୩୫ବର୍ଷୀୟ ବ୍ୟକ୍ତିଙ୍କ ପ୍ରେମରେ ୮୦ବର୍ଷୀୟା ବୃଦ୍ଧା: ଖୁବ୍ ଶୀଘ୍ର କରିବେ ବିବାହ, ଜାଣନ୍ତୁ କେମିତି ଆରମ୍ଭ ହୋଇଥିଲା ପ୍ରେମ କାହାଣୀ

ନୂଆଦିଲ୍ଲୀ: ପ୍ରେମ ଅନ୍ଧ ହୋଇଥାଏ। ଅନେକ ଫିଲ୍ମରେ ଆପଣମାନେ ଏହି ଉକ୍ତିଟି ଶୁଣିଥିବେ ନିଶ୍ଚୟ। ଯେଉଁମାନେ ପ୍ରେମରେ ପଡ଼ିଥାନ୍ତି, ସେମାନେ ନିଜ ପ୍ରେମକୁ ସଫଳ କରିବା ପାଇଁ କୌଶସି ବି ପରିସ୍ଥିତି ସହ ସଂଘର୍ଷ କରିବା ପାଇଁ ପ୍ରସ୍ତୁତ ହୋଇଯାଇଥାନ୍ତି। ଏହାକୁ ଏବେ ଜଣେ ପ୍ରେମୀଯୁଗଳ ସତ କରି ଦେଖାଇଛନ୍ତି। ବୟସ ମଧ୍ୟରେ ଆକଶ-ପାତାଳ ଫରକ୍ ଥିଲେ ମଧ୍ୟ ଦୁହେଁ ପରସ୍ପରକୁ ମନ ଦେଇ ବସିବା ସହ ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଥିବା ଜଣା ପଡ଼ିଛି। ପୁଅର ବୟସ ୩୫ହୋଇଥିବା ବେଳେ ତାଙ୍କ ପ୍ରେମିକାଙ୍କ ବୟସ ୮୦ ବୋଲି ସାମ୍ନାକୁ ଆସିଛି। ଏହି ଯୋଡ଼ି ମଧ୍ୟରେ ଥିବା ବୟସ ପାର୍ଥକ୍ୟକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଥିବା ବେଳେ ଏବେ ଦୁହେଁ ସୋସିଆଲ ମିଡିଆ ଜରିଆରେ ନିଜ ପ୍ରେମ ବିଷୟରେ ସମସ୍ତଙ୍କୁ ଜଣାଇଛନ୍ତି।

ପ୍ରେମିକର ନାଁ ମହମ୍ମଦ ଅଦମ୍ମଦ ବୋଲି ଜଣା ପଡ଼ିଥିବା ବେଳେ ତାଙ୍କ ପ୍ରେମିକାଙ୍କ ନାଁ ଆଇରିସ୍ ‌ଜୋନସ ବୋଲି ଜଣା ପଡ଼ିଛି। ଇଜିପ୍ଟରେ ରହୁଥିବା ମହମ୍ମଦ ଅଦମ୍ମଦ କିଛି ଦିନ ତଳେ ଆଇରିସ୍ ‌ଜୋନସଙ୍କୁ ପସନ୍ଦ କରୁଥିବା ସ୍ବୀକାର କରିଥିଲେ। ଏହା ସହ ସେ ଖୁବ୍ ଶୀଘ୍ର ଆଇରିସ୍ ‌ଜୋନସଙ୍କୁ ବିବାହ କରିବ‌େ ବୋଲି କହିଥିଲେ। ମହମ୍ମଦ ଅଦମ୍ମଦଙ୍କ ଖୁଲାସା ପରେ ଏବେ ଲୋକେ ଦୁହିଁଙ୍କ ସଂପର୍କକୁ ନେଇ ସମାଲୋଚନା କରୁଥିବା ସହ ଆଇରିସଙ୍କୁ ମିଳୁଥିବା ବାର୍ଦ୍ଧକ୍ୟ ଭତ୍ତା ପାଇଁ ଅହମ୍ମଦ ତାଙ୍କୁ ବିବାହ କରୁଥିବା କହୁଛନ୍ତି। ହେଲେ କାହା କଥାକୁ ଖାତିର୍ ନ କରି ବିବାହ ପାଇଁ ଦୁହେଁ ଯୋଜନା ଆରମ୍ଭ କରି ସାରିଥିବା ଜଣା ପଡ଼ିଛି।

80 साल की महिला का 35 साल के पुरुष पर आया दिल, जल्द करेंगे शादी
aajtak.intoday.in

ମହମ୍ମଦ ଅଦମ୍ମଦଙ୍କ କହିବା ମୁତାବକ, ଆଇରିସ ମୋ ମା’ଙ୍କଠାରୁ ମଧ୍ୟ ୨୦ବର୍ଷ ବଡ଼। ହେଲେ ଯେତେବେଳେ ପ୍ରେମ ହୁଏ, ସେତେବେଳେ ବୟସ ଦେଖାଯାଏ ନାହିଁ। ଆମେ ଦୁହେଁ ପ୍ରଥମେ ଫେସବୁକ୍ ମାଧ୍ୟମରେ ସଂପର୍କରେ ଆସିବା ପରେ କଥା ହେବା ଆରମ୍ଭ କରିଥଲୁ। ଧିରେ ଧିରେ ଆମ ଭିତରେ ଥିବା ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା।

ସମ୍ବନ୍ଧିତ ଖବର