୯୩୦ ଦିନ ହେଲାଣି ଦୈନିକ ୧୦୦୦ ଭୋକିଲାଙ୍କୁ ମାଗଣାରେ ଜଳଖିଆ ପରଷୁଛନ୍ତି ହାଇଦ୍ରାବାଦୀ ଯୁବକ

୯୩୦ ଦିନରୁ ଊର୍ଦ୍ଧ୍ୱ ହେଲାଣି ଫାର୍ମାସିରେ ଡକ୍ଟରେଟ୍‌ କରୁଥିବା ୨୬ ବର୍ଷିୟ ମହମ୍ମଦ ସୁଜାତଉଲ୍ଲା ଦୈନିକ ୧୦୦୦ ହାଇଦ୍ରାବାଦୀ ଭୋକିଲାମାନଙ୍କୁ ସକାଳ ଜଳଖିଆ ପରିବେଷଣ କରୁଛନ୍ତି। ଦିନଟିଏ ମଧ୍ୟ ବନ୍ଦ କରି ନାହାନ୍ତି। ସପ୍ତାହକୁ ଦୁଇଥର ମଧ୍ୟ ବାସହୀନମାନଙ୍କୁ ସେ ଡିନର୍‌ ବଣ୍ଟନ କରୁଛନ୍ତି।

ଏହା ବ୍ୟତିରେକେ, ଅତିରିକ୍ତ ଉପାର୍ଜ୍ଜନ ସୂତ୍ର କୋଜୁ ବିଧବା ଏବଂ ଅନ୍ୟାନ୍ୟ ମହିଳାମାନଙ୍କ ପାଇଁ ଟେଲରିଙ୍ଗ୍‌ ଶିକ୍ଷା କେନ୍ଦ୍ର ଚଳାଉଛନ୍ତି।
ସେ କହନ୍ତି: ୨୦୧୪ରେ ସ୍ନାତକ ଡିଗ୍ରୀ କରୁଥିବା ବେଳେ ଗୋଟିଏ ବିଷୟରେ ମୁଁ ଅକୃତକାର୍ଯ୍ୟ ହୋଇଗଲି। ଏଇ ବିଫଳତା ପରେ ମୁଁ ନିଷ୍ପତ୍ତି ନେଲି ଯେ ଦଶ ଜଣ ଲୋକଙ୍କୁ ଖୋଇବି। ପରବର୍ଷ ଫଳ ବାହାରିବା ପରେ ମୁଁ ଗୋଟାଏ ହୋଟେଲ୍‌ରୁ ଦଶଟି ଖାଦ୍ୟ ପୁଡ଼ିଆ ଆଣି ରାସ୍ତାକଡ଼ରେ ଥିବା ଲୋକଙ୍କୁ ବାଣ୍ଟି ଦେଲି।

Image Source: The Better India

ସେତେବେଳେ ମୁଁ ଦେଖିଲି ଜଣେ ବ୍ୟକ୍ତି ରାସ୍ତା ଉପରେ ଶୋଇଛନ୍ତି। ସେତେବେଳେ ଡିସେମ୍ବର ମାସର ହାଡ଼ଭଙ୍ଗା ଶୀତ ପଡ଼ିଥାଏ। ଖାଦ୍ୟ ଦରକାର କି ବୋଲି ମୁଁ ସେ ଲୋକଟିକୁ ପଚାରିଲାରୁ ସେ କହିଲା ଯେ ସେ ଖାଇଛି। ଖାଦ୍ୟ ପୁଡ଼ିଆଟିକୁ ଆଉ କାହାକୁ ଦେଇ ଦିଅ। ସେ ଲୋକର କଥା ଶୁଣି ମୋ ହୃଦୟ ତରଳିଗଲା। କାରଣ ସେ ଲୋକଟିର କିଛି ନ ଥିଲା, ବିନା ଚାଦରରେ କୁକୁରିଆ ଜାଡ଼ରେ ରାସ୍ତା ଉପରେ ଶୋଇଛି, କିନ୍ତୁ ଆପଣା ଭାଗର ଆହାର ଅନ୍ୟକୁ ଦେଇ ଦେବାକୁ କହୁଛି।

ସୁଜାତ କେବେ ପ୍ରକୃତ ଭୋକ କ’ଣ ଜାଣି ନ ଥିଲେ। ସେ କହନ୍ତି, ଜୀବନରେ ଏ ଭଳି ସୁଖ ପାଇ ନ ଥିଲି ତେଣୁ ମୁଁ ପ୍ରତିଦିନ ଏ କାମ କରେ ବୋଲି ଏଇ ଅଭିଜ୍ଞତା ମୋତେ ବାଟ କଢ଼ାଇ ନେଲା।

ଶେଷକୁ ସେ କାମ କରୁଥିବା ତାଙ୍କର ବନ୍ଧୁ ଓ ପରିବାର ସଦସ୍ୟଙ୍କୁ ସେମାନଙ୍କର ଦିନକର ଦରମା ଦାନ କରିବାକୁ ଅନୁରୋଧ କଲେ।
ପ୍ରଥମ ଦିନ ସେ ୫୦୦୦ ପାଖାପାଖି ଟଙ୍କା ପାଇଥିଲେ। ସକାଳ ଜଳଖିଆରେ ସପ୍ତାହକୁ ଦୁଇ ତିନି ଥର ଖାଣ୍ଟି ଗୁଆଘିଅ ଓ ଚଟଣି ସହ ଉପମା ପରିବେଷଣ କରନ୍ତି। ରିହାତି ମୂଲ୍ୟରେ ଏହା ପଦ୍ମା ରାଓ ନଗରସ୍ଥିତ ଏକ ରେସ୍ତାରାଁରୁ ଆସେ।

କାମରେ ଅଗ୍ରଗତି ପାଇଁ ସୁଜାତ ୨୦୧୬ରେ ଆରମ୍ଭ କଲେ ‘ହ୍ୟୁମାନିଟି ଫାଷ୍ଟ୍‍ ଫାଉଣ୍ଡେସନ୍‌’। ୧୦ଟି ଲୋକରୁ ଆରମ୍ଭ କରାଯାଇଥିବା ଜଳଖିଆ ପରିବେଷଣ ଏବେ ନିରବଚ୍ଛିନ୍ନ ଭାବେ ଦୈନିକ ୧୦୦୦ ଜଣରେ ପହଞ୍ଚିିଛି।

Image Source: The Better India

ସୁଜାତ ସକାଳ ୭ଟାରେ ଉଠନି ଏବଂ ମୁର୍ସିଦାବାଦ ଅଞ୍ଚଳରେ ଥିବା ଘରୁ ସକଳ ୭: ୩୦ରେ ବାହାରନ୍ତି। ହୋଟେଲ୍‌ରୁ ଖାଦ୍ୟ ନେଇ ସେ ୮: ୦୦ ସୁଦ୍ଧା କୋଟିସ୍ଥିତ ଗଭର୍ଣ୍ଣମେଣ୍ଟ୍‌ ମାଟର୍ଣ୍ଣିଟି ହସ୍‌ପିଟାଲ୍‌ରେ ପହଞ୍ଚନ୍ତି। ସେଠାରେ ଧାଡ଼ିବାନ୍ଧି ଡାକ୍ତରଙ୍କୁ ଭେଟିବାକୁ ଠିଆ ହୋଇଥିବା ଲୋକମାନଙ୍କୁ ଖାଦ୍ୟ ବାଣ୍ଟନ୍ତି।

୮: ୧୫ ସୁଦ୍ଧା ସେଠାରେ କେତେ ଶହ ଲୋକଙ୍କୁ ଖାଦ୍ୟ ଦେଇ ସେ ଯାଇ ପହଞ୍ଚନ୍ତି ନିଲୌଫର୍‌ ହସ୍‌ପିଟାଲ୍‌ରେ। ସେଠାରୁ ସେ ଯାଆନ୍ତି ପୁଞ୍ଜଗୁଟ୍ଟାସ୍ଥିତ ନିଜାମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସ୍‌କୁ। ସେଠାରେ ୯ଟାରୁ ୯: ୧୫ ଯାଏଁ ଉପମା ବଣ୍ଟାଯାଏ। ଏଇ ଦେଢ଼ଘଣ୍ଟା ମଧ୍ୟରେ ସେ ୨୫ କେଜି ଉପମା ବଣ୍ଟନ କରନ୍ତି।

ଏଥିପାଇଁ ପ୍ରତିଦିନ ତାଙ୍କୁ ୫୦୦୦ ଟଙ୍କା ବ୍ୟୟ କରିବାକୁ ପଡ଼ିଥାଏ। ଅର୍ଥାତ୍‌ ପ୍ରତି ଉପମା ତାଟିଆ ପିଛିା ୫ଟଙ୍କା ପଡ଼େ। ଉପମା ବାବଦରେ ଯାଏ ୪, ୨୦୦ ଟଙ୍କା, ବାସନ ବାବଦ ଯାଏ ୩୦୦ ଟଙ୍କା ଏବଂ ଟେମ୍ପୋ ବାବଦରେ ଯାଏ ୫୦୦ ଟଙ୍କା।

ସମ୍ବନ୍ଧିତ ଖବର