ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ୯୪ବର୍ଷର ଜଣେ ମହିଳାଙ୍କ ଭିଡିଓ ଭାଇରାଲ ହେବାର ଲାଗିଛି। ଭିଡିଓରେ ଦେଖିବାକୁ ମିଳୁଥିବା ମହିଳା ଜଣକ ତାଙ୍କ ଅନ୍ତିମ ସଂସ୍କାରକୁ ନେଇ ଏକ ସର୍ତ୍ତ ରଖିଛନ୍ତି।
ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଗ୍ରାଣ୍ଡମା ଡ୍ରୋନିଆକ ନାମରେ ଲୋକପ୍ରିୟ ଥିବା ବୃଦ୍ଧଙ୍କ ୨ମିଲିୟନରୁ ଅଧିକ ଅନୁଗାମୀ ରହିଛନ୍ତି।
ନିକଟରେ ଭାଇରାଲ ହୋଇଥିବା ଭିଡିଓରେ ବୃଦ୍ଧା ଜଣକ କହୁଛନ୍ତି, ‘ମୋର ଅନ୍ତିମ ସଂସ୍କାରକୁ ଆସିଲେ କିଛି ସର୍ତ୍ତ ପାଳନ କରିବାକୁ ହେବ। ଏହି ସର୍ତ୍ତକୁ ମାନି ଆପଣମାନେ ମୋର ଅନ୍ତିମ ସଂସ୍କାରକୁ ଆସିବେ। ସର୍ତ୍ତ ହେଉଛି ଭଲ ଦେଖାଯିବେ କିନ୍ତୁ ମୋ ଠାରୁ ଅଧିକ ନୁହେଁ। କଳାରଙ୍ଗର ପୋଷାକ ପିନ୍ଧିବେ ନାହିଁ। ହଁ ଆଉଗୋଟେ କଥା ସ୍କିନି ଜିନ୍ସି ତ ଆଦୌ ପିନ୍ଧିବେ ନାହିଁ।’
View this post on Instagram
ଉକ୍ତ ମହିଳାଙ୍କ ବ୍ୟକ୍ତିଗତ ଜୀବନ କଥା କହିଲେ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ହୋଇଯାଇଛି। ସେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଭିଡିଓ ସେୟାର କରିଥାଆନ୍ତି। ବୃଦ୍ଧା ଜଣକ ତାଙ୍କ ଜୀବନକୁ ଏବେ ସ୍ବାଧୀନ ଭାବେ ବଞ୍ଚୁଛନ୍ତି। ଲୋକଙ୍କୁ ସମାଜରେ କେମିତି ଖୁସିରେ ବଞ୍ଚିବାକୁ ହୋଇଥାଏ ସେନେଇ ବି ବୃଦ୍ଧ ପ୍ରାୟତଃ ତାଙ୍କ ଅନୁଗାମୀଙ୍କ ସହିତ ଆଲୋଚନା କରିଥାଆନ୍ତି।