କାଳବୈଶାଖୀ ପ୍ରଭାବରେ କାର ଭିତରେ ଚାପି ହୋଇଯାଇଥିବା ବାପା ଓ ମା’ଙ୍କୁ ବଞ୍ଚାଇଲା ୯ବର୍ଷର ବାଳକ

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ରର ମେରିଏଟା ସହରରୁ ହୃଦୟସ୍ପର୍ଶୀ ଘଟଣା ସାମ୍ନାକୁ ଆସିଛି। ଜଣେ ନାବାଳକ ତାଙ୍କ ବାପା ଓ ମା’ଙ୍କ ପାଇଁ ଦେବଦୂତ ସାଜି ଜୀବନ ବଞ୍ଚାଇଥିବା ଜଣାପଡ଼ିଛି।

ମେରିଏଟା ସହରରେ କିଛିଦିନ ତଳେ କାଳବୈଶାଖୀ ତାଣ୍ଡବ ରଚିଥିଲା। ଏହାର ପ୍ରଭାବରେ ମେରିଏଟା ସହରରେ ଅନେକ ଗଛଉପୁଡ଼ି ପଡ଼ିଥିଲା। ଏହି ସମୟରେ ୯ବର୍ଷର ବାଳକ ବ୍ରେନସନ ତାଙ୍କ ବାପା ଓ ମା’ଙ୍କ ସହିତ କାରରେ ବସି କୌଣସି ଏକ ସ୍ଥାନକୁ ଯାଇଥିଲେ।

ଏତିକି ବେଳେ ଏକ ଭଙ୍ଗାଗଛ ବ୍ରେନସନଙ୍କ ବାପା ଚଲାଉଥିବା ଗାଡ଼ି ଉପରେ ପଡ଼ି ଯାଇଥିଲା। ଯେଉଁ କାରଣରୁ ବାପା ଭେନ, ମା’ ଲିଣ୍ଡି ଓ ବେନସନ ଚାପି ହୋଇଯାଇଥିଲେ। ସୌଭାଗ୍ୟବଶତଃ ବ୍ରେନସନ କାର ଭିତରୁ ବାହାରି ଯାଇଥିଲେ। ଆଉ ସାହାଯ୍ୟ ପାଇଁ ଆଗକୁ ବଢ଼ିଥିଲେ।

ସାହାଯ୍ୟ ପାଇଁ ଯିବା ପୂର୍ବରୁ ବ୍ରେନସନ ତାଙ୍କ ବାପା ଓ ମା’ଙ୍କୁ କହିକି ଯାଇଥିଲେ, ‘ଦେଖ ତୁମେ ଆଖିବୁଜିବ ନାହିଁ, ମୋତେ ଛାଡ଼ି ଯିବନାହିଁ। ମୁଁ ଶୀଘ୍ର ତୁମ ପାଖକୁ ଫେରିବି।’

ନିଜ ଜୀବନକୁ ଖାତିର ନକରି ଦୁର୍ଘଟଣାସ୍ଥଳରୁ ବ୍ରେନସନ ଆଗକୁ ଆଗକୁ ବଢ଼ି ଚାଲିଥିଲେ। କିଛିବାଟ ଯିବାପରେ କିଛିଲୋକଙ୍କୁ ଦେଖି ବ୍ରେନସନ ଘଟଣା ବିଷୟରେ ଜଣାଇଥିଲେ। ସେମାନେ ପୁଲିସକୁ ଖବର ଦେବା ସହିତ ବ୍ରେନସନ ସହିତ ଘଟଣାସ୍ଥଳରେ ପହଞ୍ଚି ଭେନ ଓ ଲିଣ୍ଡିଙ୍କୁ କାର ଭିତରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ଏହି ଘଟଣାକୁ ନେଇ ପୁଲିସ କହିଛି, ବ୍ରେନସନଙ୍କ ସାହସକୁ ସଲାମ। କାଳବୈଶାଖୀ ସହିତ ବାପା ଓ ମା’ଙ୍କୁ କାର ଭିତରେ ଚାପି ହୋଇଯିବା ଘଟଣା ଅତ୍ୟନ୍ତ ଭୟାବହ। ଏଭଳି ପରିସ୍ଥିତିରେ ବଡ଼ବଡ଼ ଲୋକ ବି କ’ଣ କରିବେ କିଛି ସ୍ଥିର କରି ପାରି ନଥାଆନ୍ତି। କିନ୍ତୁ ବ୍ରେନସନ ସାହସ ଦେଖାଇ ତାର ବାପା ଓ ମା’ଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇ ଦେଇଛନ୍ତି।

 

 

ସମ୍ବନ୍ଧିତ ଖବର