ଖାଦ୍ୟ ଖୋଜି ଖୋଜି ମନ୍ଦିର ଭିତରେ ପଶିଲା ହାତୀ, ତା’ପରେ କ’ଣ ହେଲା ଜାଣନ୍ତୁ

କୋୟବଟୁର: ଜଙ୍ଗଲି ହାତୀ ଘରଦ୍ୱାର ଗଛଡାଳ ଭଙ୍ଗାରୁଜା କରିଥିବାର ଅନେକ ଭିଡିଓ ଆମେ ଦେଖିେଉ। ନିକଟରେ ତାମିଲନାଡୁର କୋୟବଟୁରରୁ ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଏକ ଜଙ୍ଗଲି ହାତୀ ଏହି ଜଙ୍ଗଲି କୋୟବଟୁର ପ୍ରଭୁ କାର୍ତ୍ତିକଙ୍କ ମନ୍ଦିରକୁ ରାତି ଅଧରେ ପଶି ଆସୁଛି। ଦକ୍ଷିଣ ଭାରତରେ ଭଗବାନ କାର୍ତ୍ତୀକେୟ ଭଗବାନ ମରୁଗନ ରୂପରେ ପୂଜା ପାଇ ଥାଆନ୍ତି।

ଭିଡିଓଟି ମାର୍ଚ୍ଚ ୧୯ ତାରିଖର ବୋଲି କୁହାଯାଉଛି, ଏଥିରେ ଦେଖିବାକୁ ମିଳୁଛି କି ହାତୀ ସୁବ୍ରମନିୟାର ମନ୍ଦିର ଭିତରେ ପଶି ଖାଦ୍ୟ ଅନେ୍ଵଷଣ କରୁକରୁ ଷ୍ଟୋର ରୁମ୍‌ରେ ପଶୁଛି। କିଛି ସମୟରେ ପରେ ହାତୀକୁ ଖାଇବା ପାଇଁ କିଛି ଖାଦ୍ୟ ମିଳିଯାଉଛି। ହାତୀ କ’ଣ ଖାଉଛି ତାହା ଭିଡିଓରେ ସ୍ପଷ୍ଟ ଭାବେ ଦେଖାଯାଉ ନାହିଁ। କିଛି ସମୟ ପରେ ହାତୀ ମନ୍ଦିର ଭିତରୁ ଫେରି ଯାଉଥିବା ଦେଖିବାକୁ ମିଳୁଛି।

ତା’ପର ଦିନ ସକାଳେ ମନ୍ଦିର ପୂଜାରି ଓ ଅନ୍ୟ କର୍ମଚାରୀ ମନ୍ଦିର ଭିତର ସମସ୍ତ ସାମଗ୍ରୀ ଏଣେତେଣ ଛିନ୍‌ଛତ୍ର ହୋଇ ପଡ଼ିଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏପରି କିଏ କରିଥାଏ ବୋଲି ମନରେ ପଶ୍ନ ଉଙ୍କି ମାରିଥିଲା। ପ୍ରଥମେ ତାଙ୍କୁ ସନ୍ଦେହ ହୋଇଥିଲା କି ଏପରି ବୋଧ ହୁଏ କେହି ଚୋର କରି ଥାଇ ପାରେ। ତା’ପରେ ମନ୍ଦିରର ସମସ୍ତ ମୂଲ୍ୟମାନ ସାମଗ୍ରୀ ସୁରକ୍ଷିତ ଦେଖି ସିସିଟିଭି ଫୁଟେଜ ଯାଞ୍ଚ କରିବାରୁ ହାତୀର କାରନାମା ନଜର ଆସିଥିଲା।

 

ସମ୍ବନ୍ଧିତ ଖବର