ଅନ୍ତିମ ସଂସ୍କାର ପୂର୍ବରୁ ଜିଇଁ ଉଠି ୯୫ବର୍ଷୀୟ ବୃଦ୍ଧ କହିଲେ ଏପରି କଥା

ଜୟପୁର: ରାଜସ୍ଥାନ ଝୁନ୍‌ଝୁନ୍‌ରେ ଜଣେ ବୃଦ୍ଧ ଅନ୍ତିମ ସଂସ୍କାର ପୂର୍ବରୁ ଜିଇଁ ଉଠିବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ସୂଚନାଯୋଗ୍ୟ, ୯୫ବର୍ଷୀୟ ବୃଦ୍ଧ ରାମ ଗୁଜ୍ଜର ନିଘୋଡ ନିଦ୍ରାରେ ଅର୍ଥାତ୍‌ ଅଚେତ ଅବସ୍ଥାରେ ଶୋଇ ପଡ଼ିଥିଲେ। ଘରଲୋକେ ଯେତେ ଉଠେଇବାକୁ ଚେଷ୍ଟା କରିଥିଲେ ହେଁ ସେ ଉଠି ନଥିଲେ। ଶେଷରେ ବୃଦ୍ଧଙ୍କୁ ଡାକ୍ତରଖାନା ନେଇ ଯାଇଥିଲେ, ସେଠାରେ ଡାକ୍ତର ବି ତାଙ୍କୁ ମୃତ ବୋଲି ଘୋଷଣା କରି ଦେଇଥିଲେ। ଏହାପରେ ପରିବାର ଲୋକଙ୍କ ମଧ୍ୟରେ କାନ୍ଦ ବୋବାଳି ଆରମ୍ଭ ହୋଇ ଯାଇଥିଲା। ବନ୍ଧୁବାନ୍ଧବ ଖବର ପାଇ ଘରେ ଆସି ପହଞ୍ଚିଥିଲେ। ଏହାପରେ ବୃଦ୍ଧଙ୍କ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ସରିଥିଲା, ମୁଖାଗ୍ନି ଦେବାକୁ ଆଉ କିଛି ସମୟରେ ବାକି ଥିବା ବେଳେ ଏମିତି ଏକ ଘଟଣା ଘଟିଲା ଯାହା ସମସ୍ତଙ୍କୁ ଚକିତ କରି ରଖି ଦେଇଥିଲା।

ଭକ୍ତାବାଲାର ଧାନିରେ ବସବାସ କରୁଥିବା ବୃଦ୍ଧ ରାମ ଗୁଜ୍ଜରଙ୍କୁ ମୃତ ବୋଲି ଘୋଷଣା କରାଗଲା ପରେ ଅନ୍ତିମ ସଂସ୍କାର ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଥିଲା। ଯେତେବେଳେ ବୃଦ୍ଧଙ୍କୁ ନୂଆ ବସ୍ତ୍ର ପିନ୍ଧାଇବା ପାଇଁ ଥଣ୍ଡା ପାଣିରେ ଗାଧୁଆ ଯାଇଥିଲା ତାଙ୍କ ଶରୀର ଥଣ୍ଡାରେ କମ୍ପ ଉଠିଥିଲା। ତାଙ୍କ ନିଶ୍ୱାସ ପ୍ରଶ୍ୱାସ ତୀବ୍ର ହେବାରେ ଲାଗିଥିଲା। ଯାହାକୁ ଦେଖି ସେଠାରେ ଉପସ୍ଥିତ ଥିବା ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବୃଦ୍ଧ ମୃତ୍ୟୁମୁଖରୁ ଜିଇଁ ଉଠିବା ଦେଖି ପରିବାର ଲୋକଙ୍କ ମଧ୍ୟରେ ଖୁସିରେ ଲହଡି ଖେଳି ଯାଇଥିଲା।

ବୃଦ୍ଧ ଏହି ଘଟଣାକୁ ନେଇ କହନ୍ତି, ତାଙ୍କ ପିଠିରେ ପ୍ରବଳ ଯନ୍ତ୍ରଣା ଅନୁଭୂତ ହୋଇଥିଲା। ତେଣୁ ସେ ପାଓ୍ଵରଫୁଲ ମେଡିସିନ୍‌ ଖାାଇ ଶୋଇ ପଡ଼ିଥିଲେ। ତେଣୁ ଏସବୁ କ’ଣ ଘଟି ଯାଇଛି ସେ କିଛି ଜାଣନ୍ତି ନାହିଁ ବୋଲି କହିଥିଲେ।

ସମ୍ବନ୍ଧିତ ଖବର