୬ ବର୍ଷର ବାଳକ ହେଲେ କୋଟିପତି ! ୟୁଟ୍ୟୁବରେ ଚ୍ୟାନେଲ ଖୋଲି ବାର୍ଷିକ ୭୫ କୋଟି ଟଙ୍କାରୁ ଅଧିକ ରୋଜଗାର କରି ୟୁଟ୍ୟୁବ ଦୁନିଆରେ ହେଲେ ନମ୍ବର-୧

ଜଣେ ୬ ବର୍ଷର ବାଳକ ୟୁଟ୍ୟୁବରେ ଚ୍ୟାନେଲ ଖୋଲି କୋଟିପତି ହେବା ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ଲାଗୁଥିବ। ଖାଲି କୋଟିପତି ନୁହଁନ୍ତି ୟୁଟ୍ୟୁବରେ ଚ୍ୟାନେଲ ଖୋଲି ବାର୍ଷିକ ୭୫ କୋଟି ଟଙ୍କାରୁ ଅଧିକ ରୋଜଗାର କରି ୟୁଟ୍ୟୁବ ଦୁନିଆରେ ମଧ୍ୟ ଏକ ନମ୍ବର ହୋଇପାରିଛନ୍ତି। କିନ୍ତୁ ଚକ୍ଲେଟ ଏବଂ ଖେଳନାକୁ ନେଇ କୌଣସି ବ୍ୟକ୍ତି ୟୁଟ୍ୟୁବରୁ କୋଟି କୋଟି ଟଙ୍କା ରୋଜଗାର କରୁଥିବା କଥା ବୋଧ ହୁଏ ଆପଣମାନେ ଶୁଣିନଥିବେ। ପ୍ରଥମ କରି ଏହି ୬ ବର୍ଷର ପିଲା ଚକଲେଟ ଏବଂ ଖେଳନା ଦ୍ୱାରା ଭିଡିଓ ବନାଇ ୟୁଟ୍ୟୁରେ ଏକ ଚ୍ୟାନେଲ ଖୋଲି କୋଟି କୋଟି ଟଙ୍କାର ମାଲିକ ହୋଇପାରିଛି।

ଏହି ୬ ବର୍ଷୀୟ ପିଲାଟିର ନାଁ ହେଉଛି ରେୟାନ। ରେୟାନ ଏବଂ ତାଙ୍କ ପିତାମାତା ୩ ବର୍ଷ ତଳେ ଏକ ୟୁଟ୍ୟୁବରେ ରେୟାନ ଟଏ ରିଭ୍ୟୁ ନାମକ ଏକ ଚ୍ୟାନେଲ ଆରମ୍ଭ କରିଥିଲେ। ରେୟାନ ଏହି ଚ୍ୟାନେଲରେ ଖେଳନା, ମିଠା ଏବଂ ଚକଲେଟର ରିଭ୍ୟୁ କରୁଥିଲା। ବହୁ ବର୍ଷ ବିତିବା ପରେ ୟୁଟ୍ୟୁବରେ ଚ୍ୟାନେଲଟି ହିଟ ହୋଇଥିଲା। ବର୍ତ୍ତମାନ ରେୟାନ ୟୁଟ୍ୟୁବରୁ ପ୍ରତିମାସରେ ପ୍ରାୟ ୧ମିଲିୟନ ଡଲାର ରୋଜଗାର କରୁଛନ୍ତି। ଯାହାର ମୂଲ୍ୟ ଭାରତୀୟ ମୁଦ୍ରା ହିସାବରେ ୬.୮୭ କୋଟି ଟଙ୍କା ହେଉଛି। ମାସକୁ ୧ ମିଲିୟନ ଡଲାର ରୋଜଗାର କରୁଥିବା ବେଳେ ବାର୍ଷିକ ପ୍ରାୟ ୧୧ ମିଲିୟନ ଡଲାର ରୋଜଗାର କରିପାରୁଛନ୍ତି। ଅର୍ଥାତ ବାର୍ଷିକ ପ୍ରାୟ ୭୫.୬୧ କୋଟି ଟଙ୍କା ୟୁଟ୍ୟୁବରୁ ରୋଜଗାର କରିପାରୁଛନ୍ତି।

ରେୟାନଙ୍କ ଚ୍ୟାନେଲରେ ପ୍ରାୟ ୧୦ ମିଲିୟନ ଅର୍ଥାତ ୧ କୋଟି ସସ୍‌ସ୍କ୍ରାଇଭର ରହିଛନ୍ତି। କିଡ୍‌ସ୍‌ ଏଣ୍ଟଟେନମେଣ୍ଟ ସେକ୍ସନରେ ରେୟାନଙ୍କ ଭିଡିଓ ସବୁଠୁ ଉପରେ ରହିଛି । ରେୟାନଙ୍କ ପ୍ରଥମ ଭାଇରାଲ ଭିଡିଓ ୨୦୧୫ ଜୁଲାଇ ମାସରେ ପ୍ରକାଶିତ ହୋଇଥିଲା। ଏହି ଭିଡିଓରେ ପ୍ରାୟ ୮୮୭ ମିଲିୟନ ଦର୍ଶକ ରହିଥିଲେ। ୟୁଟ୍ୟୁବରୁ ଏତେ ଟଙ୍କା ରୋଜଗାର ଦେଖି ରେୟାନଙ୍କ ମା’ କେମେଷ୍ଟ୍ରି ଲେକ୍‌ଚର ପଦରୁ ଇସ୍ତଫା ଦେଇ ଏବେ ୟୁଟ୍ୟୁବ ଚ୍ୟାନେଲକୁ ଆହୁରି ଆଗକୁ ବଢାଇବା ପାଇଁ ପ୍ରୟାସ କରୁଛନ୍ତି।

ସମ୍ବନ୍ଧିତ ଖବର