ଗୁଗୁଲ୍‌ ସିଇଓ ସୁନ୍ଦର ପିଚାଇଙ୍କ ସଂପୂର୍ଣ୍ଣ ସଂପତ୍ତିର ମୂଲ୍ୟ କେତେ ? ଘର, ଗାଡ଼ି ବ୍ୟତୀତ ଆଉ କେଉଁ ସବୁ ଦାମୀ ସମ୍ପତ୍ତିର ମାଲିକ ଏହି ଭାରତୀୟ ବଂଶୋଦ୍ଭବ

ନୂଆଦିଲ୍ଲୀ: ଆଇଆଇଟି ଖଡ଼ଗପୁରରେ ପାଠ ପଢ଼ି ଭାରତର ଟେକ ରଖିଥିବା ଗୁଗୁଲ୍‌ ସିଇଓ ସୁନ୍ଦର ପିଚାଇ ଅନେକ ଯୁବପିଢ଼ିଙ୍କ ପାଇଁ ଆଦର୍ଶ ଏଥିରେ ତିଳେ ବି ସନ୍ଦେହ ନାହିଁ। ତାଙ୍କ ବିଷୟରେ ଜାଣିବାର ଜିଜ୍ଞାସା ବା କାହାର ନାହିଁ ! ଏହି ସୁପରିଚିତ ଗୁଗୁଲ୍‌ ବ୍ୟକ୍ତିତ୍ୱଙ୍କ ବିଷୟରେ କିଛି ଜଣା ଓ କିଛି ଅଜଣା କଥା ଆସନ୍ତୁ ଜାଣିବା।

ସୁନ୍ଦର ପିଚାଇ ୨୦୦୪ ମସିହାରେ ଗୁଗୁଲ୍‌ର ସିଇଓ ହୋଇଥିଲେ। ଗୁଗୁଲ୍‌ କ୍ରୋମ୍‌ ଓ ଗୁଗୁଲ୍‌ ମ୍ୟାପ୍‌ ଆଦି ବିଭିନ୍ନ କ୍ଷେତ୍ରରେ ସେ ପ୍ରଥମରୁ କାମ କରିବା ଆରମ୍ଭ କରି ୨୦୧୧ରୁ ୨୦୧୩ ମସିହା ଭିତରେ ସେ ଜିଭେ ସଫ୍ଟେଓୟାର୍‌ର ନିର୍ଦ୍ଦେଶକ ହୋଇଥିଲେ। ଯାହା ବି ହେଉ ୨୦୧୫ ମସିହାରେ ତାଙ୍କର ବାର୍ଷିକ ଦରମା ଥିଲା ୧୦୦ ମିଲିୟନ୍‌ ଡଲାର। ୨୦୧୬ ମସିହାରେ ପିଚାଇଙ୍କ ଦରମା ୧୯୯ ମିଲିୟନ୍‌ ଡଲାର ହୋଇଥିବା ବେଳେ ତାଙ୍କର ବର୍ତ୍ତମାନ ସମସ୍ତ ସମ୍ପତ୍ତିର ମୂଲ୍ୟ ରହିଛି ୬୦୦ ମିଲିୟନ୍‌ ଡଲାର, ଭାରତୀୟ ମୁଦ୍ରାରେ ପ୍ରାୟ ୪୫୦ କୋଟି ଟଙ୍କା।

topyaps.com

ପିଚାଇ ବର୍ତ୍ତମାନ ୫ଟି ବେଡ୍‌ରୁମ୍‌ ଥିବା ଏକ ଘରେ ତାଙ୍କ ପତ୍ନୀ ଏବଂ ଦୁଇ ପିଲାଙ୍କ ସହ ରହୁଛନ୍ତି। ତାଙ୍କ ଘର ପରିସରରେ ଗୋଟିଏ ଟେନିସ୍‌ କୋର୍ଟ ଓ ଫୁଟ୍‌ବଲ୍‌ ପଡ଼ିଆ ଅଛି। ତାଙ୍କର ଭାରତରେ ମଧ୍ୟ ଏକ ଘର ଅଛି।

ଟେସ୍‌ଲା, କାଡିଲାକ୍‌ ଏବଂ ଗୁଗୁଲ୍‌ ଟେଷ୍ଟିଂ କାର୍‌ ସମେତ ତାଙ୍କର ୫ଟି ଅତ୍ୟାଧୁନିକ କାର୍‌ ଅଛି। ସେହି କାର୍‌ଗୁଡ଼ିକର ସମୁଦାୟ ମୂଲ୍ୟ ୧.୩ ମିଲିୟନ୍‌ ଡଲାର। ତାଙ୍କର ଏକ ବ୍ୟକ୍ତିଗତ ଜେଟ୍‌ ମଧ୍ୟ ଅଛି।

ସମ୍ବନ୍ଧିତ ଖବର