ଯୁକ୍ତରାଷ୍ଟ୍ର ଆମେରିକା ଓ କାନାଡା ସୀମାରେ ‘ଦ ହାସ୍କେଲ୍ ଫ୍ରି ଲାଇବ୍ରେରି ଆଣ୍ତ୍ ଅପେରା ହାଉସ୍’ ଅବସ୍ଥିତ। ଏହାର ଦୁଇଟି ଠିକଣା। ଆମେରିକାର ଠିକଣା- ‘୯୩ କାସ୍େଵଲ୍ ଏଭିନ୍ୟୁ, ଡର୍ବିଲାଇନ୍, ଭର୍ମୋଣ୍ଟ୍’; ଆଉ କାନାଡାର ଠିକଣା- ‘୧ ରିୟୁ ଚର୍ଚ୍ ଷ୍ଟ୍ରିଟ୍, ଷ୍ଟାନ୍ଷ୍ଟେଡ୍, କ୍ବିବେକ୍’। ପାଠାଗାରଟି ଠିକ୍ ଆମେରିକା ଓ କାନାଡା ସୀମା-ରେଖା ଉପରେ ଅବସ୍ଥିତ। ଏହାର ଅର୍ଦ୍ଧେକ ରହିଛି ଆମେରିକାରେ, ଅବଶିଷ୍ଟ କାନାଡାରେ। ଏ ଭଳି ସ୍ଥିତିକୁ ନେଇ କୌଣସି ବିବାଦ ନାହିଁ। ଜଣେ ମାର୍କିନ୍ ହେଉ କି କାନାଡିଆନ୍, ପାଠାଗାରକୁ ପ୍ରବେଶ ନେଇ କୌଣସି କଟକଣା ନାହିଁ। ସୀମାନ୍ତରେ ଥିଲେ ହେଁ ଚଳାଚଳ ଅବାଧ।
ପାଠାଗାରର ଇତିହାସ ବହୁ ପୁରୁଣା। ମାର୍କିନ୍ ନାଗରିକ କାର୍ଲୋସ୍ ହାସ୍କେଲ୍ ଏବ˚ ତାଙ୍କର କାନାଡିଆନ୍ ପତ୍ନୀ ମାର୍ଥା ଷ୍ଟୁଆର୍ଟ୍ ହାସ୍କେଲ୍ ପାଠାଗାରଟି ପ୍ରତିଷ୍ଠା କରିବା ସହ ଦୁଇ ଦେଶର ନାଗରିକଙ୍କ ପାଇଁ ଦାନ କରିଥିଲେ। ଏହାକୁ ଜାଣିଶୁଣି ସୀମାରେ ତିଆରିକରାଯାଇଥିଲା, ଯେପରି ଅର୍ଦ୍ଧେକ ଆମେରିକାରେ ଏବ˚ ଅବଶିଷ୍ଟ କାନାଡାରେ ରହିବ। ପାଠାଗାରର ମୁଖ୍ୟ ଦ୍ବାର ମାର୍କିନ୍ ଅଞ୍ଚଳରେ ଅଛି। ତେବେ, କାନାଡିଆନ୍ଙ୍କ ପ୍ରବେଶ ପାଇଁ କୌଣସି ପ୍ରତିବନ୍ଧ ନାହିଁ। ଉଲ୍ଲେଖଯୋଗ୍ୟ ଯେ, ସୀମା-ରେଖା ଚିହ୍ନଟ କରୁଥିବା ଗାରଟି ମଧ୍ୟ ପାଠାଗାର ଭିତରେ ଦୃଶ୍ୟମାନ।