ନୂଆଦିଲ୍ଲୀ: ଭାରତରେ ପ୍ରାୟତଃ ଲୋକମାନେ ଚା’ ପିଇବ‌ାକୁ ଭଲ ପାଇ ଥାଆନ୍ତି। ସେଥିପାଇଁ ଆପଣ ଭାରତର ‌ଯେକୌଣସି ସ୍ଥାନକୁ ଯାଆନ୍ତୁ ଛୋଟ  ଚା’ ଦୋକାନ ଟିଏ ଥିବା ନିଶ୍ଚୟ ପାଇବେ ।

Advertisment

ନିକଟରେ ଅମୃତସରର ଏକ ଚା’ ଷ୍ଟଲର ବିକ୍ରେତାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଚା’ ବିକ୍ରେତ‌ା ଗତ ୪୫ବର୍ଷ ହେବ ଅମୃତସରରେ ଚା’ ବିକ୍ରି କରି ଆସୁଛନ୍ତି।

ଏହି ଚା’ ବିକ୍ରେତାଙ୍କ ଭିଡିଓ ଦେଖି ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ପ୍ରଶଂସା କରି ରହି ପାରି ନଥିଲେ। ଆନନ୍ଦ ମହିନ୍ଦ୍ରା ଟୁଇଟ କରି କହିଛନ୍ତି,‘ ଅମୃତସରରେ ଦେଖିବାକୁ ଅନେକ ସ୍ଥାନ ଅଛି। କିନ୍ତୁ ଆଗାମୀ ଦିନରେ ଯେବେ ବି ମୁଁ ଅମୃତସର ଯିବି ସ୍ବର୍ଣ୍ଣମନ୍ଦିର ବ୍ୟତୀତ ଉକ୍ତ ବୃଦ୍ଧଙ୍କ ଚା’ ମନ୍ଦିରକୁ ଯାଇ ନିଶ୍ଚୟ ତାଙ୍କୁ ଭେଟିବି।’

ଭାଇରାଲ ଭିଡିଓରେ ୮୦ବର୍ଷର ବୃଦ୍ଧଙ୍କୁ ଏକ ବିଶାଳ ଗଛ ତଳେ ବସି ଚା’ ବିକ୍ରି କରୁଥିବା ଦେଖିବାକୁ ମିଳୁଛି। ବୃଦ୍ଧଙ୍କ ଏହି ଚା’ ଦୋକାନ ସହରରେ ବେଶ ପରିଚିତ। ଦୂରଦୂରାନ୍ତରୁ ଲୋକେ ଏଠାକୁ ଚା’ ପିଇବାକୁ ଆସି ଥାଆନ୍ତି।