ନୂଆଦିଲ୍ଳୀ: ପ୍ରଚଣ୍ଡ ଖରାରେ ଜନଜୀବନ ହସ୍ତସନ୍ତ ହେଉଥିବା ବେଳେ ପାଣି ଟିକେ ପାଇଁ ମଣିଷରୁ ନେଇ ଜୀବଜନ୍ତୁ ପର୍ଯ୍ୟନ୍ତ ସମସ୍ତେ ବିକଳ ହେଉଛନ୍ତି। ଦେଶର ଅଧିକାଂଶ ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରି ଉପରେ ରହୁଥିବା ବେଳେ ପାନୀୟ ଜଳ ଏବେ ସଭିଙ୍କ ପାଇଁ ଅତ୍ୟାବଶ୍ୟକ ପାଲଟିଛି। ଆମେ ସିନା ନିଜର ପିଇବା ବ୍ୟବସ୍ଥା କରିଦେଇ ପାରୁଛନ୍ତି। ଥରେ ଭାବନ୍ତୁ ତ ପଶୁପକ୍ଷୀମାନଙ୍କ ବିଷୟରେ। ସେମାନଙ୍କ ପାଇଁ ଯଦି ଆମେ ଚିନ୍ତା ନକରିବା ତ ଆଉ କିଏ କରିବ? ପକ୍ଷୀମାନଙ୍କ ପ୍ରତି ସହୃଦୟ ହୋଇ ଏବେ ସଭିଙ୍କ ମନ କିଣିଛି ଜ‌ଣେ କୁନି ପୁଅ।

Advertisment

ପ୍ରବଳ ଉତ୍ତାପରେ ପକ୍ଷୀମାନଙ୍କୁ ପ୍ରତ୍ୟେକ ବୁନ୍ଦା ପାଣି ଉପରେ ନିର୍ଭରଶୀଳ ହେବାକୁ ପଡୁଛି। ସୋସିଆଲ ମିଡିଆରେ ଆପଣ ଅନେକ ପୋଷ୍ଟ୍‌ ଦେଖିଥିବେ। ହେଲେ ଆମେ ଆଜି ଯେଉଁ ପୋଷ୍ଟ୍‌ ଦେଖାଇବୁ ତାହା ଆପଣଙ୍କ ହୃଦୟକୁ ଛୁଇଁବ। ବର୍ତ୍ତମାନ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ନିରୀହ ଶିଶୁର ମାନବିକତା ଆପଣଙ୍କ ହୃଦୟ ଜିତିବ। କୁନି ପିଲା ଜଣକ ପକ୍ଷୀମାନଙ୍କର ପାତ୍ରରେ ପାଣି ଶୁଖି ଯାଇଛି ଦେଖି ନିଜେ ପାଣି ନେଇ ଭରୁଥିବାର ଦୃଶ୍ୟ ଭିଡିଓରେ ଦେଖିପାରୁଥିବେ। ସେ ନିଜ ବୋତଲରେ ପାଣି ଆଣି ପକ୍ଷୀମାନଙ୍କ ପାତ୍ରରେ ଢାଳୁଛି। ଆପଣ ମଧ୍ୟ ଏହି ଭିଡିଓ ଦେଖିବା ପରେ ପିଲାକୁ ପ୍ରଶଂସା ନକରି ରହିପାରିବେ ନାହିଁ।

ଜଣେ ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ଏହି ଭିଡିଓକୁ ଟ୍ୱିଟରରେ ସେୟାର କରିଛନ୍ତି। ଯେଉଁଥିରେ ପିଲାଟି ଟ୍ୟାଙ୍କରୁ ବୋତଲ ଭର୍ତ୍ତି କରୁଥିବା ଦେଖାଯାଉଛି। ପିଲାଟି ଖାଲି ପାଦରେ ବୋତଲକୁ କାନ୍ଧରେ ଧରି ପକ୍ଷୀମାନଙ୍କ ନିକଟକୁ ଯାଉଥିବାର ଦେଖିବାକୁ ମିଳିଛି। ଶହ ଶହ ପକ୍ଷୀ ଏକତ୍ର ଥିବା ବେ‌ଳେ କୁନି ପିଲା ଜଣକ ସେଠାରେ ନେଇ ପାଣି ଢାଳୁଛନ୍ତି। ଭିଡିଓ ସେୟାର କରି ସୋସିଆଲ୍‌ ମିଡିଆ ବ୍ୟବହାକାରୀ ଲେଖିଛନ୍ତି, ‘ପିଲାମାନେ କଳିଯୁଗରେ ଭଗବାନଙ୍କ ରୂପ ନୁହନ୍ତି କି?