ହଜାରେରୁ ଅଧିକ ବତିଖୁଣ୍ଟ ଥିବା ଗ୍ରାମ!

ଚାଇନା ଅନ୍ତର୍ଗତ ସାନ୍‌ଜି ପ୍ରଦେଶର ତାଓଜିଆ ଗାଁ ରେ ହଜାରେରୁ ଅଧିକ ବତି ଖୁଣ୍ଟ ଅଛି। ତାଓଜିଆର ମୁଖ୍ୟ ରାସ୍ତାର ଲମ୍ବ ପ୍ରାୟ ତିନି କିଲୋମିଟର‌୍‌। ଏହି ରାସ୍ତାର ଉଭୟ ପାର୍ଶ୍ବରେ ହଜାରେରୁ ଅଧିକ ବତି ଖୁଣ୍ଟ। ଅର୍ଥାତ୍‌, ପ୍ରତି ତିନି ମିଟର‌୍‌ରେ ଅନ୍ୟୂନ ଗୋଟିଏ ବତି ଖୁଣ୍ଟ। ରାସ୍ତାଟି ଅପ୍ରଶସ୍ତ। ଗ୍ରାମଟି ଅବିକଶିତ। ସେଠାରେ ଏତେ ସ˚ଖ୍ୟକ ବତି ଖୁଣ୍ଟର ଆବଶ୍ୟକତା ନାହିଁ। କିଛି ବର୍ଷ ତଳେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏକ ବଡ଼ ପ୍ରକଳ୍ପ ପାଇଁ ସେଠାରେ ଜମି ଅଧିଗ୍ରହଣ ହୋଇଥିଲା। ଅଧିକ କ୍ଷତିପୂରଣ ପାଇବା ନିମନ୍ତେ ଗ୍ରାମବାସୀ ନିଜ ଖର୍ଚ୍ଚରେ ବତି ଖୁଣ୍ଟଗୁଡ଼ିକ ବସାଇଥିଲେ।

ପ୍ରତିଟି ବତି ଖୁଣ୍ଟ ବସାଇବାରେ ଏକ ହଜାର ଡଲାର‌୍‌ ଖର୍ଚ୍ଚ କରିଥିଲେ। ପ୍ରଥମ ଦଫାରେ କିଛି ଲୋକ ବତି ଖୁଣ୍ଟ ବାବଦକୁ ଅଧିକ କ୍ଷତିପୂରଣ ପାଇଥିଲେ। ତେବେ, ଠକିବା ସେମାନଙ୍କର ଉଦ୍ଦେଶ ଥିଲା। ଏହା ଜଣାପଡ଼ିବା ପରେ ଆଉ କ୍ଷତିପୂରଣ ଦିଆଯାଇ ନ ଥିଲା। ତଥାପି ଅଧିକ ପାଇବା ଆଶାରେ କିଛି ଲୋକ ଖୁଣ୍ଟ ବସାଇଚାଲିଥିଲେ। ଉଲ୍ଲେଖଯୋଗ୍ୟ ଯେ, ସେଠାରେ ଥିବା ଅଧିକା˚ଶ ଖୁଣ୍ଟରେ ବତି ଜଳୁନାହିଁ କି ରକ୍ଷଣାବେକ୍ଷଣ ହେଉନାହିଁ। ଅଧିକାଂଶ ପରିତ୍ୟକ୍ତ ହୋଇଗଲାଣି।

ସମ୍ବନ୍ଧିତ ଖବର