ଦୁଇ ଅପହୃତ ଶିଶୁଙ୍କୁ ଉଦ୍ଧାର କଲା ବେଙ୍ଗାଲୁରୁରୁ ତିରୁପତିକୁ ପଠାଯାଇଥିବା ଏକ ଭାଇରାଲ୍ ହ୍ଵାଟ୍ଆପ୍
ଭାଇରାଲ୍ ହୋଇଥିବା ଗୋଟିଏ ହ୍ଵାଟସ୍ଆପ୍ ପ୍ରେରଣ ଏବଂ ବିବେକୀ ଆଗନ୍ତୁକଙ୍କ ଜିଗର ଦୁଇ ଅପହୃତ ନାବାଳକ ଭାଇ ଭଉଣୀଙ୍କୁ ସେମାନଙ୍କ ବାପା ମାଆଙ୍କ ନିକଟକୁ ଫେରାଇ ଆଣିଛି।
ଭାଇ ଭଉଣୀ ଦ୍ୱୟ ହେଲେ, ସାତ ବର୍ଷୀୟ ନମ୍ରତା ଏବଂ ତା’ର ପାଞ୍ଚ ବର୍ଷିୟ ନବୀନ। ବେଙ୍ଗାଲୁରୁର ଭୂପସାନ୍ଦ୍ରା ଅଞ୍ଚଳରେ ସେମାନେ ସେମାନଙ୍କ ଘର ବାହାରେ ଖେଳୁଥିବା ବେଳେ ବିନୋଦ ନାମଧ୍ୟେୟ ଜଣେ ଅଳିଆଗୋଟାଳି ତାଙ୍କୁ ଅପହରଣ କରି ନେଇଥିଲେ।
ସେମାନଙ୍କ ବାପା ପଇଡ଼ ବିକ୍ରେତା ପ୍ରଶାନ୍ତ ଏବଂ ଗୃହସେବିକା ମାଆ ଶୈଳଜା ଉପାୟହୀନ ଥିବାରୁ ପିଲା ଦୁହିଁଙ୍କୁ ସର୍ବଦା ସେମାନଙ୍କ ଅସୁସ୍ଥ ଜେଜେ ବାପାଙ୍କ ହେପାଜତରେ ଛାଡ଼ି କାମକୁ ବାହାରି ଯାଆନ୍ତି।
ପିଲାମାନେ ହଜି ଯାଇଥିବା ଜାଣି, ବାପା ମାଆ ଥାନାରେ ଅଭିଯୋଗ କଲେ। ଥାନାବାଲା ସିସିଟିଭି ଫୁଟେଜ୍ ଯାଞ୍ଚ କରି ଦେଖିଲେ ବିନୋଦ ସେମାନଙ୍କ ସହ ଯାଉଛି।
ପୁଲିସ ହ୍ଵାଟ୍ସ୍ଆପ୍ରେ ସେ ପିଲାଙ୍କ ଫଟୋ ସେୟାର କରିବା ସହ ବାତୁଳ ବାତୁଳପ୍ରାୟ ଅନେ୍ଵଷଣ ଆରମ୍ଭ ହେବା ପରେ ସେ ହ୍ଵାଟ୍ସ୍ଆପ୍ଟି ମଧ୍ୟ ଭାଇରାଲ୍ ହୋଇଗଲା।
ପିଲାମାନେ ହଜିବାର ଦୁଇ ଦିନ ପରେ ଅକ୍ଟୋବର ୨୭ ତାରିଖ ଦିନ ତିରୁପତିରେ ଭେଙ୍କଟେଶ ନାମକ ଜଣେ ରାଜମିସ୍ତ୍ରୀ ବିନୋଦକୁ ଦୁଇ ଜଣ ପିଲାଙ୍କ ସହ ଚାଲି ଚାଲି ଯିବାର ଦେଖିଲେ।
ଭେଙ୍କଟେଶଙ୍କୁ ସମ୍ପୂର୍ଣ୍ଣ ଦୃଶ୍ୟାବଳୀ ସନ୍ଦେହଜନକ ମନେ ହେବାରୁ ସେ ତିନି ଜଣଙ୍କ ନିକଟରେ ପହଞ୍ଚି ବିନୋଦଙ୍କୁ ପଚାରିଲାରେ ସେ ଛାନିଆ ହୋଇ ତୀର ବେଗରେ ଡିଅାଁ ମାରି ପଳାଇଲା।
ଭେଙ୍କଟେଶ ପିଲା ଦୁହିଁଙ୍କୁ ନିଜ ଘରକୁ ନେଇ ସେମାନଙ୍କ ସହ କଥାବାର୍ତ୍ତା କରିବାକୁ ଚେଷ୍ଟା କଲେ। ନମ୍ରତା ତାଙ୍କୁ କେବଳ ନିଜ ନାଅାଁ ଏବଂ ସେମାନେ ହେବ୍ଦାଲାରୁ ଆସିଥିବା କଥା କହିବାରେ ସମର୍ଥା ହେଲା।

ସେମାନେ ବେଙ୍ଗାଲୁରୁରୁ ଆସିଛନ୍ତି ବୋଲି ବୁଝିବାକୁ ଭେଙ୍କଟେଶଙ୍କ ପାଇଁ ଏତିକି ଥିଲା ଯଥେଷ୍ଟ। ସେ ତୁରନ୍ତ ସହରରେ କାମ କରୁଥିବା ନିଜ ପରିଚିତ ୧୯ ବର୍ଷିୟ ନିର୍ମାଣ ଶ୍ରମିକ ବିଜୟଙ୍କ ସହାୟତା ଲୋଡ଼ିଲେ। ଦୁହେଁ ପିଲା ଦୁହିଁଙ୍କର ଫଟୋ ହ୍ଵାଟ୍ସ୍ଆପ୍ରେ ସେୟାର କଲେ।
ଭାଇରାଲ୍ ହ୍ଵାଟ୍ସ୍ଆପ୍ର ସୌନ୍ଦର୍ଯ୍ୟ ଏବଂ କୁହୁକ ଆଗେଇ ଚାଲିଲା-
ଦୈବାତ୍ ବିଟ୍ ପୁଲିସ ହ୍ଵାଟ୍ସ୍ଆପ୍ ଗ୍ରୁପ୍ର ସଦସ୍ୟ ହୋଇଥିବା ଭୂପସାନ୍ଦ୍ରାରେ ଟ୍ୟାକ୍ସି ଚଳାଉଥିବା ଜଣେ ଡ୍ରାଇଭର୍ ନଭେମ୍ବର ୧ ତାରିଖ, ବୁଧବାର ଦିନ ନିଖୋଜ ପିଲା ଦୁହିଁଙ୍କର ଫୋଟ ପାଇଲେ। ତୁରୁନ୍ତ ସେ ତାହାକୁ ଗ୍ରୁପ୍କୁ ପଠାଇ ଦେଲେ।
ନିଶ୍ଚିତ ହେବା ପରେ ପିଲାମାନଙ୍କର ବାପା, ଅବିନାଶ ଏବଂ ବିଜୟଙ୍କୁ ନେଇ ଏକ ଟିମ୍ ତିରୁପତି ଅଭିମୁଖେ ଯାତ୍ରା କଲେ।
ବିଳମ୍ବିତ ବୁଧବାର ଦିନ ପିଲା ଦୁହିଁଙ୍କର ସେମାନଙ୍କ ବାପାଙ୍କ ସହ ପୁନର୍ମିଳନ ହେଲା ଓ ଗୁରୁବାର ଦିନ ସେମାନେ ବେଙ୍ଗାଲୁରୁ ଫେରିଲେ।
ଉତ୍ତରାଞ୍ଚଳ ଡିସିପି ଚେତନ ସିଂହ ରାଠୋର ଏହାକୁ ପୁଲିସ-ପବ୍ଲିକ୍ ସହଯୋଗର କ୍ଲାସିକ୍ ଉଦାହରଣ ବୋଲି ଆଖ୍ୟା ଦେଇଛନ୍ତି।
ଏବେ ବିନୋଦକୁ ଖୋଜି ବାହାର କରିବା ପାଇଁ ପୁଲିସ ଜୋରଦାର ଅଭିଯାନ ଆରମ୍ଭ କରିଛି।