ଅଜବ ବଜାର : ଯେଉଁଠି ପନିପରିବା ଜାଗାରେ ବିକ୍ରି ହୁଏ ଟଙ୍କା

ବର୍ତ୍ତମାନର ସମୟରେ ଜୀବନ ବଞ୍ଚିବା ପାଇଁ ଏକ ଜରୁରୀ ଜିନିଷ ପାଲିଟିଛି ଟଙ୍କା ବା ମୁଦ୍ରା । ଟଙ୍କା ରୋଜଗାର କରିବା ପାଇଁ ଲୋକ ଭିନ୍ନ ଭିନ୍ନ ଦେଶ ଯିବା ସହ ଅନେକ ଅପରାଧ ମଧ୍ୟ କରିଥାନ୍ତି । ତେବେ ଆପଣ ଜାଣିଛନ୍ତି କି ଦୁନିଆରେ ଏପରି ଏକ ଦେଶ ଅଛି ଯେଉଁଠାରେ କେବେ ମଧ୍ୟ ଟଙ୍କାର ଅଭାବ ହୋଇନାହିଁ । ଆଫ୍ରିକାର ସେମାଲିଲ୍ୟଣ୍ଡ ଏପରି ଏକ  ଦେଶ, ଯେଉଁଠାରେ ପରିବା ଏବଂ ଅନ୍ୟ ଆସବାବପତ୍ର ଭଳି ବଜାରରେ ବିକ୍ରି କରାଯାଇଥାଏ ଟଙ୍କା ।

punjabkeshari.in

ଆଜ୍ଞା ହଁ !! ଏହି ସହରରେ ଟଙ୍କାର ବଜାର ବସିଥାଏ । ଆପଣ ଏଠାରେ ଯେଉଁ ଆଡ଼େ  ଦେଖିବେ ଆପଣଙ୍କୁ କେବଳ  ଟଙ୍କା ହିଁ ଦେଖାଯିବ। ପ୍ରକୃତରେ ଏହି ଭଳି ବଜାରରେ ଟଙ୍କା ବିକ୍ରି କରିବା ପଛରେ ଏକ କାରଣ ରହିଛି । ଏଠାକାର ଲୋକଙ୍କ ଅନୁଯାୟୀ ଯେକୌଣସି ସମୟରେ ତାଙ୍କ ମୁଦ୍ରା ବା ଟଙ୍କା ବଦଳି ଯିବାର ସମ୍ଭାବନା ରହିଛି।

punjabkeshari.in

ଏଣୁ ସେମାନେ ତାଙ୍କ ମୁଦ୍ରାକୁ ବ୍ୟୟ ନକରି ଏହାର ବଜାର ଲଗାଇଥାନ୍ତି । ସବୁଠାରୁ ଆଶ୍ଚର୍ଯ୍ୟ କଥା, ଏଠାରେ ବଜାରରେ ମୁଦ୍ରା ବିକ୍ରି ସମୟରେ କୌଣସି ସୁରକ୍ଷାକର୍ମୀ ଟଙ୍କାକୁ ଜଗି ନଥାନ୍ତି । ଏହି ଦେଶ ଏତେ ସୁରକ୍ଷିତ କି ଏଠାରେ ପୁଲିସ କିମ୍ବା କୌଣସି ସୁରକ୍ଷା କର୍ମୀଙ୍କର ଆବଶ୍ୟକତା ହୋଇ ନଥାଏ। ଏଠାରେ ରାସ୍ତା କଡ଼ରେ ଏବଂ ପରିବା ବଜାରରେ ଗଦା ହୋଇଥିବା ଟଙ୍କା ଦେଖିବା ପାଇଁ ବହୁତ ଆର୍କଷଣୀୟ ।

ସମ୍ବନ୍ଧିତ ଖବର