ଆମେରିକୀୟ କମ୍ପାନି ‘ମିସ୍ଚିଫ୍’ କିମ୍ଭୂତକାର ସାମଗ୍ରୀ ପ୍ରସ୍ତୁତ କରିବାରେ ସିଦ୍ଧହସ୍ତ। ଏହାର ସଦ୍ୟତମ ଚର୍ଚ୍ଚିତ ବସ୍ତୁ ହେଉଛି ଏକ ଅତିକ୍ଷୁଦ୍ର ଭାନିଟି ବ୍ୟାଗ୍। ବ୍ୟୟବହୁଳ ‘ଲୁଇ ଭୁଟନ୍’ କମ୍ପାନି ଦ୍ବାରା ପ୍ରସ୍ତୁତ ‘ଅନ୍ ଦି ଗୋ’ ବ୍ୟାଗ୍ର ଡିଜାଇନ୍କୁ ଅନୁକରଣ କରି ଏହାକୁ ତିଆରି କରାଯାଇଛି।
/sambad/media/post_attachments/wp-content/uploads/2023/06/4-12.jpg)
ଏହି ବ୍ୟାଗ୍ଟି ଏତେ କ୍ଷୁଦ୍ର ଯେ ତାହା ଇଞ୍ଜେକ୍ସନ ଛୁଞ୍ଚି କଣାରେ ମଧ୍ୟ ଗଳିଯାଇପାରିବ। ଏଥିରେ ଥିବା ପକେଟ୍ଗୁଡ଼ିକ ଧୂଳିକଣାଠୁଁ ବି ସାନ। ଏହି ବ୍ୟାଗ୍କୁ ଖାଲି ଆଖିରେ ଦେଖିବା କଷ୍ଟକର। ତେଣୁ ତାହାକୁ ଦେଖିବା ଲାଗି ଉକ୍ତ ବ୍ୟାଗ୍ ସହିତ ଏକ ଅଣୁବୀକ୍ଷଣ ଯନ୍ତ୍ର ମଧ୍ୟ ବିକ୍ରି କରାଯାଉଛି। ମନରେ ପ୍ରଶ୍ନ ସୃଷ୍ଟି ହୋଇଥାଏ ଯେ ଏଭଳି ଏକ ବ୍ୟାଗ୍ କିଣି କ’ଣ ଲାଭ ଯାହାର କୌଣସି ଉପଦେୟତା ନାହିଁ? ପ୍ରକୃତରେ ଏହାକୁ ଏକ କଳା ବସ୍ତୁ ଭାବେ ବିକ୍ରି କରାଯାଉଛି। ଏହାକୁ ଦେଖିଲା ପରେ ଅନେକ ଲୋକ କିଣିବା ପାଇଁ ମନ ବଳାଇଛନ୍ତି। କେହି କେହି ତାହାକୁ କାଚ ଖୋଳରେ ରଖି ପ୍ରଦର୍ଶନ କରିବାର ସ୍ବପ୍ନ ଦେଖିବା ସହ ଏହାର ଅତ୍ୟୁଚ୍ଚ ମୂଲ୍ୟ ପାଇଁ ନିଜର ଅସାମର୍ଥ୍ୟ ପ୍ରକାଶ କରିଛନ୍ତି।