ବିଶ୍ବପ୍ରସିଦ୍ଧ ଆମେରିକୀୟ ରକ୍ ବ୍ୟାଣ୍ଡ୍‌ ‘ନିର୍ବାଣ’ର ମୁଖ୍ୟ ସଂଗୀତଜ୍ଞ କର୍ଟ କୋବେନ୍‌ଙ୍କର ଏକ ଭଙ୍ଗା ଗିଟାର୍‌କୁ ଯୁକ୍ତରାଷ୍ଟ୍ର ଆମେରିକାରେ ନିଲାମ କରାଯାଇଛି। ଏହା ପ୍ରାୟ ୬୦ ହଜାର ଡଲାର୍‌ରେ ବିକ୍ରି ହେବ ବୋଲି ପ୍ରଥମେ ଆଶା ରଖାଯାଇଥିଲା। କିନ୍ତୁ ଜଣେ ଅନାମଧେୟ କ୍ରେତା ଏହାକୁ ୬ ଲକ୍ଷ ଡଲାର୍ ବା ପାଖାପାଖି ୫ କୋଟି ଟଙ୍କା ଦେଇ କିଣିଛନ୍ତି।

Advertisment

ଏହା ହେଉଛି ଫେଣ୍ଡର୍‌ କମ୍ପାନିର ଷ୍ଟ୍ରାଟୋକାଷ୍ଟର୍ ନାମକ କଳା ରଙ୍ଗର ଏକ ଇଲେକ୍‌ଟ୍ରିକ୍ ଗିଟାର୍‌। ୧୯୯୦ ଦଶକର ପ୍ରାରମ୍ଭରେ ‘ନେଭର୍‌ମାଇଣ୍ଡ୍‌’ ନାମକ ସଂଗୀତ ଆଲ୍‌ବମ୍‌ ପ୍ରସ୍ତୁତ କରୁଥିବା ବେଳେ କର୍ଟ ଏହାକୁ ବାଡ଼େଇ ଭାଙ୍ଗିଦେଇଥିଲେ। ପରେ ଏହାକୁ ଯୋଡ଼ାଯାଇଥିଲେ ମଧ୍ୟ ଏହାକୁ ଏବେ ବଜାଇବା ସମ୍ଭବ ନୁହେଁ। ଏହି ଗିଟାର୍ ଉପରେ କର୍ଟଙ୍କ ସମେତ ‘ନିର୍ବାଣ’ର ଅନ୍ୟ ଦୁଇ ସଂଗୀତଜ୍ଞଙ୍କ ସ୍ବାକ୍ଷର ରହିଛି। ଦୁଇ ବର୍ଷ ତଳେ କର୍ଟ କୋବେନ୍‌ଙ୍କ ଆଉ ଏକ କିଂବଦନ୍ତୀୟ ଆକଷ୍ଟିକ୍‌ ଗିଟାର୍‌ ୬୦ ଲକ୍ଷ ଡଲାର୍ ବା ପ୍ରାୟ ୪୫ କୋଟି ଟଙ୍କାରେ ବିକ୍ରି ହୋଇଥିଲା।