ଜୟପୁର: ସାଧାରଣତଃ କୌଣସି ରୋଗୀ ଚିକିତ୍ସିତ ହେଉଥିଲେ ପରିଜନମାନେ ଇଶ୍ୱରଙ୍କୁ ପ୍ରାର୍ଥନା କରିଥା’ନ୍ତେ । କିନ୍ତୁ ରାଜସ୍ଥାନର ବିକାନେରର ଜଣେ ରୋଗୀ ଟିକେ ଅଲଗା କାମ କରି ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ସେ ନିଜର ଅସ୍ତ୍ରୋପଚାର ସମୟରେ ପ୍ରାୟ ତିନି ଘଣ୍ଟା ଧରି ହନୁମାନ ଚାଳିଶା ପାଠ କରିବାରେ ଲାଗିଥିଲେ।
ବିକାନେରର ଡୁଙ୍ଗାରଗଡ ଅଧିବାସୀ ୩୦ ବର୍ଷୀୟ ଜଣେ ଆକାଉଣ୍ଟାଣ୍ଟ୍ ବ୍ରେନ୍ ଟ୍ୟୁମର ରୋଗରେ ପୀଡ଼ିତ ଥିଲେ। ତାଙ୍କର ଅସ୍ତ୍ରୋପଚାର ସମୟରେ ପ୍ରାୟ ତିନ ଘଣ୍ଟା ଧରି ହନୁମାନ ଚାଳିଶା ପାଠ କରିବାରେ ଲାଗିଥିଲେ। ବିକାନେରର ଡୁଙ୍ଗରଗଡ ଅଧିବାସୀ ୩୦ ବର୍ଷୀୟ ଜଣେ ଆକାଉଣ୍ଟାଣ୍ଟ୍ ବ୍ରେନ୍ ଟ୍ୟୁମର୍ ରୋଗରେ ପୀଡ଼ିତ ଥିଲେ। ସେ ତାଙ୍କର ଅସ୍ତ୍ରୋପଚାର ସମୟରେ ହନୁମାନ ଚାଳିଶା ପାଠ କରିବାରେ ଲାଗିଥିଲେ।
ଡାକ୍ତର କେ.କେ ବଂଶଲଙ୍କ ଅନୁଯାୟୀ ଆକାଉଣ୍ଟାଣ୍ଟ୍ଙ୍କର ଗ୍ରେଡ୍ ଟୁ ବ୍ରେନ୍ ଟ୍ୟୁମର୍ ହୋଇଥିଲା।ବ୍ୟକ୍ତିଙ୍କର ଏକ ଅଂଶରେ ଏକ ଟ୍ୟୁମର୍ ଥିଲା,ଯେଉଁଥିପାଇଁ ତାଙ୍କୁ କଥା କହିବାକୁ କଷ୍ଟ ହେଉଥିଲା। ଏହି ଅସ୍ତ୍ରୋପଚାର ଅତ୍ୟନ୍ତ କଷ୍ଟସାଧ୍ୟ ଥିଲା। କାରଣ ଅସ୍ତ୍ରୋପଚାର ସମୟରେ ଅନ୍ୟ ଅଂଶର ଅନିଷ୍ଟ ଘଟିବାର ଆଶଙ୍କା ଥିଲା। ଏଣୁ ରୋଗୀଙ୍କୁ ବେହୋଶ କରାଯାଇଥିଲା। ମାତ୍ର ଅସ୍ତ୍ରୋପଚାର ବେଳେ ସେହି ସ୍ଥିତିରେ ବି ବ୍ୟକ୍ତିଜଣକ କ୍ରମାଗତ ଭାବେ ତିନି ଘଣ୍ଟାଯାଏଁ ହନୁମାନ ଚାଳିଶା ପାଠ କରୁଥିଲେ। ଏହି ଅସ୍ତ୍ରୋପଚାର ସଫଳ ହେଲା,ଡାକ୍ତର ଟ୍ୟୁମରକୁ ସହଜରେ ବାହାର କରି ଦେଲେ।