ଜୟଲଳିତାଙ୍କ ଅସ୍ଥାବର ସଂପତ୍ତି ମଧ୍ୟରେ ରହିଛି ୮ ହଜାର ପୁସ୍ତକ, ୪ କିଲୋ ସୁନା ଓ…

ଚେନ୍ନାଇ: ଆପଣ ଜାଣିଥିବେ ନିଶ୍ଚୟ ଯେ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତା ଜଣେ ଉତ୍ତମ ପାଠିକା ଥିଲେ। ତେବେ ଏହି ନେତ୍ରୀଙ୍କର ବ୍ୟକ୍ତିଗତ ପାଠାଗାରରେ ପ୍ରାୟ ୮ ହଜାରରୁ ଊର୍ଧ୍ବ ପୁସ୍ତକ ଏବେ ସର୍ବସାଧାରଣଙ୍କ ପାଇଁ ଉପଲବ୍ଧ। ଜୟଲଳିତାଙ୍କ ପଲଟିଆଲ୍‌ ପୋଜ୍‌ ଗାର୍ଡେନ୍‌ରେ ବଙ୍ଗଳାର ପ୍ରଥମ ଫ୍ଲୋର୍‌ରେ ଥିବା ପାଠାଗାରରେ ସଜିତ ହୋଇ ରହିଥିବା ସେହି ସମସ୍ତ ପୁସ୍ତକ ଏବେ ସର୍ବସାଧାରଣଙ୍କ ସକାଶେ ଉଦ୍ଦିଷ୍ଟ।

ପୁସ୍ତକ ବ୍ୟତୀତ ଜୟଲଳିତାଙ୍କର ୪.୩୭ କିଲୋର ସୁନା, ୬୦୧.୪୨ ଗ୍ରାମ୍‌ର ରୁପା, ୧୧ଟି ଟେଲିଭିଜନ ସେଟ୍‌, ୩୮ଟି ଏସି, ୧୦ଟା ଫ୍ରିଜ୍‌, ୬୫୩ ଡକ୍ୟୁମେଣ୍ଟ୍‌, ୨୩୫ ଷ୍ଟେସ୍‌ନାରି ସାମଗ୍ରୀ ଆଦି ଥିବା ସୂଚନା ରହିଛି।

India Today

ଅତୀତରେ ଏକ ସାକ୍ଷାତ୍‌କାରରେ ଜୟଲଳିତା କହିଥିଲେ, ‘ମୋତେ ବହି ପଢ଼ିବାକୁ ଖୁବ୍ ଭଲ ଲାଗେ। ସୁଟିଂ ସମୟରେ ଟିକେ ଫୁରସତ୍‌ ମିଳିଲେ ମୁଁ ଏକ କଣକୁ ପଳାଇ ବହି ପଢୁଥି‌ଲି। ଲୋକେ ମୋତେ ଅହଂକାରୀ ବୋଲି କହୁଥିଲେ। ମାତ୍ର ମୋତେ ପୁସ୍ତକ ପଢ଼ିବାକୁ ଏତେ ଭଲ ଲାଗୁଥିଲା ଯେ ସେ ସବୁ କିଛି ଫରକ ପଡୁନଥିଲ।’ ପୁସ୍ତକ ପଢ଼ିବାର ଅଭ୍ୟାସ ତାଙ୍କର ପିଲାଦିନରୁ ରହିଛି ବୋଲି ଜୟଲଳିତା ଅନେକ ସାକ୍ଷାତ୍‌କାରରେ କହିଛନ୍ତି ଓ ସେ କହନ୍ତି କି ଏପରି କିଛି ବିଷୟ ନାହିଁ ଯେଉଁ ବିଷୟରେ ସେ ପଢ଼ିବାକୁ ପସନ୍ଦ କରନ୍ତି ନାହିଁ।

୨୦୧୬ ମସିହାରେ ଦୀର୍ଘ ୭୫ ଦିନ ହସ୍ପିଟାଲ୍‌ରେ ପଡ଼ି ରହିବା ପରେ ଶେଷରେ ଡିସେମ୍ବର ୫ ତାରିଖରେ ଦେହତ୍ୟାଗ କରିଥିଲେ ଜୟଲଳିତା। ସେ ପୂର୍ବରୁ ଅନେକ ସାକ୍ଷାତ୍‌କାରରେ ନିଜର ପୁସ୍ତକ ପ୍ରେମ ବିଷୟରେ କହିବାର ନଜର ଆସିଥି‌ଲେ। ପ୍ରଥମେ ସେ ଜଣେ ଅଭିନେତ୍ରୀ ଥିବା ବେଳେ ପରେ ଜଣେ ସଫଳ ରାଜନେତ୍ରୀ ହୋଇ ପାରିଥିଲେ।

ସମ୍ବନ୍ଧିତ ଖବର