ନୂଆଦିଲ୍ଲୀ: ନିକଟରେ ଜଣେ ଦିବ୍ୟାଙ୍ଗ ପାଦରେ ପରୀକ୍ଷା ଦେଇ ସଫଳତା ହାସଲ କରିଛନ୍ତି। ସେ ଏହି ସଫଳତା ପାଇବା ପରେ ସରକାରୀ ଚାକିରି କରିବାକୁ ଚୟନ ହୋଇଛନ୍ତି। ଉକ୍ତ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ନାମ ଆମୀନ।
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଆମୀନ ତାଙ୍କ ଦୁଇହାତ ଜନ୍ମରୁ ହରାଇ ଦେଇଥିଲେ। ଏହାପରେ ବି ସେ ହାରି ନଥିଲେ। ପାଦ ଆଙ୍ଗୁଳିରେ କଲମ ଧରି ଲେଖିବା ଶିଖିଥିଲେ। ନିଜ ଉପରେ ଆତ୍ମବିଶ୍ବାସ ଥିଲେ କୌଣସି କାମ ବି ଅସମ୍ଭବ ନୁହେଁ ତାହା ଆମୀନ ପ୍ରମାଣିତ କରିଛନ୍ତି।
ଆମୀନଙ୍କ ବାପା ସିଲେଇ କାମ କରନ୍ତି। ସିଲେଇରୁ ଯେତିକି ଅର୍ଥ ରୋଜଗାର ହୁଏ ସେଥିରେ ସେ ପରିବାର ଚଳାଇ ଥାଆନ୍ତି।
ଆମୀନଙ୍କ ଏହି ସଫଳତାକୁ ଦେଖି ବାପା କହନ୍ତି, ‘ମୁଁ ଜୀବନର ସବୁ ଖୁସି ପାଇ ଯାଇଛି। କାରଣ ଆମୀନର ଜନ୍ମ ସମୟରୁ ହଁ ଦୁଇ ହାତ ନଥିଲା। ମୁଁ ଏସବୁ ଦେଖି ଭାଙ୍ଗି ପଡ଼ିଥିଲି। ଭଗବାନ ମୋତେ କେଉଁ ପାପର ଦଣ୍ଡ ଦେଲେ ବୋଲି ଭାବିଥିଲି। ହେଲେ ବି ଯାହା ଦେଇଛନ୍ତି ତାହାକୁ ଗ୍ରହଣ କରି ଆଗକୁ ବଢ଼ିଲି।
ଆମୀନ ବଡ଼ ହୋଇ କ’ଣ କରିବ ମୁଁ କେବେ ତା ଅବସ୍ଥା ଦେଖି ଚିନ୍ତା ବି କରିନାହିଁ। କିନ୍ତୁ ଆଜି ସେ ଏତେ ବଡ଼ ସଫଳତା ପାଇ ସମସ୍ତଙ୍କୁ ଖୁସି କରି ଦେଇଛି। ପିଲାଟି ଦିନରୁ ପାଠପଢ଼ା ପ୍ରତି ଆମୀନର ଖୁବ ରୁଚି ରହିଥିଲା। ଏମିତି କି ସେ କମ୍ପ୍ୟୁଟର ବି ନିଜ ପାଦରେ ଚଲାଇଥାଏ। ଅମୀରକୁ ନେଇ ଗାଁ ଆଜି ଗର୍ବ କରୁଛି।’