ନୂଆଦିଲ୍ଲୀ: ଆଜି ତୃତୀୟ ପର୍ଯ୍ୟାୟ ମତଦାନ ଥିଲା। ଭୋଟର ନିଜର ଭୋଟ ପାଇଁ ମତଦାନ କେନ୍ଦ୍ରରେ ଯାଇ ପହଞ୍ଚିଥିଲେ। ବୃଦ୍ଧବୃଦ୍ଧାଙ୍କ ଠାରୁ ଆରମ୍ଭ କରି ଯୁବପିଢ଼ି ସମସ୍ତେ ଭୋଟ ଦେଇ ନିଜ ନେତା ବାଛିଛନ୍ତି। ଏହି କ୍ରମରେ ଏମିତି ଏକ ଖବର ଆସି କି ଯାହାକୁ ଶୁଣିଲେ ନିର୍ବାଚନ ବ୍ୟବସ୍ଥାକୁ ନେଇ ଆପଣ ବି ପ୍ରଶଂସା କରିବେ। ଗୁଜୁରାଟର ଏକ ପୋଲିଂ ବୁଥ୍ ଅଛି, ଯାହାକୁ କେବଳ ଜଣେ ମାତ୍ର ମତଦାତାଙ୍କ ପାଇଁ ପ୍ରସ୍ତୁତ ଯାଇଛି।
Gujarat:A polling booth in Gir Forest has been set up for 1 voter in Junagadh.Voter Bharatdas Bapu says,“Govt spends money for this polling booth for 1 vote.I've voted's 100% voter turnout here.For 100% voter turnout everywhere,I request all to go&vote.” #LokSabhaElections2019pic.twitter.com/N0xYNKSK0S
— ANI (@ANI) April 23, 2019
ଜୁନାଗଡ଼ର ଗିର ଫରେଷ୍ଟରେ ଭାରତଦାସ ବାପୁଙ୍କ ପାଇଁ ଅଲଗା ଭାବେ ପୋଲିଂ ବୁଥ୍ ବନାଯାଇଛି। ଭାରତଦାସ ଏଠାରେ ମତଦାନ ପାଇଁ ପହଞ୍ଚିଥିଲେ ଏବଂ କହିଥିଲେ ସରକାର ଗୋଟିଏ ଭୋଟ ପାଇଁ ବି ପୋଲିଂ ବୁଥ୍ ବନାଇଛନ୍ତି। ମୁଁ ଭୋଟ ଦେଇ ସାରିଛି। ଏବେ ଏଠାରେ ୧୦୦ ପ୍ରତିଶତ ମତଦାନ ପୂରା ହୋଇଛି। ମୁଁ ସମସ୍ତଙ୍କୁ ନିବେଦନ କରୁଛନ୍ତି ସମସ୍ତେ ଭୋଟ ଦିଅନ୍ତୁ । ସଠିକ୍ ନେତା ବାଛନ୍ତୁ ଯିଏ କିଏ ଦେଶକୁ ଆଗକୁ ବଢ଼ାଇ ନେବେ।
ଭାରତ ଦାସ ବାପୁ ଜଣେ ପ୍ରାଚୀନ ମନ୍ଦିରର ପୂଜାରୀ। ଗିର ଜଙ୍ଗଲ ଅଧୀନରେ ଆସିଥିବା ଦାଣେଜ ନାମକ ଗ୍ରାମକୁ କାହାରିକୁ ଆସିବାକୁ ଅନୁମତି ନାହିଁ। ଏଠାରେ ରହୁଥିବା ଏହି ମନ୍ଦିର ପୂଜାରୀ ପାଇଁ ଅଲଗା ପୋଲିଂ ବୁଥ୍ ବନା ଯାଇଥିଲା।