୭୫ ଵର୍ଷ ପରେ ମିଳିଲେ ପ୍ରେମିକ, ପଢନ୍ତୁ ଭାବୁକ କରିଦେବ ଏହି ପ୍ୟାରିସର ପ୍ରେମ କାହାଣୀ

କେମିତି ଅଛି ହୃଦୟର ରାଣୀ, ୯୨ ଵର୍ଷ ପ୍ରେମିକାକୁ ୯୭ ବର୍ଷର ପ୍ରେମିକ

ପ୍ୟାରିସ: ଏହି କାହାଣୀ ୧୯୪୪ ମସିହାର ଯେତେବେଳେ ଦ୍ଵିତୀୟ ବିଶ୍ୱଯୁଦ୍ଧ ଚାଲିଥିଲା ୧୮ ବର୍ଷୀୟ ଜେନିନ ପିଆରସନଙ୍କୁ ଭେଟିଥିଲେ ୨୪ ବର୍ଷିୟ କେଟି ରବୀନ୍ସ | ପ୍ରଥମ ଦେଖାରେ ମିଶିଯାଇଥିଲା ମନ | ପ୍ରେମିକଙ୍କ ଘର ଆମେରିକା ହୋଇଥିବାବେଳେ ପ୍ରେମିକାଙ୍କ ଘର ଥିଲା ଫ୍ରାନ୍ସରେ | ରବୀନ୍ସ ଆମେରିକା ସେନାରେ ଥିବାବେଳେ ଯୁଦ୍ଧ ପାଇଁ ଫ୍ରାନ୍ସକୁ ଆସିଥିଲେ | ପରେ ଯେତେବେଳେ ଯୁଦ୍ଧ ସରିଯାଇଥିଲା ସେତେବେଳେ ନିଜ ଦେଶକୁ ଫେରିବାକୁ ପଡିଥିଲା |

୭୫ ଵର୍ଷ ପରେ ପୁଣି ମିଶିଲେ ପ୍ରେମପକ୍ଷୀ

ନିଜ ପ୍ରେମିକ ଚାଲିଯିବା ପରେ ବହୁତ କାନ୍ଦିଥିଲେ ଜେନିନ | କାଳେ କେବେ ରବୀନ୍ସ ଫେରିଆସିବେ ସେଥିପାଇଁ ଫରାସୀ ଭାଷା କହୁଥିବା କେଟି ଇଂରାଜୀ ଭାଷା ବି ଶିଖିଥିଲେ | ଭାବିଥିଲେ ପ୍ରେମିକ ଆସିଲେ ତାଙ୍କ ଭାଷାରେ ତାଙ୍କୁ ହୃଦୟର କଥା କହି ଚକିତ କରିଦେବେ | କିନ୍ତୁ ଯୁଦ୍ଧ ସରିବା ପରେ ଫ୍ରାନ୍ସରେ ରହିବାକୁ ଅନୁମତି ନଥିବାରୁ ବାଧ୍ୟ ହୋଇ ରବୀନ୍ସ ବି ଆସିପାରିନଥିଲେ |

PHOTO-SOCIAL MEDIA

ରବୀନ୍ସ ଭୁଲିପାରିନଥିଲେ ତାଙ୍କ ଗହମଗୋରୀ ପ୍ରେମିକା ଜେନିନଙ୍କୁ | ନିଜ ପ୍ରେମିକାର ଶେଷ ଫଟୋକୁ ଦେଖି ମନକୁ ବୁଝେଇଦେଉଥିଲେ | ଏବେ ରବୀନ୍ସଙ୍କୁ ୯୭ ଵର୍ଷ ହୋଇଥିବାବେଳେ ଜେନିନଙ୍କୁ ୯୨ ଵର୍ଷ | ହଠାତ ଢେର ମନେ ପଡିଲେ ଜେନିନ | କେମିତି ଅଛନ୍ତି ୭୫ ଵର୍ଷ ତଳର ଦୀଵାନୀ| ଫ୍ରାନ୍ସ ଆସିଲେ ଆଉ ଭେଟିବାକୁ ଗଲେ | ନିଜ ପ୍ରେମିକାଙ୍କୁ ଏତେ ବର୍ଷ ପରେ ଦେଖି ଖୁସିରେ ଭାବୁକ ହୋଇପଡିଥିଲେ ଜେନିନ | ପରସ୍ପରକୁ ଜଣେଇଥିଲେ ୭୫ ବର୍ଷର ହୃଦୟର ଅନେକ ଅକୁହା କଥା |

ସମ୍ବନ୍ଧିତ ଖବର