ମର୍ସିଡିଜ୍ କାର୍ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଫୁଡ ଡେଲିଭରି ବଏ ପରିବାରକୁ ସାହାଯ୍ୟ ପାଇଁ ହାତ ବଢ଼ାଇଲେ ସୋନୁ ସୁଦ

ମୁମ୍ବାଇ: ମୁମ୍ବାଇରେ ଏକ ହାଇ ସ୍ପିଡ୍ ମର୍ସିଡିଜ୍ କାର୍ ଧକ୍କାରେ ଜଣେ ୨୦ବର୍ଷରୁ କମ ବୟସର ଫୁଡ ଡେଲିଭରି ବଏଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ଓସିୱାର ଅଞ୍ଚଳରେ ଏକ ମର୍ସିଡିଜ୍ କାର୍ ଦ୍ରୁତଗତିରେ ଆସୁଥିଲା। ଏହି ସମୟରେ ସେହି ରାସ୍ତା ଦେଇ ଯାଉଥିବା ଜଣେ ଡେଲିଭରି ବଏର ସ୍କୁଟିକୁ ମର୍ସିଡିଜ ଧକ୍କା ଦେଇଥିଲା। ଏହି ଧକ୍କାରେ ୨୦ ବର୍ଷରୁ କମ୍ ବୟସର ଡେଲିଭରି ବଏ ଗୁରୁତର ଆହତ ହୋଇ ରାସ୍ତାରେ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ସଙ୍ଗେସଙ୍ଗେ ବାଳକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥି‌ଲେ। ଡାକ୍ତରଖାନାରେ ବାଳକର ମୃତ୍ୟୁ ହୋଇଥିବା ଚିକିତ୍ସା କରୁଥିବା ଡାକ୍ତର କହିଥିଲେ।

 

ଓସିୱାରା ଅଞ୍ଚଳରେ ମର୍ସିଡିଜ୍ କାର ଧକ୍କାରେ ଡେଲିଭରି ବଏଙ୍କ ମୃତ୍ୟୁ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଏହି ଦୁର୍ଘଟଣା ଘଟାଇଥିବା  କାର ଚାଳକଙ୍କୁ ପୁଲିସ ଗିରଫ କରି ନେଇଛି। ଏପଟେ ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଅଭିନେତା ସୋନୁ ସୁଦ ଆଜି ମୃତ ଡେଲିଭରି ବଏଙ୍କ ପରିବାରକୁ ଭେଟି ସେମାନଙ୍କୁ ସାହାଯ୍ୟ କରିବେ ବୋଲି ଆଶ୍ୱସନା ଦେଇଛନ୍ତି।

ସମ୍ବନ୍ଧିତ ଖବର