‘ଆରୋଗ୍ୟ ସେତୁ’ରେ କେଉଁ ୫ଟି ସୁବିଧା ଆପଣ ପାଇପାରିବେ?

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଆରୋଗ୍ୟ ସେତୁ’ ନାମକ ଏକ ମୋବାଇଲ୍‌ ଆପ୍‌ ଲଞ୍ଚ୍‌ କରିବା କଥା ଆପଣ ଜାଣିଥିବେ ନିଶ୍ଚୟ। ଆପଣଙ୍କ ମନରେ ପ୍ରଶ୍ନ ଉୁଠୁଥିବା ଏହି ଆରୋଗ୍ୟ ସେତୁ କ’ଣ? ଏହା ଏକ ଏପରି ଆପ୍‌ ଯାହା ଜରିଆରେ ଆପଣ କରୋନା ସଂପର୍କିତ ଅନେକ କଥା ଜାଣିପାରିବେ।

: ଆପଣ ଯେତେବେଳେ ଆପ୍‌ଟିକୁ ଖୋଲିବେ ସେଥିରେ ଆପଣଙ୍କୁ ‘ସେଲ୍‌ଫ ଆସେସ୍‌ମେଣ୍ଟ୍‌’ ବୋଲି ଏକ ଅପ୍‌ସନ ଦିଶିବ। ‌ତାହାକୁ କ୍ଲିକ୍‌ କରି ଆପଣଙ୍କ ଶରୀରରେ କ’ଣ ସବୁ ସମସ୍ୟା ରହିଛି ବୋଲି ପଚରା ଯିବା ପ୍ରଶ୍ନଗୁଡ଼ିକର ଆପଣ ଉତ୍ତର ଦେବେ। କାରୋନା ଲକ୍ଷଣ ସଂପର୍କିତ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଦେବା ପରେ ଆପଣ ସୁସ୍ଥ କି ଅସୁସ୍ଥ ଆପ୍‌ ଆପଣଙ୍କୁ ଜଣାଇ ଦେବ।

: କୋଭିଡ-୧୯ ପାଇଁ ଆପଣଙ୍କୁ କ’ଣ ସବୁ କରିବା ଜରୁରୀ ଓ କ’ଣ କରିବା ଜରୁରୀ ନୁହେଁ ଆପ୍‌ ଆପଣଙ୍କୁ ବତାଇବ।

: ଭାରତରେ କୋଭିଡ୍‌-୧୯ ସଂପର୍କିତ ସମସ୍ତ ଖବର ଏହି ଆପ୍‌ ଆପଣଙ୍କ ପାଖରେ ପହଞ୍ଚାଇବ।

: ଏଥିରେ ଏକ ‘ଡୋନେଟ୍‌ ବଟମ୍‌’ ବି ଦୃଶ୍ୟମାନ ହେବ। ଏହାକୁ ମାରି ଆପଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରିଲିଫ୍‌ ପାଣ୍ଠିକୁ ସହାୟତା ରାଶି ଦେଇପାରିବେ।

: ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଲକ୍‌ଡାଉନ୍‌ ସମୟରେ ଏହି ଆପ୍‌ ଇ-ପାସ୍‌ର କାମ ମଧ୍ୟ କରିପାରେ। ଦେଶରେ ଜନତା କର୍ଫ୍ୟୁ ଘୋଷଣା ହେଲେ ଏହି ଆପ୍‌ ଦେଖାଇ ଆପଣ ନିର୍ଦ୍ଦିଷ୍ଟ କେତୋଟି କ୍ଷେତ୍ରରେ ସୁବିଧା ପାଇପାରିବେ।

 

ସମ୍ବନ୍ଧିତ ଖବର