ଲଣ୍ଡନ:ଅଫ୍ରିକାର ଏକ ହୀରା ଖଣିରୁ ନିକଟରେ ଏକ ଦୁଷ୍ପ୍ରାପ୍ୟ ହଳଦିଆ ହୀରା ମିଳିଛି। ଏହି ହୀରାଟି ୮୯ କ୍ୟାରେଟ୍ ବିଶିଷ୍ଟ ହୋଇଥିବ ା ବେଳେ ଏହାର ମୂଲ୍ୟ ୧୦ ମିଲିୟନ ପାଉଣ୍ଡ ବା ଭାରତୀୟ ମୁଦ୍ରାରେ ୯୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ୧୯୬୬ ମସିହାରେ ବ୍ରିଟିଶ କବ୍ଜାରୁ ନିଜକୁ ସ୍ୱାଧୀନ ଘୋଷଣା କରିଥିବା ଆଫ୍ରିକୀୟ ଦେଶ ଲେସେଥୋର ମୋଥାଏ ହୀରା ଖଣିରୁ ନିୟମିତ ଭାବେ ଦୁର୍ମୂଲ୍ୟ ହୀରା ମନ ମିଳୁଛି। ଏହି ହୀରା ଖଣିର ଖନନ ଦାୟିତ୍ୱ ନେଇଥିବା ଲୁକାପା କମ୍ପାନିର ମୁଖ୍ୟ ଷ୍ଟଫେନ େଓ୍ଵଦରାଲ ଗଣମାଧ୍ରମକୁ ଦେଇଥିବା ସୂଚୁନା ଅନୁଯାୟୀ, ମୋଥାଏ ଖଣିର ଇଷ୍ଟ ଜୋନ୍ ଅଞ୍ଚଳରୁ ଏହି ୮୯ କ୍ୟାରଟେ୍ ବିଶିଷ୍ଟ ହୀରାଟିକୁ ସଂଗ୍ରହ କରାଯାଇଛି। ଖଣିର ଏହି ଅଞ୍ଚଳରେ ବିଶେଷ ଖନନ କରାଯାଇ ନ ଥିଲା। ତେବେ ଗତ ମେ ମାସରେ ଏଠାରୁ ଏକ ୨୫ କ୍ୟାରେଟ୍ର ଏକ ହଳିଦିଆ ହୀରା ମିଳିବା ପରେ ପୁଣି ଥରେ ମାତ୍ର ଦୁଇ ମାସର ବ୍ୟବଧାନ ପରେ ଏକ ୮୯ କ୍ୟାରେଟ୍ର ଏକ ବଡ଼ ହୀରା ମିଳିଛି। ଏହି ହୀରାର ଆନ୍ତର୍ଜାତିକ ବଜାର ମୂଲ୍ୟ ପ୍ରାୟ ୯୦ କୋଟି ଟଙ୍କାହେବ। ଏହି ହୀରାର ୭୦ ପ୍ରତିଶତ ଅର୍ଥ ଲୁକାପା କମ୍ପାନି ପାଇବାକୁ ଥିବା ବେଳେ ଲେସେଥୋ ସରକାର ଅବଶିଷ୍ଟ ୩୦ ପ୍ରତିଶତ ପାଇବେ। ସୂଚନା ଯୋଗ୍ୟ ଯେ ବର୍ତ୍ତମାନ ସୁଦ୍ଧା ଆଫ୍ରିକାରୁ ସଂଗୃହିତ ହୀରା ମାନଙ୍କ ମଧ୍ୟରେ ୧୯୦୫ ମସିହାରେ ଉଦ୍ଧାର କରାଯାଇଥିବା ୩୧୦୬ କ୍ୟାରେଟ୍ରେ ହୀରା ସବୁଠାରୁ ବଡ଼। ପ୍ରାୟ ୩ଟି ଗଲ୍ଫ ବଲ ଆକାରର ଏହି ହୀରକୁ ସାର ଥମାସ କଲିନାନ ଠାବ କରଥିଲେ। ଏହି ହୀରାକୁ ଦୁଇ ଖଣ୍ଡ୍ କରାଯାଇ କଲିନାନ-୧ ଓ କଲିନାନ-୨ ନାମ ଦିଆଯାଇଥିଲା ଓ ଏହା ଏବେ ବ୍ରିଟିଶ ରାଜମୁକୁଟରେ ଶାଭା ପାଉଛି।
ଆଫ୍ରିକାରୁ ଠାବ ହେଲା ୯୦ କୋଟି ଟଙ୍କାର ହଳଦିଆ ହୀରା
/sambad/media/post_attachments/wp-content/uploads/2018/07/89-carat-yellow-diamond.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)