ବୋଟାନିକାଲ୍ ସର୍ଭେ ଅଫ୍ ଇଣ୍ଡିଆ (ବିଏସ୍ଆଇ)ର ଗବେଷକମାନେ ଅରୁଣାଚଳ ପ୍ରଦେଶର ଅଞ୍ଜା ଜିଲ୍ଲାରେ ଏକ ବିରଳ ଗଛକୁ ୧୦୦ ବର୍ଷରୁ ଅଧିକ ସମୟରେ ପରେ ପୁଣି ଥରେ ଆବିଷ୍କାର କରିଛନ୍ତି। ଏହି ଗଛର ବୈଜ୍ଞାନିକ ନାମ ‘ଏସ୍ଚିନାନ୍ଥସ୍ ମନେଟାରିଆ ଡନ୍’। ‘ଏସ୍ଚିନାନ୍ଥୋସ୍’ ଦୁଇଟି ଗ୍ରିକ୍ ଶବ୍ଦର ସମଷ୍ଟି। ଗ୍ରିକ୍ ଭାଷାରେ ‘ଏସ୍ଚିନ୍’ର ଅର୍ଥ ଲଜ୍ଜା ଏବଂ ‘ଆନ୍ଥୋସ୍’ର ଅର୍ଥ ଫୁଲ। ୧୯୧୨ରେ ଇଂରେଜ ଉଦ୍ଭିଦବିତ୍ ଆଇଜାକ୍ ହେନରି ବର୍କିଲ୍ ସର୍ବପ୍ରଥମେ ଅରୁଣାଚଳ ପ୍ରଦେଶରେ ଏହି ଗଛ ଆବିଷ୍କାର କରିଥିଲେ। ଚିରହରିତ ଜଙ୍ଗଲରେ ସମୁଦ୍ର ପତ୍ତନରୁ ୫୪୩ରୁ ୧୧୩୪ ମିଟର ଉଚ୍ଚତାରେ ଏହି ଗଛ ଦେଖାଦେଇଥାଏ। ଅକ୍ଟୋବରୁ ଜାନୁଆରି ମଧ୍ୟରେ ଏହି ଗଛରେ ଫୁଲ ଫୁଟେ। ଏହାର ଲାଲ୍ ଫୁଲର ଲମ୍ବା ନଳୀ ଆକୃତି ଯୋଗୁଁ ଏହା ଲିପ୍ଷ୍ଟିକ୍ ଭଳି ଦେଖାଯାଇଥାଏ। ତେଣୁ ଏହି ଗଛ ସାଧାରଣତଃ ଲିପ୍ଷ୍ଟିକ୍ ଗଛ ନାମରେ ସୁପରିଚିତ। ଅନ୍ତର୍ଜାତୀୟ ପ୍ରକୃତି ସଂରକ୍ଷଣ ସଂଘ ଅନୁଯାୟୀ ଲିପ୍ଷ୍ଟିକ୍ ଗଛଟି ଏକ ସଙ୍କଟାପନ୍ନ ଶ୍ରେଣୀର ବୃକ୍ଷ। ଅଞ୍ଜା ଜିଲ୍ଲାରେ ହେଉଥିବା ଭୂସ୍ଖଳନ ଏହି ଗଛର ଅସ୍ତିତ୍ବ ପ୍ରତି ସବୁଠାରୁ ବଡ଼ ବିପଦ ବୋଲି ଆବିଷ୍କାରକ ଗବେଷକମାନେ କହିଛନ୍ତି।
ଏକ ଶତାବ୍ଦୀ ପରେ ପୁନଃଆବିଷ୍କୃତ ଲିପ୍ଷ୍ଟିକ୍ ଗଛ
/sambad/media/post_attachments/wp-content/uploads/2022/06/lipstick-tree.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)