ନିଶ ପୁରୁଷାର୍ଥର ପ୍ରତୀକ ବୋଲି ଆମର ଧାରଣା ରହିଛି। ଆକର୍ଷଣୀୟ ଦିଶିବାକୁ ପୁରୁଷମାନେ ନିଶକୁ ନେଇ ଅନେକ ସମୟରେ ପରୀକ୍ଷାନିରୀକ୍ଷା ମଧ୍ୟ କରନ୍ତି। ଓଠର ଉପରପାର୍ଶ୍ବରେ ହେଉଥିବା ଅନାବଶ୍ୟକ ଲୋମକୁ ସୌନ୍ଦର୍ଯ୍ୟ ପରିଚର୍ଯ୍ୟା ଦ୍ବାରା ଦୂରକରିବାକୁ ଆଧୁନିକ ମହିଳାମାନେ ଅନେକ ଶ୍ରମ କରନ୍ତି। ଏପରି କ୍ଷେତ୍ରରେ ନିଶ ରଖିବାକୁ ଆଗ୍ରହ ପ୍ରକାଶ କରିଥିବା ଜଣେ ମହିଳା ହେଲେ କେରଳର କନ୍ନୁର ଜିଲ୍ଲାର ୩୫ ବର୍ଷୀୟା ଶୈଜା। ତାଙ୍କ ନିଶ ସୋସିଆଲ୍‌ ମିଡିଆରେ ଆଲୋଚନାର ବିଷୟ ପାଲଟିଛି।

Advertisment

ଏକ ରିପୋର୍ଟ ଅନୁଯାୟୀ, ଅନେକ ମହିଳାଙ୍କ ପରି ଶୈଜାଙ୍କ ନାକତଳେ ପ୍ରଥମେ ହାଲୁକା କେଶ ଥିଲା; ହେଲେ ପରବର୍ତ୍ତୀ ସମୟରେ ଏହା ପୁରୁଷଙ୍କ ଭଳି ନିଶରେ ପରିଣତ ହୋଇଥିଲା। ସେ ପୁରୁ‌ଷଙ୍କ ଭଳି ନିଶ ରଖିବା ପାଇଁ ନିଷ୍ପତ୍ତି ନେଇଥିଲେ। ଶୟଜା ନିଶକୁ ଥ୍ରେଡ୍ କରି ସଜାନ୍ତି ମାତ୍ର ସେ କେବେ ତାଙ୍କ ଓଠ ଉପର କେଶ ହଟାଇବା ବିଷୟରେ ଚିନ୍ତା କରିନାହାନ୍ତି। ଅନେକ ଲୋକ ତାଙ୍କୁ ପରିହାସ ମଧ୍ୟ କରନ୍ତି, କିନ୍ତୁ ଶୈଜା ଲୋକମାନଙ୍କ ସମାଲୋଚନା ଉପରେ ଗୁରୁତ୍ୱ ଦିଅନ୍ତିନାହିଁ। ଶୈଜା ନିଶକୁ ତାଙ୍କ ଜୀବନର ଅଂଶ ବୋଲି ଭାବନ୍ତି।  

ଶୈଜା କହନ୍ତି, “ମୁଁ ଏବେ ନିଶ ବିନା ବଞ୍ଚିବା କଳ୍ପନା କରିପାରୁନାହିଁ। ଯେତେବେଳେ କୋଭିଡ୍ ମହାମାରୀ ଆରମ୍ଭ ହୋଇଥିଲା, ମୁଁ ମାସ୍କ ପିନ୍ଧିବାକୁ ନାପସନ୍ଦ କରିଥିଲି କାରଣ ଏହା ମୋ ମୁହଁକୁ ଘୋଡ଼ାଇ ରଖୁଥିଲା’’। ନିକଟରେ ସେ ତାଙ୍କ ସୋସିଆଲ୍‌ ମିଡିଆରେ ତାଙ୍କ ନିଶ ବୁଲାଉଥିବାର ଏକ ଫଟୋ ସେୟାର୍‌ କରି ଲେଖିଛନ୍ତି, “ମୁଁ ମୋ ନିଶକୁ ଭଲପାଏ!”