ଭାଇରାଲ୍ ନିଉଜ୍: ଫିଲିପାଇନ୍ସରେ ଦେଖିବାକୁ ମିଳିଛି ଏକ ଚମତ୍କାର ଘଟଣା। ଫିଲିପାଇନ୍ସରେ ଏକ ଭୂସ୍ଖଳନ ଘଟିଥିବା ବେଳେ ଜଣେ ୧୧ ବର୍ଷୀୟ ବାଳକ ସାରା ଦିନ ଏକ ରେଫ୍ରିଜରେଟରରେ ଫସି ରହିଥିଲେ। ପରେ ଉଦ୍ଧାରକାରୀ ଦଳ ତାଙ୍କୁ ଫ୍ରିଜ୍ ଭିତରୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରିଛନ୍ତି।
ଏହି ଘଟଣାଟି ଆଜି ଫିଲିପାଇନ୍ସର ବେବେ ସହରରେ ଘଟିଛି। ତେବେ ମରଣ ମୁହଁରୁ ବର୍ତ୍ତି ଯାଇଥିବା ଏହି ବାଳକ ଜଣକ ହେଉଛନ୍ତି ସିଜେ ଜାସ୍ମେ। ସିଜେ ତାଙ୍କ ପରିବାର ଲୋକଙ୍କ ସହ ନିଜ ଘରେ ଥିଲେ। ସେହି ସମୟରେ ଅଚାନକ ଭୂସ୍ଖଳନ ହେବାରୁ ସେ ନିଜର ଜୀବନ ବଞ୍ଚାଇବାକୁ ସେଠାରେ ଥିବା ଏକ ଫ୍ରିଜ୍ ଭିତରେ ପଶି ଯାଇଥିଲେ। ସେହି ଫ୍ରିଜ୍ ଭିରେ ସେ ଦୀର୍ଘ ୨୦ ଘଣ୍ଟା ଆଶ୍ରୟ ନେବା ପରେ ଯାଇ ଉଦ୍ଧାରକାରୀମାନେ ତାଙ୍କୁ ଉଦ୍ଧାର କରିଥିଲେ।।
ସ୍ଥାନୀୟ ନ୍ୟୁଜ୍ଚ୍ୟାନେଲ୍ ୨୪ ଓରାସ୍ର ଖବର ମୁତାବକ୍, ବାରଙ୍ଗ କାଣ୍ଟାଗ୍ସୋସରେ ଉଦ୍ଧାରୀ କାର୍ଯ୍ୟ ଚାଲିଥିବା ବେଳେ ସିଜେଙ୍କୁ ଏକ ଫ୍ରିଜ୍ ଭିତରେ ଦେଖିବାକୁ ମିଳିଥିଲା। ତାଙ୍କ ଗୋଡ଼ ଭାଙ୍ଗି ଯାଇଥିଲା। ମାତ୍ର ସେ ଚେତାରେ ଥିଲେ। ଯାହାକୁ ସଂପୂର୍ଣ୍ଣ ରୂପେ ଚମତ୍କାର ବୋଲି କୁହାଯାଇପାରେ।
ପିଲାଟିକୁ ଉଦ୍ଧାର କରିବା ପରେ ସେ ପ୍ରଥମେ ନିଜେ ଭୋକିଲା ଥିବା କଥା ଉଦ୍ଧାରକାରୀଙ୍କୁ କହିଥିଲେ। ତେବେ ତାଙ୍କୁ ତାଙ୍କ ପରିବାର କଥା ପଚରାଯିବାରୁ ସେ କହିଥିଲେ କି ମୁଁ ଆଉ କାହା କଥା ବି ଜାଣିନାହିଁ। ସିଜେଙ୍କୁ ତୁରନ୍ତ ହସ୍ପିଟାଲ୍କୁ ନିଆଯାଇଥିଲା।