‘ଡେଲି ଷ୍ଟାର’ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ରୁଷିଆର ବୋଲଗୋଗ୍ରାଡ୍‌ବାସୀ ବୋରିସ କିପ୍ରିୟାନୋଭିକ୍‌ ନାମକ ଜଣେ ବାଳକ ନିଜକୁ ଭିନ୍ନ ଗ୍ରହର ମନୁଷ୍ୟ ବୋଲି ଦାବି କରିଛି। ଖାଲି ସେତିକି ନୁହେଁ, ଏ ପ୍ରକାର ବିଭୀଷିକାମୟ ସ୍ଥିତିରୁ ପୃଥିବୀକୁ ବଞ୍ଚାଇବା ଲାଗି ସେ ମଙ୍ଗଳ ଗ୍ରହରୁ ଏଠିକି ଆସିଛି ବୋଲି କହୁଛି। ଏପରିକି ଏହି ନାବାଳକ ଜଣକ ନିଜର ଅଗାଧ ଜ୍ୟୋତିଃଜ୍ଞାନ ଓ ତତ୍‌ସଂକ୍ରାନ୍ତ ଉଦ୍ଭଟ ତତ୍ତ୍ବ ବଖାଣି ଅନ୍ୟମାନଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ବୋରିସ୍‌ର ଯୁକ୍ତି ହେଲା, ସେ ମଙ୍ଗଳ ଗ୍ରହର ଅନ୍ୟ ବାସିନ୍ଦାଙ୍କ ସହ ନିଜର ପୂର୍ବଜନ୍ମ ବିତାଇ ସାରିଛି।

Advertisment

ସେହି ମଙ୍ଗଳବାସୀଙ୍କର ଅନ୍ତଃଗ୍ରହୀୟ ଏପରିକି ଅନ୍ତଃନକ୍ଷତ୍ରୀୟ ଗମନାଗମନ ବ୍ୟବସ୍ଥା ରହିଥିଲା। ତେବେ ଏଠାରେ ମାନବ ସମାଜକୁ ଧ୍ବଂସ ହେବାରୁ ରକ୍ଷା କରିବା ପାଇଁ ତାକୁ ପୃଥିବୀକୁ ପଠାଯାଇଛି। ବିଗତ ବର୍ଷମାନଙ୍କରେ ସେ ଅନେକ ଥର ପୃଥିବୀ ପରିଭ୍ରମଣରେ ଆସିଥିଲା। ତାହାର ଗସ୍ତଗୁଡ଼ିକ ବିଶେଷ କରି ଲେମୁରୀୟ ସମୟରେ ହୋଇଥିଲା, ଯାହା ନିୟୁତ ନିୟୁତ ବର୍ଷ ତଳେ ଭାରତ ମହାସାଗରରେ ରହିଥିବା ଏକ କାଳ୍ପନିକ ମହାଦେଶକୁ ସୂଚାଏ। ସେ ମଧ୍ୟ ନିଜର ଏକ ଛଅ ସ୍ତରୀୟ ମହାକାଶଯାନ ନିର୍ମାଣ କରିଥିବା ଦାବି କରିଛି ଯେଉଁଥିରେ ସେ ଅନାୟାସରେ ମହାକାଶ ଭ୍ରମଣ କରିପାରିବ। ପେସାରେ ଜଣେ ଡାକ୍ତର ଥିବା ବୋରିସ୍‌ର ମାଆ ମଧ୍ୟ ତାହାର ଜନ୍ମବେଳର ଅଦ୍ଭୁତ ଅଭିଜ୍ଞତାକୁ ବର୍ଣ୍ଣନା କରି ବୋରିସ କଥାରେ କିଛି ସତ୍ୟତା ଥିବା କହିଛନ୍ତି। ରୁଷୀୟ ବିଜ୍ଞାନ ପ୍ରତିଷ୍ଠାନର କିଛି ବିଶେଷଜ୍ଞ ମଧ୍ୟ ବୋରିସର ଶରୀରରୁ ନିର୍ଗତ ଆଭାକୁ ବିଶ୍ଳେଷଣ କରି ତା’ ଦେହରୁ କିଛି ଅସ୍ବାଭାବିକ ତରଙ୍ଗ ବିକିରିତ ହେଉଥିବା କହିଛନ୍ତି।