ପୋଲିଂ କର୍ମଚାରୀ ଏବଂ ପରିବାର ଲୋକଙ୍କ ସହାୟତାରେ ମତଦାନ ପାଇଁ ଚେୟାରରେ ବୁହା ହୋଇ ଆସିଲେ ମହିଳା

ମୁମ୍ବାଇ : ଚତୁର୍ଥ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇ ସାରିଥିବା ବେଳେ ବିଭିନ୍ନ ପୋଲିଂ ବୁଥ୍‌ରେ ମତଦାତାମାନଙ୍କର ଭୋଟ୍‌ ଦେବାର ଇଚ୍ଛା କେତେ ତାହା ଦେଖିବାକୁ ମିଳିଛି । କିଛି ସ୍ଥାନରେ, ଖାସ୍‌ କରି ସହରମାନଙ୍କରରେ ଲୋକେ ମତଦାନ କରିବାକୁ ସେତେଟା ଗୁରୁତ୍ୱ ଦେଉ ନଥିବା ବେଳେ ମୁମ୍ବାଇର ଜଣେ ମହିଳା ଚାଲି ପାରୁ ନଥିଲେ ମଧ୍ୟ ମତଦାନ କରିବାକୁ ପହଞ୍ଚିବା ଦେଖା ଯାଇଛି । ମତଦାନ କେନ୍ଦ୍ରକୁ ଚାଲି ଚାଲି ଯିବାକୁ ଅସମର୍ଥ ଥିବାରୁ ପରିବାର ଲୋକେ ମହିଳାଙ୍କୁ ଚେୟାରରେ ଦୁଇଟି ବାଉଁସ ଲଗାଇ ଟେକି ଟେକି ନେଇଥିଲେ ।

ସେଠାରେ ପହଞ୍ଚିବା ପରେ ମୁତୟନ ଥିବା ପୋଲିଂ କର୍ମଚାରୀ ମହିଳାଙ୍କୁ ଭିତରକୁ ନେବାରେ ସାହାଯ୍ୟ କରିଥିଲେ । ଯାହା ପରେ ମତଦାନ କରି ଘରକୁ ଫେରିଥିଲେ ମହିଳା । ଚାଲି ନ ପାରି ମଧ୍ୟ ଏଭଳି ଭାବରେ ମତଦାନ କରିବାକୁ ଯାଇଥିବାରୁ ମହିଳାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ତାଙ୍କର ଏକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସମ୍ବନ୍ଧିତ ଖବର