କୋଚି: ଯେଉଁ ବୟସରେ ସାଧାରଣତଃ ପିଲାମାନେ ଖେଳକୁଦ ଓ ସାଙ୍ଗମାନଙ୍କ ସାହ ବୁଲିବାକୁ ପସନ୍ଦ କରିଥାନ୍ତି। ସେହି ବୟସରେ କେରଳର ପେରିନଥାଲମାନାର ପୁଲାମନଥୋଲେ ଗ୍ରାମର ଅଷ୍ଟମ ଶ୍ରେଣୀର ଛାତ୍ର ଅଭିଲାଲଙ୍କୁ ଭଲ ଲାଗେ ଚାଷ କରିବା। ତେଣୁ ସେ ଘରର ମାଲିକାନାରେ ଥିବା ୪୫୦୦ ବର୍ଗ ଫୁଟ୍ ସ୍ଥାନରେ ଝୁଡଙ୍ଗ ଚାଷ କରି ୮୦୦ କିଲୋ ଝୁଡଙ୍ଗ ଫଳାଇ ରଚିଛନ୍ତି ରେକର୍ଡ।
ଅଭିଲାଲଙ୍କର ପିତା ଶଶୀଧରନ୍ ଜଣେ ଚାଷୀ । ସେ ଉତ୍ତର ପାରୁରରେ ୩ ଏକରର ଏକ ଜାଗା ଲିଜରେ ନେଇ ଜୈବ ଚାଷ କରନ୍ତି। ତାଙ୍କ ପରିବାର ଚାଷ ଉପରେ ନିର୍ଭରଶୀଳ । ଅଭିଲାଲ ଖାଲି ସମୟରେ ତାଙ୍କ ବାପାଙ୍କୁ ଚାଷରେ ସାହାଯ୍ୟ କରିଥାନ୍ତି। ପୁଅର ଚାଷ ପ୍ରତି ଆଗ୍ରହ ଦେଖି ଶଶୀଧରନ୍ ୪୫୦୦ ବର୍ଗଫୁଟ ଜାଗା ଝୁଡଙ୍ଗ ଚାଷ ପାଇଁ ପୁଅକୁ ଦେଲେ। କିନ୍ତୁ ଅଭିଲାଲ କରି ଦେଖାଇଥିଲେ କମାଲ, ସେ ଏଇ ଜାଗାରେ ଫଳାଇଲେ ୮୦୦ କିଗ୍ରା ଝୁଡଙ୍ଗ। ଏହା ସମସ୍ତଙ୍କୁ ଆର୍ଶ୍ଚଯ୍ୟ କରିଦେଇଥିଲା।
ଅଭିଲାଲଙ୍କୁ ଏଥିଲାଗି ଆଲାପୁଜା ସରୋଜିନୀ ଦାମୋଦରମ୍ ଫାଉଣ୍ଡେସନ ତରଫରୁ ଅକ୍ଷଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି। ୧୫୦୦୦ ଟଙ୍କାର ପୁରସ୍କାର ସହ ସ୍ଥାନୀୟ ଖବରକାଗଜରେ ତାଙ୍କ ଚାଷ ସମ୍ବଦ୍ଧୀୟ ବିବରଣୀ ମଧ୍ୟ ପ୍ରକାଶ ପାଇଛି।
ଅଭିଲାଲ ପୁଲାମନଥୋଲେ ଉଚ୍ଚ ବିଦ୍ୟଳୟରେ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ନ୍ତି। ସେ ସକାଳ ଏବଂ ସନ୍ଧ୍ୟାରେ କିଛି ସମୟ ଏବଂ ଛୁଟି ଦିନରେ ପୂରା ସମୟ ଚାଷକୁ ଦେଇଥାନ୍ତି। ବାପାଙ୍କ ପରି ସେ ମଧ୍ୟ ଜୈବ ଚାଷ କରିବା ଅଭ୍ୟସ କରୁଛନ୍ତି। ସେ ଗାଇ ଗୋବର, ପନିପରିବା ଚୋପା ଇତ୍ୟାଦି ଚାଷ ପାଇଁ ବ୍ୟବହାର କରିଥାନ୍ତି।
ଶିଶୁ କୃଷକ ଅଭିଲାଲ ଏହା ଛଡ଼ା ପୁଲାମନଥୋଲେର କୃଷି କର୍ମଚାରୀ ଉନିକ୍ରିଷ୍ନାନ ଏବଂ ଶିକ୍ଷକ ହରିଦାସ,ମୁହାମମାଦାଲି ଓ ଅଜିଥାଙ୍କ ସହାୟତାରେ ଲୋକଙ୍କ ମଧ୍ୟରେ ମଞ୍ଜି ବାଣ୍ଟୁଛନ୍ତି। ସେ ବର୍ତ୍ତମାନ କୁଣ୍ଡରେ ପରିବା ଚାଷ କରିବାକୁ ଯୋଜନା ଚଳାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/beans.jpg)