ମୁମ୍ବାଇ:ଗୋଟିଏ ମାଛ। ଏହି ଗୋଟିଏ ମାଛ ଦୁଇ ମତ୍ସ୍ୟଜୀବୀ ଭାଇଙ୍କ ଭାଗ୍ୟ ବଦଳାଇଦେବା ସହତ ସେମାନଙ୍କୁୁ ଲକ୍ଷପତି କରି ଦେଇଛି। ଗତ ରବିବାର ଦିନ ମୁମ୍ବାଇର ପାଲଘର ଉପକୂଳର ଦୁଇ ମତ୍ସ୍ୟଜୀବୀ ଭାଇ ସେମାନଙ୍କ ଛୋଟ୍ ବୋଟ୍ଟି ଧରି ମାଛ ଧରିବାକୁ ସମୁଦ୍ରକୁ ଯାଇଥିଲେ। ଆଉ ସମ୍ପ୍ରିିଟ୍ ମାଛ ସହିତ ଗୋଟିଏ ବଡ଼ ଘୋଲ(ଭେକ୍ଟି)ମାଛ ସେମାନଙ୍କ ଜାଲରେ ପଡ଼ିଥିବା ଜାଣିଥିଲେ। ରବିଦିନ ସକାଳେ ଏହି ଗୋଟିଏ ମାଛକୁ ସେମାନେ ସାଢ଼େ ୫ ଳକ୍ଷ ଟଙ୍କାରେ ବିକ୍ରି କରିଥିଲେ। ୩୦ କେଜି ଓଜନର ଏହି ଭେକ୍ଟ ମାଛଟି ମୁମ୍ବାଇ-ପାଲଘର ଉପକୂଳରେ ଏ ପର୍ଯ୍ୟନ୍ତ ଧରାଯାଇଥିବା ସବୁଠାରୁ ଦାମିକା ମାଛ ବୋଲି ଚର୍ଚ୍ଚା ହେଉଛି।
ପାଲଘର ଉପକୂଳର ମହେଶ ମେହେର ଓ ତାଙ୍କ ଭାଇ ଭରତ ମେହେର ଗତ ଶୁକ୍ରବାର ଦିନ ମାଛ ଧରିବାକୁ ସେମାନଙ୍କ ଛୋଟ ବୋଟ୍ ‘ସାଇ ଲକ୍ଷ୍ମୀ’ ନେଇ ସମୁଦ୍ରକୁ ଯାଇଥିବାବେଳେ ସେମାନଙ୍କ ଜାଲରେ ଧରାପଡ଼ିଥଲା ଏକ ବଡ଼ ଭେକ୍ଟି ମାଛ।ସେମାନେ ଯେତେବେଳେ ମୁର୍ବେ ଉପକୂଳକୁ ଫେରିଲେ ଏତେବଡ଼ ଭେକ୍ଟି ମାଛକୁ ଦେଖି ସେମାନଙ୍କର ଆନନ୍ଦର ସୀମା ରହିଲା ନାହିଁ।ଏହାକୁ କିଣିବା ପାଇଁ ବିଭିନ୍ନ କମ୍ପାନି ମଧ୍ୟରେ ନିଲାମ ଆରମ୍ଭ ହୋଇଗଲା। ଶେଷକୁ ଏହା ୫ଲକ୍ଷ ୫୦ ହଜାର ଟଙ୍କାରେ ବିକ୍ରିି ହୋଇଥିଲା।
ଭେକ୍ଟି ମାଛ ଏକ ଦାମୀ ମାଛ। ବିଶେଷ କରି ଏହାର ଔଷଧୀୟ ଗୁଣ ଯୋଗୁଁ ପୂର୍ବ ଏସିଆରେ ଏହାର ଭାରି ଡିମାଣ୍ଡ।ଏହାକୁ ଫିସ୍ ଉଇଥ ଏ ହାର୍ଟ ଅଫ୍ ଗୋଲ୍ଡ ବୋଲି କୁହାଯାଏ। ଏହି ଘୋଲ ମାଛ ଛୋଟ ଆକାରରେ ଧରାପଡ଼ିଲେଏହା ସ୍ଥାନୀୟ ଅଞ୍ଚଳରେ ବିକ୍ରିି ହାଇଯାଏ। ଯଦି ବଡ଼ ଭେକ୍ଟି ମାଛ ଧରାପଡ଼ିଲା ତାକୁ ସିଙ୍ଗାପୁର, ମାଲେସିଆ, ଜାପାନ, ଇଣ୍ଡୋନେସିଆକୁ ରପ୍ତାନୀ କରାଯାଏ। ଗତ ରବିବାର ଦିନ ମହେଶ ଓ ଭରତଙ୍କ ଜାଲରେ ଧରାପଡ଼ିଥିବା ଭେକ୍ଟି ମାଛଟିକୁ ସିଙ୍ଗାପୁର ଚାଲାଣ କରାଯାଇଥିଲା। ଛୋଟ୍ ଭେକ୍ଟି ମାଛର ଦର କେଜି ପ୍ରତି ସ୍ଥାନୀୟ ଅଞ୍ଚଳରେ ୮ଶହରୁ ୧ହଜାର ଟଙ୍କା ହୋଇଥିିବା ବେଳେ ଏହାର ଆକାର ବଢ଼ିବା ସହିତ ଦର ମଧ୍ୟ ଖୁବ୍ ଅଧିକ ହୋଇଥାଏ।