ମଣିଷ କୌତୂହଳୀ ହୋଇଥିବାରୁ ସବୁ କଥା ଜାଣିବାକୁ ତା’ ମନରେ ଥାଏ ଆଗ୍ରହ। ଅନ୍ୟ ଜଣେ କ’ଣ ଭାବୁଛି, ଯାହା କରୁଛି କ’ଣ ପାଇଁ କରୁଛି, ଜଣେ କେମିତିକା ବ୍ୟକ୍ତି; ଏ ସବୁ ଜାଣିବାକୁ ମଣିଷ ମନରେ ଥାଏ ଅଦମ୍ୟ ଇଚ୍ଛା। ଶରୀରର ବିଭିନ୍ନ ଲକ୍ଷଣକୁ ଦେଖି ବହୁ ଲୋକେ ତାଙ୍କର ବ୍ୟକ୍ତିତ୍ୱ ଜାଣିବାକୁ ଉଦ୍ୟମ କରିଛନ୍ତି। କିନ୍ତୁ, ସେମାନେ କୌଣସି ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ ବିଷୟରେ ଯାହା କହନ୍ତି, ତହା କ’ଣ ମିଥ୍ୟା?
କେତେକ ବୈଦିକ ଗ୍ରନ୍ଥ ଅନୁସାରେ, ଶରୀରର ପ୍ରତ୍ୟେକ ଅଙ୍ଗର ଥାଏ ତା’ର ନିଜସ୍ୱ ପରିଭାଷା। ସେଥିରୁ ଜଣାପଡ଼େ ବ୍ୟକ୍ତିର ଆଚରଣ, ବ୍ୟକ୍ତିତ୍ୱ, ଭବିଷ୍ୟତ, ଜୀବନାନୁଭୂତି ଏବଂ ଆବେଗିକ ଅବସ୍ଥା। ଏକଥା ଯଦି ବିଶ୍ୱାସଯୋଗ୍ୟ ତେବେ, ବ୍ୟକ୍ତିର ଶରୀର ହେଉଛି ତା’ ବ୍ୟକ୍ତିତ୍ୱର ଚଳନ୍ତି ଦର୍ପଣ।
ବ୍ୟକ୍ତିତ୍ୱ ଆକଳନ କରିବା ପାଇଁ ଶରୀରର ଅନ୍ୟାନ୍ୟ ଅଙ୍ଗପ୍ରତ୍ୟଙ୍ଗ ଅପେକ୍ଷା ମୁହଁ ହିଁ ଧ୍ୟାନ ଆକର୍ଷଣ କରେ। ମୁହଁର ବୈଶିଷ୍ଟ୍ୟରୁ ବ୍ୟକ୍ତିର ବ୍ୟକ୍ତିତ୍ୱ ଅଧିକ ଜଣାପଡ଼େ। ପ୍ରତ୍ୟେକ ମୁହଁର ଗଢ଼ଣ ଭିନ୍ନ। ସେଥିରେ ଥିବା ଚିହ୍ନ, ରେଖା ଏବଂ ଚର୍ମର ସ୍ତର ଭିନ୍ନ।
କେତେକ ମଧ୍ୟଯୁଗୀୟ ଭାରତୀୟ ଶାସ୍ତ୍ରରେ ମୁଖମଣ୍ଡଳ ଅଧ୍ୟୟନ ସଂକ୍ରାନ୍ତରେ ଉଲ୍ଲେଖ ରହିଛି। ଏ କଥା ଗରୁଡ଼ ପୁରାଣରେ ମଧ୍ୟ ଉଲ୍ଲେଖ କରାଯାଇଛି। ଏହି କ୍ରମରେ ‘ଅଙ୍ଗ ଶାସ୍ତ୍ର’ ନାମକ ଏକ ଗ୍ରନ୍ଥରେ ବିଶେଷ ଭାବେ ନାରୀମାନଙ୍କର ଶାରୀରିକ ଲକ୍ଷଣ କଥା ବର୍ଣ୍ଣିତ। ସେହି ଗ୍ରନ୍ଥକୁ ଆଧାରିତ କେତୋଟି ଲକ୍ଷଣରୁ ଜାଣନ୍ତୁ ନାରୀମାନଙ୍କ ଜୀବନର କିଛି ଗୋପନୀୟ କଥା।
Image Courtesy of The Speaking Treeଭ୍ରୂଲତା:
ଦୁଇ ଭ୍ରୂଲତା ସମାନ ଆକାର ଥିବା ନାରୀମାନେ ବିଶ୍ୱସ୍ତା ଏବଂ ଜୀବନବ୍ୟାପୀ ସେମାନଙ୍କର ନୈତିକ ଚରିତ୍ର ଉଚ୍ଚମାନର ହୋଇଥାଏ। ପରିବାର ଏବଂ ସମାଜରେ ତାଙ୍କୁ ସଭିଏଁ ଉଚ୍ଚ ଆସନ ଦିଅନ୍ତି।
Image Courtesy of The Speaking Treeତେରଛା ଭ୍ରୁଲତା ଥିବା ନାରୀମାନଙ୍କ ପରିବାର ପାଇଁ ଖୁବ୍ ତ୍ୟାଗୀ। ନିଜର ଜୀବନ ଏବଂ ବୃତ୍ତି ପ୍ରତି ସେମାନଙ୍କର ସାମାନ୍ୟ ଅଭିଳାଷ ଥାଏ।
ଯୋଡ଼ି ହୋଇ ଯାଇଥିବା ଭ୍ରୂଲତା ନାରୀମାନଙ୍କ ପାଇଁ ଶୁଭ ଲକ୍ଷଣ ନୁହେଁ ବୋଲି ଶାସ୍ତ୍ର କହେ। ଏଭଳି ଭ୍ରୂଲତା ଥିବା ନାରୀମାନେ କଳହପ୍ରିୟ, ଅତିମାତ୍ରାରେ ଅଭିଳାଷୀ ଏବଂ କୁଟୀଳା ସ୍ୱଭାବର। କିନ୍ତୁ, ପୁରୁଷମାନଙ୍କ ପାଇଁ ଏହା ଶୁଭଙ୍କର।
Image Courtesy of The Speaking Treeଆଖି:
ବଡ଼ ଏବଂ ଗୋଲାକାର ଆଖି ଥିବା ନାରୀମାନେ ଖୁସୀବାସିଆ ମିଜାଜର। ନିଜର ଆଚାର ବ୍ୟବହାରରେ ସେମାନେ ସଭିଙ୍କୁ ସନ୍ତୁଷ୍ଟ ରଖିବାକୁ ସର୍ବଦା ଚେଷ୍ଟା କରନ୍ତି।
ଆଖିର ଧଳା ଅଂଶର ଶେଷ ଭାଗରେ ଲାଲ୍ ରଙ୍ଗ ଥିବା ନାରୀମାନେ ସୌଭାଗିନୀ ଏବଂ ପାର୍ଥିବ ସୁଖ ଭୋଗ କରନ୍ତି।
Image Courtesy of The Speaking Treeକଳା ଡୋଳା ଆଖି ଥିବା ନାରୀମାନେ ନିଜ ସୁଖରେ ମସ୍ଗୁଲ୍ ରହନ୍ତି। ବାଦାମୀ ଆଖି ଡ଼ୋଳା ଥିବା ନାରୀମାନେ ଯତ୍ନଶୀଳା ଏବଂ ମାତ୍ରାଧିକ ବିଶ୍ୱାସୀ ସ୍ୱଭାବର। ପାଉଁଶିଆ ଆଖି ଡୋଳା ଥିବା ନାରୀମାନେ ସ୍ୱାର୍ଥପର ସ୍ୱଭାବର।
Image Courtesy of The Speaking Treeକପାଳ:
କପାଳରେ ୫ଟି ରେଖା ଥିବା ନାରୀମାନେ ଦୀର୍ଘ ଦିନ ସୁସ୍ଥ ରହନ୍ତି। ତିନିରୁ ୫ଟି କପାଳ ରେଖା ଥିବା ନାରୀମାନେ ପାଠଶାଠରେ ଦକ୍ଷା ହୋଇଥିବାରୁ ପରିବାରର ଯଶଗୌରବ ବଢ଼ାନ୍ତି।
Image Courtesy of The Speaking Treeଓଠ:
ମୋଟା ଏବଂ ଗୋଲାକାର ଓଠ ଥିବା ନାରୀମାନେ କଳହପ୍ରିୟା ଏବଂ ବଦ୍ରାଗୀ। ସାମାନ୍ୟ କଥାରେ ସେମାନେ ରାଗି ଯାଆନ୍ତି।
ସରୁ ଓଠ ଥିବା ନାରୀମାନେ ଉଚ୍ଚାଭିଳାଷୀ ଏବଂ ନିଜକୁ ଗଢ଼ିବା ପାଇଁ କଠୋର ପରିଶ୍ରମ କରନ୍ତି। ବିଶେଷ କରି ସେମାନେ ପରିବାର ଏବଂ ସ୍ୱାମୀଙ୍କ ପ୍ରତି ଖୁବ୍ ସହାୟକ ହୋଇଥାଆନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/1-11.jpg)