କହିପାରିବେ ଏ ବାବୁଙ୍କ ବୟସ କେତେ? ଛୋଟ ପିଲା ପରି ଦେଖାଯାଉଥିବା ଏହି ଯୁବକଙ୍କୁ ମିଳୁନି ଚାକିରି

ନୂଆଦିଲ୍ଲୀ: ଚାକିରି ନ ପାଇ ଜଣେ ୨୭ ବର୍ଷ ବୟସ୍କ ବ୍ୟକ୍ତି ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହି ବ୍ୟକ୍ତିଙ୍କ ଭିଡିଓ ସୋସିଆଲ ମିଡ଼ିଆରେ ହେଡଲାଇନ ସୃଷ୍ଟି କରୁଛି । ବ୍ୟକ୍ତିଜଣକ ଦାବି କରିଛନ୍ତି ଯେ,୨୭ ବର୍ଷ ବୟସରେ ମଧ୍ୟ ସେ ପିଲା ପରି ଦେଖାଯାଉଥିବାରୁ ଲୋକମାନେ ତାଙ୍କୁ କାମ ଦେଉନାହାନ୍ତି । କେବଳ ଚେହେରା ଯୋଗୁଁ ତାଙ୍କୁ ଚାକିରି ମିଳୁନଥିବାରୁ ନିଯୁକ୍ତିଦାତାଙ୍କୁ ସମାଲୋଚନା କରିଛନ୍ତି ।

ଚୀନର ଗୁଆଙ୍ଗଡଙ୍ଗ୍ ଅଞ୍ଚଳରେ ମାଓ ଶେଙ୍ଗ ଚୀନ୍ ରହିଥାନ୍ତି । ତାଙ୍କ କହିବା କଥା, ୨୭ ବର୍ଷ ବୟସରେ ମଧ୍ୟ ତାଙ୍କୁ କେହି କାମ ଦେଉନାହାନ୍ତି । ଲୋକମାନେ ମାଓ ଶେଙ୍ଗ ଚୀନଙ୍କୁ ଛୋଟ ପିଲା ଭାବି ଅଣଦେଖା କରୁଛନ୍ତି । ଲୋକମାନେ ଭାବନ୍ତି ଯେ, ମାଓ ଶେଙ୍ଗଙ୍କୁ ନିଯୁକ୍ତି ଦେଇ ସେମାନେ ଶିଶୁ ଶ୍ରମିକ ମାମଲାରେ ଧରାପଡ଼ିପାରିବେ । ଏକ ଭିଡିଓରେ ମାଓ କହିଛନ୍ତି ଯେ, ସ୍ୱଳ୍ପ ସ୍ଥିତି ଏବଂ ପିଲା ପରି ଦେଖାଯିବା ତାଙ୍କ ଜୀବନରେ ଏକ ଗୁରୁତର ସମସ୍ୟା ବୋଲି ପ୍ରମାଣ କରୁଛି । ‘ଡେଲି ଷ୍ଟାର’ ଅନୁଯାୟୀ, ମାଓ ଶେଙ୍ଗ ଦୀର୍ଘ ଦିନ ଧରି ନିଜ ପାଇଁ ଚାକିରି ଖୋଜୁଥିଲେ । ଯେତେବେଳେ ବି ସେ କୌଣସି ସ୍ଥାନକୁ ଚାକିରି ପାଇଁ ଯାଇଛନ୍ତି, ତାଙ୍କୁ ସେହି ସ୍ଥାନରୁ ଫେରେଇ ଦିଆଯାଇଛି।

ମାଓ ତାଙ୍କ ସମସ୍ୟାକୁ ଲୋକଙ୍କ ସହ ବାଣ୍ଟିବା ମାତ୍ରେ ଏହା ତୁରନ୍ତ ଭାଇରାଲ୍ ହେବାରେ ଲାଗିଲା । ସୋସିଆଲ ମିଡ଼ିଆରେ ମାଓ ଶେଙ୍ଗଙ୍କ  ଭିଡିଓ ଦେଖି ଲୋକମାନେ ବୁଝିପାରିଲେ ଯେ, ତାଙ୍କୁ ଚାକିରି ଦେବାରେ ଏପରି ଭୁଲ ବୁଝାମଣା କାହିଁକି ହେଉଛି । ଚାକିରି ନ ପାଇ ନିରାଶ ହୋଇ ମାଓ କହିଛନ୍ତି ଯେ, ସେ ତାଙ୍କ ପିତାଙ୍କୁ ଆର୍ଥିକ ସହାୟତା କରିପାରୁନାହାନ୍ତି ।

ସୂଚନା ଅନୁଯାୟୀ, ସୋସିଆଲ ମିଡ଼ିଆରେ ଭିଡିଓ ଭାଇରାଲ ହେବା ପରେ ମାଓଙ୍କୁ ଅନେକ ଚାକିରି ଅଫର ମିଳିଥିଲା ​​। ଅନ୍ୟ ଏକ ଭିଡିଓ ଅନୁଯାୟୀ, ମାଓ ଏକ କମ୍ପାନୀରେ ଚାକିରି କରିବାକୁ ରାଜି ହୋଇଛନ୍ତି।

ସମ୍ବନ୍ଧିତ ଖବର