ଆମେ ଥିଲୁ ରେେଭନ୍ସା କଲେଜର ଛାତ୍ର। ସେ ମୋ’ ଠାରୁ କନିଷ୍ଠ ଥିଲେ। ଛାତ୍ର ଜୀବନରୁ ତାଙ୍କ ସାମାଜିକ ଓ ରାଜନୀତିକ ଦୃଷ୍ଟିକୋଣ ଓ ଆଭିମୁଖ୍ୟ ତାଙ୍କ ପରିଚୟ ସୃଷ୍ଟି କରିଥିଲା। ଏମ୍.ଏ. ପାସ୍ କରି କିଛିଦିନ ଶିକ୍ଷକତା କଲା ପରେ ସେ ପ୍ରତ୍ୟକ୍ଷ ରାଜନୀତିରେ ପ୍ରବେଶ କଲେ ଓ ୧୯୭୧ ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳର ବିଧାୟକ ନିର୍ବାଚିତ ହୋଇଥିଲେ। ତିନିଥର ବିଧାନସଭା ନିର୍ବାଚନରେ ସେ ଜୟଲାଭ କରିଥିଲେ। ପରେ କଟକ କର୍ପୋରେସନ ମାନ୍ୟତା ପାଇଲା ପରେ ସେ ପ୍ରତ୍ୟକ୍ଷ ନିର୍ବାଚନରେ ଜିତି ଅଧ୍ୟକ୍ଷ ବା ମେୟର ରୂପେ ନିର୍ବାଚିତ ହୋଇଥିଲେ। ଏହା ଥିଲା କଟକ ନଗରରେ ତାଙ୍କ ଲୋକପ୍ରିୟତା। ପରେ ଜଗତ୍ସିଂହପୁରରୁ ଲୋକସଭା ସାଂସଦ ରୂପେ ନିର୍ବାଚିତ ହୋଇ ୧୯୯୮ରୁ ୨୦୦୩ ପର୍ଯ୍ୟନ୍ତ କାର୍ଯ୍ୟରତ ଥିଲେ। ଓଡ଼ିଶା ରାଜନୀତିରେ ସେ ଥିଲେ ଏକ ଉଜ୍ଜ୍ବଳ ତାରକା। ତାଙ୍କ କର୍ତ୍ତବ୍ୟ, ନୀତି, ନିଷ୍ଠା, ସଚ୍ଚୋଟପଣିଆ ଓ ସାମାଜିକ ମୂଲ୍ୟବୋଧ ଥିଲା ଅସାଧାରଣ। ବିଭିନ୍ନ େକ୍ଷତ୍ରରେ ଗଭୀର ଅଧ୍ୟୟନ କରି ସେ ଓଡ଼ିଶାର ଏକ ଅଗ୍ରଣୀ ବୁଦ୍ଧିଜୀବୀ ରୂପେ ପ୍ରତିଷ୍ଠା ଲାଭ କରିଥିେଲ।
କଲେଜ ଜୀବନରୁ ଜାଣିଥିଲେ ସୁଦ୍ଧା ତାଙ୍କ ସେଙ୍ଗ ସମ୍ପର୍କ ଓ ଭାବ ଆଦାନପ୍ରଦାନ ଘନିଷ୍ଠ ହେଲା କଟକରେ ଯେତେବେଳେ ସେ ପୌର ପରିଷଦର ଅଧ୍ୟକ୍ଷ ଥିଲେ ଓ ମୁଁ ଥିଲି ଡି.ଜି. ଭିଜିଲାନ୍ସ। ଭିନ୍ନ େପସା ହେଲେ ମଧ୍ୟ ଆମ୍ଭେମାନେ ଥିଲୁ ଐତିହ୍ୟେପ୍ରମୀ ଓ ହଜାର ବର୍ଷ କଟକର ବିଭିନ୍ନ ଐତିହ୍ୟ ସୁରକ୍ଷାର ସୈନିକ। ଆମ ସହିତ ଥିଲେ ୟୁନିଭର୍ସର ସ୍ବର୍ଗତ ଗିରିଜା ଭୂଷଣ ପଟ୍ଟନାୟକ। ମୋର କଲେଜ ଦିନରୁ ବନ୍ଧୁ ଆଡ୍ଭୋକେଟ୍ ଗୁରୁ ମହାନ୍ତି ଆଦି। ବିଭିନ୍ନ ପଦେକ୍ଷପମାନଙ୍କ ମଧ୍ୟରୁ ଗୋଟିଏ ଥିଲା ବାରବାଟି ଦୁର୍ଗର ଚାରି ପାଖରେ ଥିବା ମୋଟ ଜଳାଶୟର ପୁନରୁଦ୍ଧାର। ବିସ୍ତୃତ ଆଲୋଚନା ପରେ ଆମେ ନିଷ୍ପତ୍ତି ନେଲୁ, ଭାରତ ସରକାରଙ୍କ ପାଖକୁ ପ୍ରସ୍ତାବ ପଠାଯିବ, ଯେହେତୁ କେନ୍ଦ୍ର ସରକାରଙ୍କ ପ୍ରତ୍ନତତ୍ତ୍ବ ବିଭାଗ ଏହାର ରକ୍ଷଣାବେକ୍ଷଣ ପାଇଁ ଦାୟୀ। ପ୍ରସ୍ତାବ ପଠାହେଲା। ସେତେବେଳେ ଶ୍ରୀକାନ୍ତ ଜେନା କେନ୍ଦ୍ରରେ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଥିଲେ। ତାଙ୍କ ପାଖକୁ ମଧ୍ୟ ନକଲ ଗଲା। ମୁଁ ତାଙ୍କ ସଙ୍ଗେ ଫୋନ୍ରେ କଥା ହେଲି। ସେ ତାଙ୍କ ବିଭାଗରୁ ୫୦ ଲକ୍ଷ ଟଙ୍କା ଦେବେ ବୋଲି ଘୋଷଣା କଲେ। ଏ ଅର୍ଥର ଯେପରି ସଦୁପଯୋଗ ହେବ ସେଥିପାଇଁ ଏହା ତ୍ରିଲୋଚନଙ୍କ ତତ୍ତ୍ବାବଧାନରେ କାର୍ଯ୍ୟକାରୀ ହେବ ବୋଲି ଶୁଣି ଶ୍ରୀକାନ୍ତ ବାବୁ ଖୁସି ହେଲେ। ଅନୁଦାନ ଆସିବା ଆଗରୁ ତ୍ରିଲୋଚନ ଅଧ୍ୟକ୍ଷ ପକ୍ଷରୁ ବିଦାୟ ନେଲେ। ଏହାପରେ ସେ ଅନୁଦାନ ମଧ୍ୟ ବନ୍ଦ ହୋଇଗଲା।
ନଗରପାଳକ ରୂପେ ତ୍ରିଲୋଚନଙ୍କ ବିଭିନ୍ନ ଯୋଜନାମାନଙ୍କ ମଧ୍ୟରୁ ମଶାମରା ଅନ୍ୟତମ ଓ ଏହା କଟକରେ ତାଙ୍କୁ ଅତି ପ୍ରିୟପାତ୍ର କରିଥିଲା। କଟକ ଗଳିକନ୍ଦିରେ ପାଦରେ ଚାଲି ଲୋକମାନଙ୍କ ଅଭାବ ଅସୁବିଧା ବୁଝୁଥିଲେ। କାଦୁଅ ଓ ପଙ୍କରେ ଚାଲି ସେ ସମସ୍ୟାର ନିରୀକ୍ଷଣ କରୁଥିଲେ। ତ୍ରିଲୋଚନଙ୍କ ସାହଚର୍ଯ୍ୟର ସବୁଠାରୁ ଅଭୁଲା ସ୍ମୃତି ହେଲା ନବେ ଦଶକରେ ଅବକ୍ଷୟମାନ ରେଭେନ୍ସା କଲେଜର ପୂର୍ବ ଗୌରବ ଫେରାଇ ଆଣିବା ପ୍ରୟାସ। ବର୍ତ୍ତମାନ ଗୋଟିଏ ଦସ୍ତଖତରେ ବିଶ୍ବବିଦ୍ୟାଳୟ ଖୋଲି ଯାଉଛି। ସେତେବେଳେ ଏକ କଲେଜକୁ ବିଶ୍ବବିଦ୍ୟାଳୟ କରିବା ସମ୍ଭାବନା ନେତା ଓ ପ୍ରଶାସନଙ୍କ ଭାବନାର ବାହାରେ ଥିଲା। ବହୁତ ବାଧା ବିଘ୍ନ ଦେଇ ଗତି କରି ଶେଷରେ ୨୦୦୫ରେ ବିଧାନସଭାରେ ରେଭେନ୍ସା ଏକକ ବିଶ୍ବବିଦ୍ୟାଳୟ ବିଲ୍ ପାରିତ ହେଲା।
ଆଜିକାଲି ଯୁଗରେ ରାଜନୀତିରୁ ସନ୍ନ୍ୟାସ ନେବା ଏକ ବିରଳ ଘଟଣା। ସାମ୍ପ୍ରତିକ ନୀତିଭ୍ରଷ୍ଟ ରାଜନୀତି, ଦୁର୍ନୀତିଗ୍ରସ୍ତ ନେତା, ପ୍ରଶାସକ ଓ ମାଫିଆ ରାଜ- ଏ ସବୁ ତ୍ରିଲୋଚନଙ୍କୁ ବ୍ୟଥିତ କରିଥିଲା ଓ ରାଜନୀତିରୁ ସେ ସନ୍ନ୍ୟାସ ନେଲେ। ତା’ପରେ ତାଙ୍କ ଅବଶିଷ୍ଟ ଜୀବନ ମଧ୍ୟ ନିଷ୍ଠା ଓ ତ୍ୟାଗର ଜ୍ବଳନ୍ତ ଉଦାହରଣ। ସମାଜରେ ବୌଦ୍ଧିକ ଚେତନା ଓ ଶିକ୍ଷାର ବିକାଶରେ ନିଜକୁ ନିୟୋଜିତ କଲେ। ରେଭେନ୍ସା ଥିଲା ତାଙ୍କ ପ୍ରଥମ ପ୍ରେମ, ସେଥିରେ ଉଦ୍ବୁଦ୍ଧ ହୋଇ ସେ ଅଡ଼ଶପୁରେର ଏକ କଲେଜ ସ୍ଥାପନ କଲେ ଓ ଜୀବନର ଶେଷ ପର୍ଯ୍ୟନ୍ତ ନିଜକୁ ତା’ର ଗୁଣାତ୍ମକ ବିକାଶରେ ହଜାଇ ଦେଇଥିଲେ। ଶିକ୍ଷା ତ ଆଜି ବ୍ୟବସାୟ ହେଲାଣି, ଶିକ୍ଷା ବ୍ୟବସାୟୀ ଆଜି ଶିକ୍ଷାବିତ୍ ରୂପେ ପରିଚିିତ ଲାଭ କରୁଛନ୍ତି। ତ୍ରିେଲାଚନ ଥିଲେ ସମ୍ପୂର୍ଣ୍ଣ ଅଲଗା। କଟକରୁ ସକାଳୁ କଲେଜ ଯାଇ ସନ୍ଧ୍ୟା ପର୍ଯ୍ୟନ୍ତ ସେଠାରେ ରହୁଥିଲେ।
ରାଜନୀତି ହେଉ, ଶିକ୍ଷାବିକାଶ ହେଉ, ସମାଜସେବା ହେଉ, ତ୍ରିଲୋଚନ ଥିଲେ ଅନନ୍ୟ। କିନ୍ତୁ ସେ କେବେ ପ୍ରଚାରଧର୍ମୀ ନ ଥିଲେ। କଟକବାସୀଙ୍କ ପ୍ରିୟ ହୋଇଥିଲେ ନିଜର କାର୍ଯ୍ୟ ଦ୍ବାରା। ମୋର ପରମ ସୌଭାଗ୍ୟ ଯେ ମୋ’ ପ୍ରତି ତାଙ୍କ ଅଗାଧ ସମ୍ମାନ ଥିଲା ଏବଂ ଶିକ୍ଷାବିକାଶ, ବିଶେଷ କରି ରେଭେନ୍ସା ପ୍ରତି ଆମ ସମର୍ପିତ ଜୀବନେର ସେ ଥିଲେ ମୋର ଅନ୍ତରଙ୍ଗ ସହଯୋଗୀ ଓ ପ୍ରତିବଦ୍ଧ ସୈନିକ।
େମା:୯୪୩୭୦ ୭୬୭୯୪
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/trilochan-f22.jpg)