ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ୫ବର୍ଷର ଶିଶୁ ଏବଂ ତାଙ୍କ ୯୦ବର୍ଷର ଜେଜେବାପାଙ୍କର ଭିଡିଓ ଭାଇରାଲ ହେଉଛି। ଏଥିରେ ଜେଜେ ନିଜ ନାତିଙ୍କୁ ଜୀବନ ଏବଂ ମୃତ୍ୟୁ କ’ଣ, ତାହା ବୁଝାଉଛନ୍ତି। ବୃଦ୍ଧଜଣକ ନିଜ ନାତିକୁ କହୁଛନ୍ତି ଯେ, ସେ ତାଙ୍କୁ ବଡ଼ ହେଉଥିବାର ଦେଖିପାରିବେ ନାହିଁ। ଏହା ଶୁଣି ପିଲାଟି କାନ୍ଦିବାକୁ ଲାଗୁଛି। ଉଭୟ ଏକ ସୋଫାରେ ବସି ପରସ୍ପର କଥା ହେଉଥିବା ଭାଇରାଲ ହେଉଥିବା ଫଟୋରେ ଦେଖାଯାଇଛି।
ସାଉଥ ଚାଇନା ମର୍ନିଂ ପୋଷ୍ଟ ଅନୁଯାୟୀ, ଚୀନରେ ଭାଇରାଲ ହେଉଥିବା ଭିଡିଓରେ ପିଲାଟି ପଚାରୁଛି, ମୁଁ ଯେତେବେଳେ ବଡ ହେବି, ତୁମେ ମୋ ଚାରିପାଖରେ ରହିବ କି? ଏହା ଶୁଣି ବୃଦ୍ଧଜଣକ କହୁଛନ୍ତି 'ନା, ଯେତେବେଳେ ତୁମେ ବଡ଼ ହେବ, ମୁଁ ପାଖାପାଖି ରହିବି ନାହିଁ ଏବଂ ତୁମେ ମୋତେ ଆଗକୁ ଆଉ ଦେଖି ପାରିବ ନାହିଁ।'
scmpଏହା ଶୁଣି ପିଲାଟି ଦୁଃଖୀ ହୋଇ କାନ୍ଦିବା ଆରମ୍ଭ କରୁଛି। ଏହି ଘଟଣା ଚାଇନାର ଲିଆଓନିଂ ପ୍ରଦେଶର ଅଟେ। ଉଭୟଙ୍କ ବାର୍ତ୍ତାଳାପର ଭିଡିଓ ଚାଇନାର ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ତେବେ କିଛି ସମୟ କାନ୍ଦିବା ପରେ ଶିଶୁଟି ପଚାରୁଛି ତୁମ ପରେ ମୋର ଜେଜେବାପା କିଏ ହେବେ? ଏହାର ଉତ୍ତରରେ ବୃଦ୍ଧ କହୁଛନ୍ତି, ମୋ ପରେ ଆଉ ତୁମର ଜେଜେବାପା କେହି ହେବେ ନାହିଁ। ତୁମର ବୟସ ବଢ଼ିବା ସହ ତୁମେ ବି ଦିନେ ମୋ ଭଳି ଜେଜେବାପା ହେବ। ଏହା ସୃଷ୍ଟିର ନିୟମ। କେହି ସବୁଦିନ ରୁହନ୍ତି ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/ସ-82.jpg)