ଆଉ ଦୁଇଦିନ ପରେ ସ୍ବାଧୀନତା ଦିବସ। ସ୍କୁଲ୍‌କଲେଜ ଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟାଳୟ, ଶିଳ୍ପସଂସ୍ଥା ଓ ରାଜପଥଗୁଡ଼ିକରେ ଜାତୀୟ ପତାକା ଉଡ଼ିବାର ଦେଖିବାକୁ ମିଳିବ। ଏହି ଅବସରରେ ଟିକେ ଅଲଗା ଦେଖାଯିବା ପାଇଁ ଟ୍ରାଇ କଲର୍‌ ବା ଜାତୀୟ ପତାକାର ତିନି ରଙ୍ଗକୁ ମ୍ୟାଚ୍‌ କଲାଭଳି ନିଜକୁ ସଜାଇବା ଆଜିର ଫ୍ୟାସନ୍‌ ହୋଇଗଲାଣି। ଏହି ତିନିଟି ରଙ୍ଗକୁ ପରିଧାନରେ ବ୍ୟବହାର କରି ଦେଶପ୍ରେମର ଭାବନାକୁ ଜାଗରୁକ କରୁଛନ୍ତି ଯୁବବର୍ଗ।

Advertisment

ଟ୍ରାଇ କଲର୍‌ ଆଉଟ୍‌ଫିଟ୍‌
ସ୍ବାଧୀନତା ଦିବସ ଅବସରରେ ଯୁବତୀମାନେ ଚାହିଁଲେ ଟ୍ରାଇ୍‌ କଲର୍‌ ଥିମ୍‌ବାଲା ଶାଢ଼ି ହେଉ ଅବା ସାଲ୍‌ୱାର୍‌ ସୁଟ୍‌ କିମ୍ବା ବ୍ଲେଜର୍‌ ପିନ୍ଧି ଅତି ସହଜରେ ଟ୍ରାଇ କଲର୍‌ ଲୁକ୍‌ ପାଇପାରିବେ। ତିନି ରଙ୍ଗର ଥିବା ଶାଢ଼ି କିମ୍ବା ଧଳା ଶାଢ଼ିରେ ନାରଙ୍ଗୀ ବ୍ଲାଉଜ୍‌ ମଧ୍ୟ ପିନ୍ଧିହୁଏ। ନଚେତ୍‌ ଧଳା ରଙ୍ଗର ସାଲ୍‌ୱାର୍‌ ପିନ୍ଧି ତା’ଉପରେ ଟ୍ରାଇ କଲର୍‌ ଥିମ୍‌ର ଦୁପଟ୍ଟା ବି ପକାଇ ପାରିବେ। କିଛି ନହେଲେ ଧଳା ରଙ୍ଗର ସାଲ୍‌ୱାର୍‌ ଉପରେ କେବଳ ସବୁଜ କିମ୍ବା ନାରଙ୍ଗୀ ରଙ୍ଗର ଦୁପଟ୍ଟା ବା ଚୁନି ପକାଇ ମଧ୍ୟ ଦେଶୀ ଲୁକ୍‌ ପାଇପାରିବେ।

ଟ୍ରାଇ କଲର୍‌ ଆସେସୋରିଜ୍‌
ଏହିଦିନ ଶାଢ଼ି ହେଉ ଅବା ସାଲ୍‌ୱା‌ର୍‌ ସୁଟ୍‌ କିମ୍ବା ଲେହେଙ୍ଗା ଯୁବତୀମାନେ ଯାହାବି ପିନ୍ଧନ୍ତୁ, ତା’ସହିତ ଯଦି ଟ୍ରାଇ କଲର୍‌ ଥିମ୍‌ ବାଲା ଫ୍ୟାସନ୍‌ ଆସେସୋରିଜ୍‌ ଯେମିତିକି: ଟ୍ରାଇ କଲର୍‌ ଇୟର୍‌ ରିଂ, ଟ୍ରାଇ କଲର୍‌ ଚୁଡ଼ି, କିମ୍ବା ଟ୍ରାଇ କଲର୍‌ର ବିନ୍ଦି ହେଉ ଅବା ଟ୍ରାଇ କଲର୍‌ର ହେୟାର୍‌ ବ୍ୟାଣ୍ଡ୍‌ ପିନ୍ଧନ୍ତି ତା’ହେଲେ ବି ଲୁକ୍‌ ଆହୁରି ଆକର୍ଷଣୀୟ ଲାଗିଥାଏ। କେହିକେହି କେଶକୁ ମଧ୍ୟ ତିନିରଙ୍ଗରେ ଡାଏ କରି ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି।

ଟ୍ରାଇ କଲର୍‌ ନେଲ୍‌ଆର୍ଟ
ଯୁବତୀମାନେ ଚାହିଁଲେ ନେଲ୍‌ଆର୍ଟରେ ବି ଅତି ସହଜରେ ଟ୍ରାଇ କଲର୍‌ ଲୁକ୍‌ ପାଇପାରିବେ। ଏଥିପାଇଁ ସେମାନେ ନାରଙ୍ଗୀ, ଧଳା ଓ ସବୁଜ ରଙ୍ଗର ନେଲ୍‌ପଲିସ୍‌ ଆଣି ସେମାନଙ୍କ ନଖରେ ଷ୍ଟ୍ରାଇପ୍‌ ହେଉ କିମ୍ବା ଭର୍ଟିକାଲ୍‌ ଅଥବା ହୋରାଇ‌େଜଣ୍ଟାଲ୍‌, ଫ୍ଲୋରାଲ୍‌, ଡଟେଡ୍‌, ନେଚର୍‌ ଥିମ୍‌ବାଲା ଟ୍ରାଇ କଲର୍‌ ନେଲ୍‌ ଆର୍ଟ କରି ଆକର୍ଷଣୀୟ ଲୁକ୍‌ ପାଇପାରିବେ।

ମେକ୍‌ଅପ୍‌ରେ ବି ଦେଶୀ ଲୁକ୍‌
କୁହାଯାଏ, ମେକ୍‌ଅପ୍‌ରେ ବି ଲୁକ୍‌ ବେଶ୍‌ ଆକର୍ଷଣୀୟ ଲାଗିଥାଏ। ତେବେ ସ୍ବାଧୀନତା ଦିବସ ଅବସରରେ ଦେଶୀ ଲୁକ୍‌ ପାଇବାକୁ ତଥା ଫ୍ୟାସନେବଲ୍‌ ଦେଖାଯିବାକୁ ଯୁବତୀମାନେ ଚାହିଁଲେ ଜାତୀୟ ପତାକାର ରଙ୍ଗକୁ ମ୍ୟାଚ୍‌ କଲା ଭଳି ଆଖିରେ ଟ୍ରାଇ କଲର୍‌ର ଆଇସ୍ୟାଡୋ ଲଗାଇପାରିବେ। ଗାଲରେ ଆର୍ଟିଫିସିଆଲ୍‌ ଟ୍ରାଇ କଲର୍‌ ଟାଟୁ କିମ୍ବା ଷ୍ଟିକର୍‌ ଲଗାଇ ଭିନ୍ନ ଲୁକ୍‌ ପାଇପାରିବେ।