ନୂଆଦିଲ୍ଲୀ: ଦେଶରେ ଟମାଟୋର ମୂଲ୍ୟ ଆକାଶ ଛୁଆଁ ହୋଇଯାଇଛି। କିଛି ସ୍ଥାନରେ ଟମାଟୋ ଦର ୩୦୦ଟଙ୍କା ପ୍ରତି କିଲୋଗ୍ରାମ ପର୍ଯ୍ୟନ୍ତ ପହଞ୍ଚି ଯାଇଛି। ଏହାର ପ୍ରଭାବ ଜନତାଙ୍କ ଉପରେ ପଡ଼ିଛି। ଏମିତି କି କିଛି ଲୋକ ରୋଷେଇ କରିବା ସମୟରେ ଟମାଟୋ ବ୍ୟବହାରକୁ ବନ୍ଦ କରି ଏହାର ବିକଳ୍ପ ଖୋଜୁଛନ୍ତି।
ଟମାଟୋ ଦର ବୃଦ୍ଧି ସମୟରେ ଏକ ମଜାଳିଆ ଘଟଣା ସାମ୍ନାକୁ ଆସିଛି। ଦୁବାଇରୁ ଭାରତ ବୁଲିବାକୁ ଆସୁଥିବା ଝିଅ ତାଙ୍କ ମା’ଙ୍କ ପାଇଁ ୧୦କିଲୋ ଟମାଟୋ ନେଇ ଆସିଥିଲେ। ଝିଅଙ୍କ ହାତରେ ଟମାଟୋ ଦେଖି ମା’ ଖୁସିରେ ତାଙ୍କୁ ଆଲିଙ୍ଗନ କରି ପକାଇଥିଲେ।
ରେବସ ନାମକ ଏକ ଟୁଇଟର ଆକାଉଣ୍ଟରେ ଏହି କାହାଣୀ ସେୟାର କରାଯାଇଛି। ଟୁଇଟର ବ୍ୟବହାରକାରୀ ଲେଖିଛନ୍ତି, ‘ମୋର ଭଉଣୀ ତାର ପିଲାଙ୍କ ସହିତ ଛୁଟି କାଟିବା ପାଇଁ ଦୁବାଇରୁ ଭାରତ ଆସୁଥିଲେ। ଏହି ସମୟରେ ସେ ମା’ଙ୍କୁ ପଚାରିଥିଲେ ଦୁବାଇରୁ କ’ଣ ନେବି? ମା’ କହିଥିଲେ ୧୦କିଲୋ ଟମାଟୋ ନେଇ ଆ। ଭଉଣୀ ବି ମା’ଙ୍କ କଥା ରକ୍ଷା କରି ଏକ ସୁଟକେସରେ ୧୦କିଲୋ ଟମାଟୋ ନେଇ ଘରେ ପହଞ୍ଚିଥିଲେ। ଆଉ ମା’ଙ୍କୁ କହିଥିଲେ ତୁ ବ୍ୟସ୍ତ ହଅନି ତୋ ପାଇଁ ମୁଁ ୧୦କିଲୋ ଟମାଟୋ ଆଣିଛି। ଭଉଣୀଙ୍କ ଠାରୁ ଏଭଳି କଥା ଶୁଣି ମା’ ତାଙ୍କୁ ଆଲିଙ୍ଗନ କରି ଖୁସିରେ ଝୁମି ଯାଇଥିଲେ।’
ସୋସିଆଲ ମିଡିଆ ବ୍ୟବହାରକାରୀ ମା’ ପାଇଁ ଝିଅ ୧୦କିଲୋ ଟମାଟୋ ଆଣିବାର ପୋଷ୍ଟକୁ ବେଶ ପସନ୍ଦ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/New-Picture-1-6.png)