ମନୀଷୀମାନଙ୍କ କଳନାନୁସାରେ ଭାରତୀୟ କିଂବଦନ୍ତି ରାମାୟଣର ଘଟନାବଳୀ ଖ୍ରୀଷ୍ଟପୂର୍ବ ୪୩୦୦ରେ ହୋଇଥିବାବେଳେ ମହାଭାରତର ଘଟନାବଳୀ ଖ୍ରୀଷ୍ଟପୂର୍ବ ୪୦୦୦ରେ ହୋଇଥିଲା। ତେଣୁ ରାମାୟଣର କୌଣସି ଚରିତ୍ର ମହାଭାରତ ଯାଏଁ ବଞ୍ଚି ରହିଥିବା ସମ୍ଭବପର ନୁହେଁ। କିନ୍ତୁ, ଏହା ଭୁଲ୍‌ ଧାରଣା!
ଦୁଇ ଘଟନାବଳୀ ମଧ୍ୟରେ ଯଥେଷ୍ଟ ବ୍ୟବଧାନ ଥିଲେ ମଧ୍ୟ ଉଭୟ କାବ୍ୟରେ କେତେକ ଚରିତ୍ର ପ୍ରକଟ ହୋଇଛନ୍ତି।

Advertisment

publive-image
ରାମାୟଣରେ ହନୁମାନଙ୍କ ପ୍ରସଙ୍ଗ ରାମଚନ୍ଦ୍ରଙ୍କ ଜନ୍ମ ଠାରୁ ଆରମ୍ଭ କରି ମୃତ୍ୟୁ ଯାଏଁ ବର୍ଣ୍ଣିତ। ମହାଭାରତରେ ମଧ୍ୟ ହନୁମାନ ବୃଦ୍ଧ ବାନର ରୂପେ ଆବିର୍ଭାବ ହୋଇଛନ୍ତି। ଦ୍ରୌପଦୀଙ୍କ ପାଇଁ ସୁଗନ୍ଧିକା ପୁଷ୍ପ ଆଣିବାକୁ ଗଲାବେଳେ ତାଙ୍କ ସହ ଭୀମଙ୍କର ଭେଟ ହୋଇଥିଲା।
ସୀତା ଉଦ୍ଧାର ପାଇଁ ରାମ-ରାବଣ ଯୁଦ୍ଧ ସମୟରେ ସେ ପ୍ରଭୁ ରାମଚନ୍ଦ୍ରଙ୍କ ବାନରସେନାରେ ଯୋଗ ଦେଇଥିଲେ।

publive-image

ମହାଭାରତରେ ମଧ୍ୟ ଜାମ୍ବବାନଙ୍କ ପ୍ରସଙ୍ଗ ରହିଛି। ସେ ସାମ୍ୟନ୍ତକ ମଣି ରଖିଥିବା ଜାଣିବା ପରେ ଶ୍ରୀକୃଷ୍ଣ ତାଙ୍କୁ ଆକ୍ରମଣ କରିଥିଲେ। ପ୍ରସେନଙ୍କୁ ମାରିଥିବା ସିଂହକୁ ମାରିବା ପରେ ଶ୍ରୀକୃଷ୍ଣ ଜାମ୍ବବାନଙ୍କ ସହ ଲଢ଼ି ତାଙ୍କୁ ପରାସ୍ତ କରିଥିଲେ। ପରେ ଜାମ୍ବବାନ ନିଜ ଗୁହାରେ ଶ୍ରୀକୃଷ୍ଣଙ୍କୁ ମଣିଟି ଦେବା ସହ ନିଜ ଝିଅ ଜାମ୍ବବତୀଙ୍କୁ ମଧ୍ୟ ତାଙ୍କୁ ସମର୍ପଣ କରିଥିଲେ।

publive-image
ମହର୍ଷି ଅତ୍ରୀଙ୍କ ଓ ପତ୍ନୀ ଅନସୂୟାଙ୍କ ଠାରୁ ଜାତ ଋଷି ଦୁର୍ବାଶା ରାମ ବନବାସ ସମୟରେ ଆବିର୍ଭୂତ ହୋଇଥିଲେ। ତାଙ୍କର କ୍ରୋଧ ଯୋଗୁଁ ରାମ ଓ ସୀତାଙ୍କ ବିଚ୍ଛେଦ ହେବ ବୋଲି ଭବିଷ୍ୟବାଣୀ ହୋଇଥିଲା। ରାମ ଓ ଯମଙ୍କ ସାକ୍ଷାତ୍‌ ସମୟରେ ଲକ୍ଷ୍ମଣ ତାଙ୍କ କୋଠରି ପହରା ଦେଉଥିଲା ବେଳେ ସେ ଆସି ରାମଙ୍କୁ ଭେଟିବାକୁ ଚାହିଁଥିଲେ। ତାଙ୍କର କ୍ରୋଧକୁ ଡରି ଲକ୍ଷ୍ମଣ ତାଙ୍କୁ ଭିତରକୁ ଛାଡ଼ି ଦେଇଥିଲେ। ଏହା ଲକ୍ଷ୍ମଣଙ୍କ ମୃତ୍ୟୁର କାରଣ ହୋଇଥିଲା।

publive-image
ମହାଭାରତରେ ଦୁର୍ବାଶା କୁନ୍ତିଙ୍କ ପିତାଙ୍କୁ ଭେଟି ଆଶ୍ରୟ ଦାବି କରିଥିଲେ। ତରୁଣୀ କୁନ୍ତୀ ଋଷି ଦୁର୍ବାଶାଙ୍କର ଖୁବ୍‌ ତତ୍ତ୍ୱ ନେଇଥିଲେ। ତୁଷ୍ଟ ହୋଇ ସେ ତାଙ୍କୁ ଅର୍ଥବବେଦର ମନ୍ତ୍ର ଶିଖାଇ ଦେଇଥିଲେ। ଏହା ବଳରେ ସେ ଯେ କୌଣସି ଦେବତାଙ୍କୁ ଆବାହନ କରି ତାଙ୍କଠାରୁ ସନ୍ତାନ ଜାତ କରାଇ ପାରୁଥିଲେ।

publive-image
ବାନର ରାଜକନ୍ୟା ତଥା ବାନର ମୁଖ୍ୟ କେଶରୀଙ୍କ ପତ୍ନୀ ସନ୍ତାନ ପାଇଁ ତପାଚାର କରୁଥିବା ବେଳେ ପବନ ଦେବତା ପ୍ରକଟ ହୋଇ ତାଙ୍କୁ ରାଣୀ କୌଶଲ୍ୟାଙ୍କ ଠାରୁ ଅଣାଯାଇଥିବା ଶିବଙ୍କ ପ୍ରସାଦ ଟିକେ ଦେଇଥିଲେ। ତା’ପରେ ହନୁମାନ ଜାତ ହୋଇଥିଲେ। ଅଥର୍ବ ମହାଭାରତରେ ବେଦ ମନ୍ତ୍ର ପାଠ କରି ସନ୍ତାନ ଜାତ କରାଇବାକୁ ସ୍ୱାମୀ ରାଜା ପଣ୍ଡୁ କୁନ୍ତୀଙ୍କୁ କହିବାରୁ ପବନ ଦେବତା ଉପସ୍ଥିତ ହୋଇ ଭୀମଙ୍କୁ ଜାତ କରାଇଥିଲେ।

publive-image
ସପ୍ତର୍ଷିଙ୍କ ମଧ୍ୟରୁ ଅନ୍ୟତମ ଋଷି ବଶିଷ୍ଠ ଗୁରୁକୁଳରେ ରାମଙ୍କର ଗୁରୁ ଏବଂ ଦରବାରରେ ଅଯୋଧ୍ୟା ରାଜ୍ୟ ଧାର୍ମିକ ଉପଦେଷ୍ଟା ଥିଲେ। ତାଙ୍କର ଅଣନାତି ବେଦବ୍ୟାସଙ୍କ ଔରଷରୁ ଅମ୍ବିକାଙ୍କ ଠାରୁ ଧୃତରାଷ୍ଟ୍ର, ଅମ୍ବାଳିକାଙ୍କ ଠାରୁ ପଣ୍ଡୁ ଏବଂ ଜଣେ ସେବୀକାଙ୍କ ଠାରୁ ବିଦୂର ଜାତ ହୋଇଥିଲେ। ନିର୍ବାସନ ସମୟରେ ପାଣ୍ଡବମାନେ ବେଦବ୍ୟାସଙ୍କୁ ତାଙ୍କ ଆଶ୍ରମରେ ଭେଟିଥିଲେ। ସେଠାରେ ସେମାନେ ଋଷି ବଶିଷ୍ଠଙ୍କୁ ଭେଟିଥିଲେ। ସେ ତାଙ୍କୁ ରାଜ କର୍ତ୍ତବ୍ୟ କଥା ସ୍ମରଣ କରାଇ ଦେଇ ହସ୍ତୀନାପୁର ଫେରିଯିବାକୁ କହିଥିଲେ।

publive-image
ମନ୍ଦଦୋରୀ ଥିଲେ ମୟ ଦାନବଙ୍କ ଝିଅ। ତାଙ୍କ ଅନିଚ୍ଛା ସତ୍ତ୍ୱେ ମନ୍ଦଦୋରୀ ରାବଣକୁ ବିବାହ କରିଥିଲେ। କାରଣ ବିବାହ ନ କଲେ ତାଙ୍କ ପିତାଙ୍କୁ ହତ୍ୟା କରିବ ବୋଲି ରାବଣ ତାଙ୍କୁ ଡରାଇଥିଲା। ମହାଭାରତରେ କୃଷ୍ଣ ଓ ଅର୍ଜ୍ଜୁନଙ୍କ ଦ୍ୱାରା ଖାଣ୍ଡବବନ ଧ୍ୱଂସ ହୋଇଯିବା ପରେ ମୟ ଦାନବ ପାଣ୍ଡବମାନଙ୍କ ପାଇଁ ପ୍ରାସାଦଟିଏ ତୋଳି ଦେବାକୁ କହିଥିଲେ। ପରେ ତାହା ମୟସଭା ଭାବେ ଖ୍ୟାତି ଲାଭ କରିଥିଲା।

publive-image
ଶିବଧନୁ ଭଙ୍ଗ ପରେ ରାମ ଓ ସୀତାଙ୍କ ବିବାହ ଅନୁଷ୍ଠାନରେ ପର୍ଶୁରାମ ଦେଖା ଦେଇଥିଲେ। ମହାଭାରତରେ କୁରୁ ଯୁବରାଜ ଭୀଷ୍ମଙ୍କ ଗୁରୁ ଥିଲେ ପର୍ଶୁରାମ। ପରେ ରାଜକନ୍ୟା ଅମ୍ବାଙ୍କ ଗୁହାରି ଶୁଣି ସେ ଭୀଷ୍ମଙ୍କ ସହ ଲଢ଼ିଥିଲେ।

publive-image
ବିଶର୍ବାଙ୍କ ପୁତ୍ର ତଥା ରାବଣର ସାବତ ଭାଇ କୁବେର ହିଁ ଲଙ୍କାଗଡ଼କୁ ନିଜର ରାଜଧାନୀ କରିଥିଲେ। ରାବଣ ତାଙ୍କୁ ସେଠାରୁ ହଟାଇ ତାଙ୍କ ପୁଷ୍ପକ ବିମାନ ନେଇ ଯାଇଥିଲା। ହସ୍ତୀନାପୁରରେ ଯୁଧିଷ୍ଠିର ଶାସନ କରିବାର ଅଳ୍ପ କେତେ ବର୍ଷ ପରେ ମରୁଡ଼ି ପଡ଼ିବାରୁ ଖାଦ୍ୟାଭାବ ଦେଖା ଦେଲା। କୁବେରଙ୍କ ଠାରୁ ହଜାର ଶଗଡ଼ ଖାଦ୍ୟସଶ୍ୟ ଆଣିବାକୁ ଯୁଧିଷ୍ଠିର ଭୀମଙ୍କୁ ପଠାଇଥିଲେ।

publive-image
ଭାଇ ରାବଣ ସହ ଯୁଦ୍ଧ କରିବା ସମୟରେ ଭୀବିଷଣ ରାମଙ୍କ ସାଙ୍ଗରେ ଥିଲେ। ମହାଭାରତରେ ଯୁଧିଷ୍ଟିର ରାଜସୂୟ ଯଜ୍ଞ କରିବାବେଳେ ଭୀବିଷଣ ତାଙ୍କୁ ଭେଟି ଧନରତ୍ନ ଦେଇଥିଲେ।