ସ୍ବିଡେନ୍‌ର ରାଜଧାନୀ ଷ୍ଟକହୋମ୍‌ର ଦକ୍ଷିଣକୁ ଅବସ୍ଥିତ ସିକ୍ଲା ଠାରେ ‘ଷ୍ଟକହୋମ୍‌ କାଠ ସହର’ ନାମରେ ବିଶ୍ବର ବୃହତ୍ତମ କାଠ ନିର୍ମାଣ ପ୍ରକଳ୍ପର ରୂପରେଖ ପ୍ରସ୍ତୁତି ସରିଛି। ଏହାକୁ ୨୦୨୫ ସୁଦ୍ଧା ଆରମ୍ଭ କରିବା ଲାଗି ଏହାର ନିର୍ମାତା ତଥା ନିର୍ମାଣକାରୀ ସଂସ୍ଥା ‘ଆର୍ଟିଅମ୍‌ ଜଙ୍ଗବର୍ଗ’ ପକ୍ଷରୁ ଘୋଷଣା କରାଯାଇଛି। ଦୀର୍ଘ ୨,୫୦,୦୦୦ ବର୍ଗମିଟର ପରିମିତ କାଷ୍ଠ ସହରର ପ୍ରଥମ କୋଠା ୨୦୨୭ ସୁଦ୍ଧା ସଂପୂର୍ଣ୍ଣ ହେବ ବୋଲି ସମୟ ଧାର୍ଯ୍ୟ ହୋଇଛି। ଏହା କୋଠାବାଡ଼ି ବଜାର ପାଇଁ ଏକ ଦୀର୍ଘସ୍ଥାୟୀ ଉଦାହରଣ ସୃଷ୍ଟି କରିବ, କାରଣ ନିର୍ମାଣ ହେଉଥିବା ଅନ୍ୟ ସଂରଚନାଗୁଡ଼ିକ ବିଶ୍ବ ଅଙ୍ଗାରକାମ୍ଳ ନିର୍ଗମନର ୪୦ ପ୍ରତିଶତ ଭାଗ ପାଇଁ ଦାୟୀ। ଏହି କାଷ୍ଠ ସହରରେ ୨,୦୦୦ ବାସଭବନ ଓ ୭,୦୦୦ ଦୋକାନ ନିର୍ମିତ ହେବ। କାର୍ଯ୍ୟକ୍ଷେତ୍ର, ବାସଭବନ, ଭୋଜନାଳୟ ଓ ଖୁଚୁରା ସ୍ଥାନ ସମ୍ମିଶ୍ରଣରେ ଏକ ଜୀବନ୍ତ ତଥା ଗତିଶୀଳ ସହରୀ ପରିବେଶ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି। ଉଲ୍ଲେଖଯୋଗ୍ୟ, କାଠ ନିର୍ମିତ ସଂରଚନାଗୁଡ଼ିକ ପରିବେଶ ଓ ମାନବ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପାଦେୟ।

Advertisment