ngoc’s family, including his wife, children, friends and neighbours have never seen him sleep. Image Courtesy of News18

ନିଦ୍ରାହୀନତା ସଂକ୍ରାନ୍ତରେ ‘ୟୁଟ୍ୟୁବର୍‌’ ଡ୍ରିଉ ବିନ୍‌ସ୍‌କି ନ୍ୟୋକ୍‌ଙ୍କ ସହିତ ଆଲୋଚନା କରିଥିଲେ। ସେ କହନ୍ତି, ଅନେକ ବର୍ଷ ତଳେ ମୁଁ ଥାଇ ନ୍ୟୋକ୍‌ଙ୍କ ବିଷୟରେ ଶୁଣିଥିଲି। କିନ୍ତୁ, ସେ କେଉଁଠି ରହୁଛନ୍ତି ତାହା ଜାଣି ନ ଥିବାରୁ ତାଙ୍କୁ ଭେଟି ପାରୁ ନ ଥିଲି। ସନ୍ଧାନ ନେବା ପରେ ସେ ବାସ କରୁଥିବା ଦକ୍ଷିଣ ଭିଏତ୍‌ନାମର କ୍ଷୁଦ୍ର ଗ୍ରାମରେ ପହଞ୍ଚିବାକୁ ମତେ ଏରିଜନାରୁ ୨ ଦିନ ଲାଗିଲା। ସେ ସତ କହୁଛନ୍ତି କି, ନାହିଁ ଜାଣିବାକୁ ରାତି ସାରା ତାଙ୍କ ପାଖରେ ଉଜାଗର ରହିଲି। ପାହାନ୍ତା ୪ଟା ବେଳେ ସେ ବିଛଣାକୁ ଯାଇ ଶୋଇବାକୁ ଚେ‌ଷ୍ଟା କଲେ, କିନ୍ତୁ ତାଙ୍କ ଆଖିର ପଲକ ପଡ଼ିଲା ନାହିଁ। ୧୯୬୨ ମସିହାରୁ ସେ ତିଳେ ମାତ୍ର ଶୋଇ ନାହାନ୍ତ ବୋଲି କହୁଛନ୍ତି। କେତେକ କହୁଛନ୍ତି, ଏହା ‘ଯୁଦ୍ଧୋତ୍ତର ମାନସିକ ଚାପଜନିତ ବିଶୃଙ୍ଖଳା’ ଭଳି ମାନସିକ ସ୍ବାସ୍ଥ୍ୟ ସମସ୍ୟା। ଆଉ କେତେକ କହୁଛନ୍ତି, ଏହା ଏକ ଦୁରାରୋଗ୍ୟ ବ୍ୟାଧି।

କିନ୍ତୁ, ଘଡ଼ିଏ ଶୋଇପଡ଼ିବାକୁ ନ୍ୟୋକ୍‌ ସବୁବେଳେ ଖୁବ୍‌ ବ୍ୟାକୁଳ ହେଉଛନ୍ତି।