ଆଧୁନିକ ଜୀବନଚର୍ଯ୍ୟାରେ ବିରାଟକାୟ ପେଟ ବା ମେଦ ବହୁଳତାକୁ ଏକ ଅଭିଶାପ ବୋଲି ବିଚାର କରାଯାଏ। ଏହା ସ୍ବାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇବା ସହ ଅରୁଚିକର ବା ଅସୁନ୍ଦର ଚେହେରା ଭାବେ ପରିଗଣିତ ହୋଇଥାଏ। ତେବେ ପଶ୍ଚିମ ଇଥିଓପିଆର ଅପନ୍ତରା ଓମୋ ଉପତ୍ୟକାରେ ବସବାସ କରୁଥିବା ବୋଦି ସମ୍ପ୍ରଦାୟର ପୁରୁଷମାନେ ନିଜକୁ ମାତ୍ରାଧିକ ପେଟୁଆ କରି ଗଢ଼ି ତୋଳିବାକୁ ଏକ ସୌଭାଗ୍ୟ ବୋଲି ବିଚାରିଥା’ନ୍ତି। କାରଣ ସେଠାରେ ପେଟୁଆ ଲୋକମାନେ ଅନ୍ୟମାନଙ୍କ ପାଇଁ ଆକର୍ଷଣୀୟ ତଥା ମାନ୍ୟଗଣ୍ୟ ମନେ ହୋଇଥା’ନ୍ତି।
ସବୁଠୁ ପେଟୁଆ ବ୍ୟକ୍ତିକୁ ସମ୍ମାନିତ ଓ ପୁରସ୍କୃତ କରିବା ଲାଗି କାଏଲ୍ ନାମରେ ଏକ ବାର୍ଷିକ ଉତ୍ସବର ଆୟୋଜନ କରାଯାଇଥାଏ। ତେବେ ଏଭଳି ଏକ ନିଆରା ପ୍ରତିଯୋଗିତାରେ ଭାଗ ନେବା ଲାଗି ପୁରୁଷମାନଙ୍କୁ ଦୀର୍ଘ ଛଅ ମାସ ଧରି କସରତ କରିବାକୁ ପଡ଼ିଥାଏ। ସେଥିପାଇଁ ସେମାନେ ଉତ୍ସବର ଛଅମାସ ପୂର୍ବରୁ କୌଣସି ଶାରୀରିକ ପରିଶ୍ରମ ନକରି ଘରେ ବସି ରହନ୍ତି ଏବଂ ଗାଈ କ୍ଷୀର ଓ କଞ୍ଚାରକ୍ତ ପରି ଅଧିକ କ୍ୟାଲୋରିଯୁକ୍ତ ଖାଦ୍ୟ ଖାଇଥା’ନ୍ତି। ଗୋପାଳନ ଓ କୃଷି ଉପରେ ନିର୍ଭର କରୁଥିବା ଏହି ସମ୍ପ୍ରଦାୟ ପାଇଁ ଗାଈ ଏକ ପବିତ୍ର ଜୀବ ହୋଇଥିବାରୁ ରକ୍ତ ପିଇବା ପାଇଁ ସେମାନେ ଗୋହତ୍ୟା କରନ୍ତି ନାହିଁ। ବରଂ ଗାଈର କୌଣସି ଶିରାକୁ ଛୁଞ୍ଚିରେ ପୋଡ଼ି କଞ୍ଚା ରକ୍ତ ସଂଗ୍ରହ କରି ତାହାକୁ ଭକ୍ଷଣ କରିଥା’ନ୍ତି। ସାଧାରଣତଃ ଏହି ସମ୍ପ୍ରଦାୟର ଲୋକମାନେ ସ୍ବାଭାବିକ ଭାବେ ପତଳା ଓ ଟାଣ ମାଂସପେଶୀଯୁକ୍ତ ହୋଇଥିବା ବେଳେ କାଏଲ ପ୍ରତିଯୋଗିତା ପାଇଁ ସେମାନେ ଏପରି ପୃଥୁଳକାୟ ହୋଇଯାଆନ୍ତି ଯେ କେହି କେହି ଆଦୌ ଚଳ​ପ୍ରଚଳ କରିପାରନ୍ତି ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/3-5.jpg)