ବେଙ୍ଗାଲୁର: କୁହାଯାଏ ମାଆଙ୍କଠାରୁ ବଡ଼ ଈଶ୍ବରୀ ଦୁନିଆରେ ନାହିଁ। ସେ ଖାଲି ଜନ୍ମ ଦିଏ ନାହିଁ, ଜୀବନ ଯାକ ନିଜ ସନ୍ତାନର ସୁରକ୍ଷା ପାଇଁ ପ୍ରାର୍ଥନା ବି କରେ। ଦରକାର ପଡ଼ିଲେ ନିଜ ଜୀବନକୁ ତୁଚ୍ଛ କରି ସନ୍ତାନର ଜୀବନ ବଞ୍ଚାଏ। ସେହିପରି ଏକ ଉଦାହରଣ ଏବେ କର୍ଣ୍ଣାଟକରେ ଦେଖିବାକୁ ମିଳିଛି।
ସୂଚନାରୁ ପ୍ରକାଶ ଯେ ଜଣେ ମାଆ ନିଜ ପୁଅକୁ ଧରି ସ୍କୁଲ୍ ଛାଡ଼ିବାକୁ ବାହାରିଥାନ୍ତି। ଠିକ୍ ସେତିକି ବେଳେ ତାଙ୍କ ଘର ଆଗରେ ଏକ ନାଗ ସାପଟି ଯାଉଥାଏ। କୁନି ପିଲାଟି ଅଜାଣତରେ ସାପ ଉପରେ ଗୋଡ଼ ପକାଇ ଦେବାରୁ ସାପଟି ଫଣା ଟେକି କୁନି ପୁଅ ଆଡ଼କୁ ଚିହିଁକି ଆସୁଛି । ସେତିକି ବେଳେ ଛୁଆଟିର ମାଆ ତାଙ୍କ ପୁଅକୁ ସାପ ମୁହଁରୁ ଟେକି ନେଇ ଯାଉଛନ୍ତି।
View this post on Instagram
ସେହି ସମୟର ଦୃଶ୍ୟଟି ସିସିଟିଭିରେ ଦେଖିବାକୁ ମିଳିଛି। ଏହି ଦୃଶ୍ୟଟି ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଅନେକ ସୋସିଆଲ୍ ମିଡିଆ ବ୍ୟବହାରକାରୀ ମାଆଙ୍କ ସାହସିକତାକୁ ପ୍ରଶଂସା କରିଛନ୍ତି।
ପୂର୍ବରୁ ବି ଏମିତି ଅନେକ ଘଟଣା ଦେଖିବାକୁ ମିଳିଛି। ଯେଉଁଠି ନିଜ ସନ୍ତାନର ଜୀବନ ବଞ୍ଚାଇବାକୁ ମାଆଟିଏ ନିଜ ଜୀବନକୁ ଖାତିର କରେ ନାହିଁ। ସୋସିଆଲ୍ ମିଡିଆ ବ୍ୟବହାରକାରୀମାନେ ଭିନ୍ନ ଭିନ୍ନ ମତ ରଖି ମହିଳାଙ୍କ ପ୍ରଶଂସା କରିବାରେ ଲାଗିଛନ୍ତି।
ଭିଡିଓ କ୍ଲିପ୍ଟି ସୋସିଅାଲ୍ ମିଡିଆରେ ଭାଇରାଲ୍ ହେବା ପରେ ଏବେ ସୁଦ୍ଧା ୧ ଲକ୍ଷରୁ ଊର୍ଧ୍ବ ଭିୟୁ ହୋଇ ସାରିଲାଣି।