ମୁମ୍ବାଇ: କିଛିଦିନ ତଳେ ଇନ୍ଷ୍ଟାଗ୍ରାମ୍ରେ ଆସିଥିବା ଏକ ପୋଷ୍ଟର ମନଛୁଆଁ ଉତ୍ତର ଦେଇ ଶିଳ୍ପପତି ରତନ ଟାଟା ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଟାଟା ସନ୍ସର ଅଧ୍ୟକ୍ଷ ରତନ ଟାଟା ଇନ୍ଷ୍ଟାଗ୍ରାମ୍ରେ ନିଜର ଏକ ଫଟୋ ପୋଷ୍ଟ କରିଥିଲେ। ଏହି ପୋଷ୍ଟକୁ ଦେଖି ଜଣେ ମହିଳା ରତନ ଟାଟାଙ୍କୁ ‘ଛୋଟୁ’ ବୋଲି ସମ୍ବୋଧିତ କରିଥିଲେ।
ଏହାପରେ ଇନ୍ଷ୍ଟାଗ୍ରାମ୍ ବ୍ୟବହାରକାରୀ ମହିଳାଙ୍କୁ ନେଇ ଟ୍ରୋଲ୍ କରିବା ଆରମ୍ଭ କରି ଦେଇଥିଲେ। ଏହି ଟ୍ରୋଲକୁ ଦେଖି ରତନ ଟାଟା ଏହାର ଉତ୍ତର ଦେଇଥିଲେ। ଆଉ ତାଙ୍କର ଏହି ଉତ୍ତର ଏବେ ସମସ୍ତଙ୍କ ହୃଦୟକୁ ଛୁଇଁ ଯାଇଥିବା କୁହାଯାଉଛି।
ରତନ୍ ଟାଟା ନିଜର ଉତ୍ତରରେ ଲୋକମାନଙ୍କୁ ଏହା କହିବାକୁ ଚେଷ୍ଟା କରିଥିଲେ କି, ଆପଣଙ୍କ ପାଖରେ ଯେଉଁ ଧନସମ୍ପତ୍ତି ରହିଛି ତାହା କାହାରିକୁ ଫରକ ପଡ଼େ ନାହିଁ। କିନ୍ତୁ ଆପଣଙ୍କ ବ୍ୟବହାର କିପରି ତାହା କିନ୍ତୁ ଅନ୍ୟ ଉପରେ ପ୍ରଭାବ ପକାଇଥାଏ।
ରତନ୍ ଟାଟା ନିକଟରେ ଇନ୍ଷ୍ଟାଗ୍ରାମ୍ରେ ଏକ ମିଲିୟନ୍ ଫଲୋୟର୍ସ ପାଇ ନୂଆ ରେକର୍ଡ କରିଛନ୍ତି। ଏହି ରେକର୍ଡକୁ ନେଇ ଇନ୍ଷ୍ଟାଗ୍ରାମ୍ରେ ସେ ଫଟୋ ସହିତ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଥିଲେ। ସେ ଲେଖିଥିଲେ, ‘ନିକଟରେ ମୁଁ ଯେତେବେଳେ ଇନ୍ଷ୍ଟାଗ୍ରାମ୍ ପେଜରେ ଲୋକଙ୍କ ସଂଖ୍ୟା ଦେଖିଥିଲି, ଲାଗିଲା କି ଏହା ଏକ ନୂଆ ମାଇଲଷ୍ଟୋନ୍ ହେବ । ମୁଁ ଯେତେବେଳେ ଇନ୍ଷ୍ଟାଗ୍ରାମ୍ ପ୍ରଥମ କରି ଆରମ୍ଭ କରିଥିଲି ଏହି ଅନ୍ଲାଇନ୍ ପରିବାରର ସୁଖ କ’ଣ ତାହା କଳ୍ପନା କରି ନଥିଲି। ମୋତେ ଆପଣଙ୍କୁ ଏଥିପାଇଁ ନିଶ୍ଚୟ ଧନ୍ୟବାଦ ଜଣାଇବାକୁ ହେବ।’
ରତନ୍ ଟାଟାଙ୍କ ଏଭଳି ପୋଷ୍ଟକୁ ଦେଖିବା ପରେ ଜଣେ ଯୁବତୀ ‘ଶୁଭେଚ୍ଛା ଛୋଟୁ’ ବୋଲି ଲେଖିବା ସହିତ ଏକ ହାର୍ଟ ଚିହ୍ନ ଥିବା ସଙ୍କେତ ବି ଦେଇଥିଲେ। ମହିଳାଙ୍କ ଏଭଳି ପୋଷ୍ଟ ଦେଖି ଲୋକମାନେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଥିଲେ। କିନ୍ତୁ ରତନ ଏହାର ଉତ୍ତର ଦେଇ ଲେଖିଥିଲେ, ‘ଆମ ସମସ୍ତଙ୍କ ଭିତରେ ଏକ ଶିଶୁ ରହିଥାଏ। ଏହି ଯୁବା ମହିଳାଙ୍କୁ ଏଭଳି ନ କହି ସମ୍ମାନର ସହ କଥା ହୁଅନ୍ତୁ।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/xratan-tata-100-1581507235.jpg.pagespeed.ic_.d6kUJB0-kM.jpg)