ଇଂଲଣ୍ଡରେ ଦିଆଗଲା କରୋନା ଟିକା, ପ୍ରଥମ ପର୍ଯ୍ୟାୟ ଟିକା ପାଇବା ଲୋକଙ୍କ ଭିତରେ ଅଛନ୍ତି ଜଣେ ୮୭ ବର୍ଷୀୟ ଭାରତୀୟ ବଂଶୋଦ୍ଭବ

ଲଣ୍ଡନ: ମହାମାରୀ କରୋନା ଭାଇରସ୍‌ ଟିକାକୁ ନେଇ ବହୁ କଳ୍ପନା ଜଳ୍ପନା ପରେ ଶେଷରେ ଏହି ଶୁଭ ଦିନ ଆସିଗଲା। ଅ‌ାଜି ବ୍ରିଟେନ୍‌ରେ ଲୋକଙ୍କୁ କୋଭିଡ-୧୯ ଟିକା ମିଳିବା ଆରମ୍ଭ ହୋଇଯାଇଛି। ସଫଳ ପ୍ରମାଣତି ହୋଇଥିବା ଫାଇଜର୍‌ ଟିକାକୁ ନେଇ ସଭିଙ୍କ ମନରେ ବେଶ୍‌ ଉତ୍ସାହ। ତେବେ, ଜାଣିବାକୁ ମିଳଛି ଯେ ଇଂଲଣ୍ଡରେ ଏହି ଟିକା ଯେଉଁମାନଙ୍କୁ ପ୍ରଥମେ ଦିଆଯାଇଛି ସୋନଙ୍କ ମଧ୍ୟରେ ଅଛନ୍ତି ଜଣେ ଭାରତୀୟ ବଂଶୋଦ୍ଭବ। ତାଙ୍କ ବୟସ ୮୭ ବର୍ଷ।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ତାଙ୍କୁ ଦୁଇ ଡୋଜ୍‌ ଟିକା ପ୍ରଦାନ କରାଯାଇଛି। ଟିକା ଉତ୍ପାଦନ ଦିଗରେ ସାମିଲ୍‌ ରହିଥିବା ଅନ୍ୟତମ ଅଂଶଗ୍ରହଣକାରୀ ଟାଇନ୍‌ ଆଣ୍ଡ୍‌ ୱେୟାର୍‌ର ହରି ଶୁକ୍ଲା କହନ୍ତି କି ‘ମୁଁ ବହୁତ ଖୁସି ଯେ ଆମେ ଶେଷରେ ଏହି ମହାମାରୀକୁ ଶେଷ କରିବା ପଥରେ ଅଗ୍ରଣୀ ଅଛୁ ଏବଂ ଟିକା ପାଇଁ ମୁଁ ମୋର ସାମନ୍ୟ ଚେଷ୍ଟା ଦେଇଥିବାରୁ ଖୁବ୍ ଆନନ୍ଦିତ। ମୁଁ ଅନୁଭବ କରୁଛି ଯେ ଏହା କରିବା ମୋର କର୍ତ୍ତବ୍ୟ ଥିଲା।’

ଜାତୀୟ ସ୍ୱାସ୍ଥ୍ୟ ସେବା ସହିତ ଯୋଗାଯୋଗରୁ ଜଣାଯାଏ ଯେ ଗବେଷକମାନେ ଏହି ଟିକା ବାହାର କରିବାକୁ ଅନେକ ପରିଶ୍ରମ କରିଛନ୍ତି। ଟିକାର ସଫଳତା ସେମାନଙ୍କ ପାଇଁ ଏକ ବିରାଟ ସମ୍ମାନ। ସମସ୍ତଙ୍କୁ ସୁରକ୍ଷା ଦେବାକୁ ସେମାନେ ଯେତିକି ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିଛନ୍ତି ସେଥିପାଇଁ ସମସ୍ତ ଗବେଷକଙ୍କ ନିକଟରେ କୃତଜ୍ଞତା ଜଣାଇଛନ୍ତି ହରି ଶୁକ୍ଲା।

ବ୍ରିଟେନର ମିଳିତ କମିଟି ପକ୍ଷରୁ ଟିକାକରଣ ଏବଂ ପ୍ରତିରୋପଣ ପାଇଁ ସ୍ବତନ୍ତ୍ର ମାନଦଣ୍ଡ ଗଠନ କରାଯାଇଛି। ୮୦ ବର୍ଷରୁ ଊର୍ଧ୍ବ ବୟସ୍କ ବ୍ୟକ୍ତି, ସ୍ବାସ୍ଥ୍ୟ କର୍ମୀ ଓ ଅନ୍ୟ ସମସ୍ତ ଆଗଧାଡ଼ିର କର୍ମୀଙ୍କୁ ଏହି ଟିକା ପ୍ରଥମେ ଦିଆଯିବ ବୋଲି ସ୍ଥିର ହୋଇଛି।

ସମ୍ବନ୍ଧିତ ଖବର